ବୋଲଗଡ଼ ର ଦିଘିରି ଠାରେ ଖୋଲିଥିବା ଇଣ୍ଡିଆନ ଅଏଲ୍ ର ନୂଆ ପେଟ୍ରୋଲ ପମ୍ପରେ କୋଭିଡ ନିୟମର ଖୋଲାଖୋଲି ଉଲଂଘନ

ବୋଲଗଡ଼ : ୨୫/୦୨/୨୦୨୧ : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଦିଘିରି ଛକ ତଥା ବିଜିପୁର ତନଖି ଫାଟକ ନିକଟରେ ଇଣ୍ଡିଆନ ଅଏଲ୍ ର ଏକ ନୂତନ ପେଟ୍ରୋଲ ପମ୍ପ ଉଦଘାଟିତ ହୋଇଯାଇଛି।

ଏହି ପେଟ୍ରୋଲ ପମ୍ପ ଟିର ମୁଖ୍ଯ ଉଦ୍ୟୋକ୍ତା ସ୍ବର୍ଗତ ଯୋଗେଶ୍ୱର ବେହେରା ଙ୍କ ସ୍ମୂତି ଉଦ୍ଦେଶ୍ଯ ରେ ପେଟ୍ରୋଲ ପମ୍ପ ର ରିଟେଲର ଡିଲର୍ ଶ୍ରୀଯୁକ୍ତ ଭାଗିରଥି ବେହେରା  ପୱନ୍ ପୁତ୍ର ଫିଲିଙ୍ଗି ଷ୍ଟେସନ ନାମରେ ଏହି ପେଟ୍ରୋଲ ପମ୍ପ ଆରମ୍ଭ କରିଛନ୍ତି।

ବୋଲଗଡ଼ ଓ ଇଟାମାଟି ମଧ୍ଯରେ କୌଣସି ପେଟ୍ରୋଲ ପମ୍ପ ରହିନଥିବାରୁ ସ୍ଥାନୀୟ ଯାତ୍ରୀମାନେ ହଇରାଣ  ହେବାର ମିଳୁଥିଲା ବେଳେ ଅଞ୍ଚଳର କିଛି ଆସାଧୁ  ବ୍ୟବସାୟୀ ମାନେ ଖୁଚୁରା ବେପାର ଭାବେ ପେଟ୍ରୋଲ କୁ ଅପମିଶ୍ରିତ କରି ଚଢା ଦରରେ ବକ୍ରି କରୁଥିଲେ। ତେଣୁ ଅଞ୍ଚଳରେ ପେଟ୍ରୋଲ ପମ୍ପ ଆରମ୍ଭ ହେବା ଫଳରେ ଜନସାଧାରଣ ସନ୍ତୋଷ ପ୍ରକାଶ କରିଛନ୍ତି। 

ଉଦଘାଟନୀ ଉତ୍ସବରେ ଇଣ୍ଡିଆନ ଅଏଲ୍ ର ଏରିଆ ସେଲ୍ସ ମ୍ୟାନେଜର ଙ୍କ ସହିତ ବୋଲଗଡ଼ ର ବରିଷ୍ଠ ନାଗରିକ ମଞ୍ଚ ର ସଭ୍ଯ କୃଷ୍ଣ ମୋହନ ପାଲଟାସିଂହ, ରବିନ୍ଦ୍ର ପରିଡ଼ା, ବାଲ୍ମିକୀ ବଳିୟାରସିଂହ ଓ ସମିତି ସଭ୍ଯ ବୀର ଦାସ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଯୋଗେଶ୍ୱର ବେହେରା ଙ୍କ ସ୍ମୂତି ଚାରଣ କରିବା ସହିତ ତାଙ୍କର ବହୁ ଲୋକାଭିମୁଖୀ ପରୋପକାରୀ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

କିନ୍ତୁ ସାରା ଦେଶରେ ପେଟ୍ରୋଲ ଦର ବୃଦ୍ଧି କୁ ନେଇ ଚାଲିଥିବା ଜନ ଅସନ୍ତୋଷ ଭିତରେ ସରକାର ନୂଆ ପେଟ୍ରୋଲ ପମ୍ପ ଖୋଲିବା ଏକରକମ ସାଧାରଣ ଗରିବ ଖଟିଖିଆ ଙ୍କ ମଜାକ୍ ଉଡାଇବା ଭଳି ମନେ ହେଉଛି। ଏପଟେ କରୋନା ମହାମାରୀ ର ଦ୍ବିତୀୟ ଲହରୀ ଆରମ୍ଭ ହେବାକୁ ବସିଥିବା ବେଳେ, ସରକାର ଙ୍କ କୋଭିଡ୍ କଟକଣା ନିୟମକୁ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସଚେତନ କରାଯାଉଥିବା ବେଳେ  ପେଟ୍ରୋଲ ପମ୍ପ ର ଉଦ୍ଦଘାଟନୀ ଉସ୍ଚବ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଉପସ୍ଥିତ ଅତିଥି ମାନେ ମଧ୍ୟ କୋଭିଡ୍ କଟକଣାକୁ ପାଳନ କରି ନଥିଲେ।

ସେହିପରି ସଡ଼କ ସୁରକ୍ଷା ଆଇନ୍ ଅନୁଯାୟୀ ହେଲମେଟ ର ବ୍ଯବହାର ବାଧ୍ଯତାମୂଳକ ହୋଇଥିଲେ ମଧ୍ଯ ଉପସ୍ଥିତ ଗ୍ରାହକ ମାନେ ବିନା ହେଲମେଟ ଓ ମାକ୍ସ ରେ ପେଟ୍ରୋଲ ପମ୍ପ ରେ ନିଜ ଗାଡ଼ିରେ ତେଲ ଭରୁଥିବାର ଦେଖିବାକୁ ମିଳିଥିଲା। ପେଟ୍ରୋଲ ପମ୍ପ ତରଫରୁ  ଉଦଘାଟନୀ ଉତ୍ସବରେ ଆୟୋଜିତ ଭୋଜି ଆସରରେ କୋଭିଡ୍ କଟକଣା କୁ ଭୁଲି ସାମାଜିକ ଦୂରତା ନ ରଖି ବହୁ ଲୋକ ଭିଡ ଜମେଇଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *