କ୍ରିସିଲ ଜିନ୍ଦଲ ଷ୍ଟେନଲେସ ଆଉଟଲୁକକୁ ଏଏ-/ପଜିଟିଭକୁ ବୃଦ୍ଧି କରିଛି

ନୂଆଦିଲ୍ଲୀ, ୭ ଏପ୍ରିଲ ୨୦୨୩: ଭାରତର ଅଗ୍ରଣୀ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ ଲିମିଟେଡ କ୍ରିସିଲ ଏଏ ରେଟିଂ ପଜିଟିଭକୁ ବୃଦ୍ଧି କରିଛି । ଏହି ସମୟରେ ସ୍ୱଳ୍ପକାଳୀନ ବ୍ୟାଙ୍କ ସୁବିଧା ଉପରେ ମୂଲ୍ୟାୟନ କ୍ରିସିଲ ଏ୧+ରେ ପୁନଃପ୍ରମାଣିତ ହୋଇଛି । କଂପାନିର ଉନ୍ନତ ବ୍ୟବସାୟ ଉପରେ ସକାରାତ୍ମକ ପ୍ରଭାବ ଏଥିରୁ ସ୍ପଷ୍ଟ ହୋଇଛି ।

ଦୃଷ୍ଟିକୋଣ ବୃଦ୍ଧି ପାଇଁ କ୍ରିସିଲ ରେଟିଂ ଗୁଡ଼ିକ ଧ୍ୟାନ ଦେଇଥିବା କିଛି ମାପଦଣ୍ଡ ଅନୁସାରେ କମ୍ପାନି ସହ ଜିନ୍ଦଲ ଷ୍ଟେନଲେସ ହିସାର ଲିମିଟେଡର ମିଶ୍ରଣ ପ୍ରକ୍ରିୟା ଓ ବ୍ୟବସାୟର ସୁଲଭ ପ୍ରକ୍ରିୟା ଓ ଆପଦକୁ ଅନ୍ତର୍ଭୁକ୍ତ କରେ । ଏହି ବିଜିନେସ ମଡେଲରେ ୨.୯ ମିଲିୟନ ଟନ ପର୍ଯ୍ୟନ୍ତ ବିସ୍ତାରକୁ ଅନ୍ତର୍ଭୁକ୍ତ କରାଯାଇଛି । ଘରୋଇ ଷ୍ଟେନଲେସ ଶିଳ୍ପରେ କଂପାନିର ନେତୃତ୍ୱ ସ୍ଥିତି ଓ ସୁସ୍ଥ ଦୃଷ୍ଟିକୋଣ ଓ ବହୁ ପରିମାଣର ରପ୍ତାନି ଅଭିବୃଦ୍ଧି ହୋଇ ପାରିଛି ।

ବିକାଶ ଉପରେ ସୂଚନା ଦେଇ ପରିଚାଳନା ନିର୍ଦ୍ଦେଶକ ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତିଯେ କ୍ରିସିଲ ରେଟିଂ ଦ୍ୱାରା ନବୀକରଣ ହୋଇଥିବା ଦୃଷ୍ଟିକୋଣ ଜିନ୍ଦଲ ଷ୍ଟେନଲେସ ଷ୍ଟିଲର ଦୃଢ ବ୍ୟବସାୟ ମୌଳିକତା ଓ ପରିବେଶ ତଥା ସାମାଜିକ କୁପ୍ରଭାବକୁ ହ୍ରାସ କରିବା ପାଇଁ ପ୍ରତିବଦ୍ଧ ରହିଛି । ଏକ ସ୍ଥାୟୀ ଇକୋ ସିଷ୍ଟମ ଉପରେ ଆମର ଧ୍ୟାନ ସହ ବର୍ଦ୍ଧିତ ଷ୍ଟିଲର ଚାହିଦା ପୂରଣ ଲାଗି ଆମେ ବିଶ୍ୱ ଶ୍ରେଣୀୟ ଷ୍ଟିଲ ଉତ୍ପାଦନ ଲକ୍ଷ୍ୟରେ ନିଜର ପ୍ରୟାସକୁ ଜାରୀ ରଖିବାକୁ ଚାହୁଁଛୁ ।

