ନିୟମ କୋହଳ ନେଇ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତି ଓ କଟକଣା କୋହଳ ଲାଗି କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ନିଜ ରାଜ୍ୟର ସ୍ଥାନୀୟ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଅତିରିକ୍ତ କଟକଣା ଲଗାଇଛନ୍ତି । ନିୟମ କୋହଳ କରିବା ଲାଗି କେନ୍ଦ୍ର ସରକାରଙ୍କ ଯେଉଁ ଚିଠି ଆସିଛି, ତା ଉପରେ ରାଜ୍ୟ ସରକାର ଭାବିଚିନ୍ତି ନିଷ୍ପତ୍ତି ନେବେ । ଆମ ରାଜ୍ୟରେ ଅତିରିକ୍ତ କଟକଣା କିଛି ନାହିଁ । ଆମର ଗାଇଡଲାଇନ ଅନୁସାରେ କଟକଣା ହୋଇଛି । ସରକାରଙ୍କର ତା ଉପରେ ନଜର ରହିଛି । କୋଭିଡ ସ୍ଥିତିର ସମୀକ୍ଷା ମଧ୍ୟ କରାଯାଉଛି ।

ପୁନଶ୍ଚ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା କରିବା । ଯଦି ଆଜିର ଷ୍ଟାଟସ ଦେଖିବା, ୨ରୁ ୩ଟି ସ୍ଥାନରେ ଟିକେ ଅଧିକ ସଂକ୍ରମଣ ରହିଛି । ଏବେକାର ସ୍ଥିତିରେ ଆମେ ଭଲ ଆଡ଼କୁ ଯାଉଛେ । କିଛି ଦିନ ହେଲା ସଂକ୍ରମଣ ହଜାରେ ତଳେ ରହିଛି । ହସ୍ପିଟାଲିଟି ରେଟ ମଧ୍ୟ କମ ରହୁଛି । ଆଗକୁ ସ୍ଥିତି ଆହୁରି ସୁଧୁରିବ । ତୃତୀୟ ଲହର ସରିଲାଣି କି ବୋଲି ପ୍ରଶ୍ନରେ କହିଛନ୍ତି, ଲହର କେବେ ସରେ ନାହିଁ ।

ମହାମାରୀ ହେଲେ, କିଛିଦିନ ବଢ଼େ, କିଛିଦିନ କମେ । ତାପରେ ଧୀରେ ଧୀରେ କମେ । ଆମେ ଏବେ ଧୀରେ ଧୀରେ କମିବା ଷ୍ଟେଜରେ ଅଛନ୍ତି । ରାଜ୍ୟରେ କୋଭିଡ ରୋଗୀଙ୍କ କ୍ଷେତ୍ରରେ ଅଧିକ ମୃତ୍ୟୁ ହେଉଛି । ଯାହା ଏବେ ମୋଟ ମୃତ୍ୟୁର ପ୍ରାୟ ୬୦ ଭାଗ ରହିଛି । ନିର୍ଦ୍ଦିଷ୍ଟ ସଂଖ୍ୟକ ଲୋକଙ୍କୁ ନେଇ ପଞ୍ଚାୟତ ନିର୍ବାଚନ ପ୍ରଚାର ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯଦି ତାହାକୁ ନ ମାନିବା, ତାହେଲେ ସଂକ୍ରମଣ ପୁଣି ବଢ଼ିପାରେ ।

Leave a Reply

Your email address will not be published. Required fields are marked *