ରିପୋର୍ଟ ଅନୁଯାୟୀ ଏକ ଦୃଢ ଘରୋଇ ଚାହିଦା ଦୃଷ୍ଟିରୁ ପୁଞ୍ଜି ବ୍ୟୟ ବହୁଳ ହୋଇପାରିଛି । ଯାହା ଦ୍ୱାରା କାର୍ଯ୍ୟକ୍ଷମତାରେ ଉନ୍ନତି ଆସିଛି । କ୍ରିସିଲ ରେଟିଂ ଅନୁଯାୟୀ ହାଇ ମାର୍ଜିନ ସେଗମେଂଟ, ଏହାର ଅଧିଗ୍ରହଣରୁ ସିନର୍ଜି ଓ ଆର୍ଥିକ ବର୍ଷ ୨୦୨୪ରେ ଏହାର ଯୋଜନାବଦ୍ଧ କ୍ୟାପେକ୍ସ ସମାପ୍ତ ହେବା ଉପରେ କମ୍ପାନିର ବ୍ୟବସାୟିକ ଆପଦ ପ୍ରୋଫାଇଲରେ ଉନ୍ନତି ଆସିବ ।

ରିପୋର୍ଟରୁ ଉଦ୍ଦୃତି: ଉତ୍ପାଦନ ପ୍ରକ୍ରିୟାରେ ଆଡପ୍ଟାବିଲିଟି ସହ ସୁପ୍ରିୟର ମାର୍କେଟ ସ୍ଥିତି ଏସଏସର ସବୁ ସିରିଜ ମଧ୍ୟରେ ବିଭିନ୍ନ ପ୍ରକାର ଗ୍ରେଡ ଉତ୍ପାଦନ କରିବାର କ୍ଷମତା (ମୁଖ୍ୟତଃ ୨୦୦, ୩୦୦ ଓ ୪୦୦ ସିରିଜ- ନିକେଲ ଓ ଅନ୍ୟାନ୍ୟ ଆଲୋଇଜ ସଠିକ ବିଷୟବସ୍ତୁ ଉପରେ ଆଧାର କରି ବର୍ଗିକୃତ ) ଗୋଷ୍ଠୀକୁ ସାହାଯ୍ୟ କରେ । ଉପଭୋକ୍ତା ସାମଗ୍ରୀ ଅନ୍ୟାନ୍ୟ ଯନ୍ତ୍ରପାତି ନିର୍ମାତା, ଅଟୋମୋବାଇଲ, ରେଳ ପରିବହନ ଇତ୍ୟାଦି ବିଭିନ୍ନ କ୍ଷେତ୍ରରେ ଏହାର ପ୍ରାଧାନ୍ୟ ରହିଛି । ଆର୍ଥିକ ବର୍ଷ ୨୦୨୩ର ପ୍ରଥମ ନଅ ମାସରେ ରପ୍ତାନି ଶୁଳ୍କ ଲାଗୁ ହେତୁ ରପ୍ତାନି ସାଧାରଣତଃ ୩୦୦ ସିରିଜ ପ୍ରଭାବିତ ହୋଇଥିଲାବେଳେ ଗୋଷ୍ଠୀ ଏହାର ଉତ୍ପାଦନ ପ୍ରକ୍ରିୟାକୁ ପରିବର୍ତନ କରିବାରେ ସକ୍ଷମ ହୋଇଥିଲା ଓ ଘରୋଇ ଚାହିଦା ୨୦୦ ସିରିଜ ପୂରଣ କରିଥିଲା ।
ଅପରେଟିଂ ଦକ୍ଷତା ଦ୍ୱାରା ପରିଚାଳିତ ଟନ ପ୍ରତି ଇବିଆଇଟିଡିଏରେ ସ୍ଥାୟୀ ଉନ୍ନତି ଆସିଛି । ଯେତେବେଳେକି ବାସ୍ତବତା ଇନପୁଟ (ନିକେଲ ଓ କ୍ରୋମ ଓର) ଏବଂ ଉତ୍ପାଦ ମିଶ୍ରଣ ଯଥା ୨୦୦,୩୦୦ ଓ ୪୦୦ ସିରିଜ ଉପରେ ନିର୍ଭରଶୀଳ ଯେଉଁଥିେରେ ଉନ୍ନତି ପରିଲକ୍ଷିତ ହୋଇଛି । ଜେଏସଏଲ କଂଚାମାଲ ଓ ପ୍ରସ୍ତୁତ ସାମଗ୍ରୀ ପରିବହନ ଲାଗି ରେଳ ସାଇଡିଂ ଓ ଆଭ୍ୟନ୍ତରୀଣ କଂଟେନର ଡିପୋ ସ୍ଥାପନ କରିବା ଯୋଗୁ ଲଜିଷ୍ଟିକ ଖର୍ଚ୍ଚ ସଂଚୟ ହୋଇ ପାରୁଛି । ଆହୁରି ମଧ୍ୟ ଏନପିଆଇ ସ୍ମେଲଟର ସୁବିଧାରେ ଏକ ଅଂଶଧନ ହାସଲ କରିବା ସହିତ ଗୋଷ୍ଠୀ ଓ ଏହାର କଂଚାମାଲ ଆବଶ୍ୟକତାକୁ ଆଗକୁ ବଢାଇବାକୁ ଚାହୁଁଛି । ସୁସ୍ଥ ଘରୋଇ ଚାହିଦା ଓ ରପ୍ତାନିରେ ପିକ୍‌ଅପ ସହ କ୍ରିସିଲ ସ୍ଥାୟୀ ଭିତିରେ ଏହି ଗ୍ରୁପ ସହ ପ୍ରତି ଟନ ୧୮୦୦୦-୨୦୦୦୦ରୁ ଅଧିକ ଇବିଆଇଟିଡିଏ ଉତ୍ପାଦନ କରିବାକୁ ଆଶା ରଖଛିି ।

ସାମର୍ଥ୍ୟ ଯୋଗ ସତ୍ୱେ ସୁସ୍ଥ ରହିବା ଲାଗି ଆଥିକ ଆପଦ ଫ୍ରୋଫାଇଲକୁ କମ କରାଯିବା ଲାଗି ସବୁ ପ୍ରକାର ପ୍ରୟାସ କରାଯାଉଛି । କ୍ୟାପେକ୍ସ ସତ୍ୱେ ଜେଏସଏଲରେ ,ଜେଏସଏଚଏଲ ଗ୍ରୁପ ଅପେକ୍ଷାକୃତ ବାହ୍ୟ ନେଟ ଡେବିଟକୁ ହ୍ରାସ କରିଛି । ଆର୍ଥିକ ବର୍ଷ ୨୦୨୨ରେ ୧.୩ ଗୁଣା ତୁଳନାରେ ଇବିଆଇଟିଡିଏକୁ ନିଟ ଋଣ ୦.୭ ରହିଥିଲା ଆର୍ଥିକ ବର୍ଷ ୨୦୨୪ରେ ଜେୟୁଏସଏଲ ଡେବ୍‌ଟ ୨୦୦୦ କୋଟି ଟଙ୍କା ଯୋଗାଡ଼ ହେତୁ ଲିଭରେଜ ସ୍ତର ବୃ୍‌ଧି ପାଇବା ଆଶା ରହିଛି ।

ପ୍ରମୁଖ ଇସିଜି ହାଇଲାଇଟରେ ଜେଏସଏଲ ୪୧୬୨ କିଲୋୱାଟର ପିକ ସୋଲାର ଫଟୋ ଭୋଲଟାଇକ ସିଷ୍ଟମ ସ୍ଥାପନ କରି ଏହାର ସାମଗ୍ରିକ ଶକ୍ତି ବ୍ୟବହାରରେ ଅକ୍ଷୟ ଶକ୍ତି ଉତ୍ସର ଅଂଶ ବୃଦ୍ଧି କରିଛି । ଏହା ସହ ନବୀକରଣ ଯୋଗ୍ୟ ପାୱାର ପ୍ଲାଂଟ ପ୍ରତିଷ୍ଠା କରିବା ପାଇଁ ରିନ୍ୟୁ ପାୱାର ସହ ଚୁକ୍ତି କରିଛି । କଂପାନି ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି ଓ ଉଭୟ ଘରୋଇ ତଥା ବିଦେଶୀ ପୁଞ୍ଜି ବଜାରରେ ପ୍ରବେଶକୁ ଦୃଷ୍ଟି ଦେଇ ହୀତାଧିକାରୀଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଉଛି ।

Leave a Reply

Your email address will not be published. Required fields are marked *