କରୋନା ସଚେତନତା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଅଭିଯାନ

ଖୋର୍ଦ୍ଧା : ୦୭ ୦୪/୨୦୨୧: ରାଜ୍ୟରେ କରୋନା ସଂକ୍ରମଣ ମହାମାରୀର ଦ୍ବିତୀୟ ଧାରା ଦୃତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଏହାର ଗୁରୁତ୍ୱକୁ ଉପଲବଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କରୋନା ପରିସ୍ଥିତିର ସମୀକ୍ଷା କରିବା ପରେ ମୁହଁରେ ମାସ୍କ୍ ଠିକ୍ ଢଙ୍ଗରେ ବା ମୋଟେ ପିନ୍ଧୁ ନଥିବା ଓ ସାମାଜିକ ଦୂରତା ରକ୍ଷା ନିୟମ ଉଲଙ୍ଘନ କରୁଥିବା ଲୋକଙ୍କ ବିରୋଧରେ ୭ତାରିଖରୁ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ୧୦ ଦିନ ବ୍ୟାପି ଏକ ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିବାକୁ ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୁଲିସ ଡିଜି ଅଭୟ ମଧ୍ୟ ରାଜ୍ୟର ସମସ୍ତ ଜିଲ୍ଲାର ଏସପି ଓ ଡିସିପି ମାନଙ୍କୁ ଆଜିଠାରୁ ଏହି ସ୍ୱତନ୍ତ୍ର ଡ୍ରାଇଭ୍ ଆରମ୍ଭ କରିବା ପାଇଁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଏବେ ଦୀର୍ଘଦିନ ପରେ ସକ୍ରିୟ ହୋଇ ଉଠିଛି ଖୋର୍ଦ୍ଧା ପୋଲିସ ।

ଆଜି ସକାଳ ସମୟରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜେଶ କୁମାର ଦୋରାଙ୍କ ସହିତ ଅତିରିକ୍ତ ତହସିଲଦାର ଶ୍ରୀ ରବି ନାରାୟଣ ପାଢ଼ୀଙ୍କୁ ସହରର ମୁଖ୍ୟ  କୋ-ଅପରେଟିଭ ବ୍ୟାଙ୍କ ଛକରେ ଦେଖିବାକୁ ମିଳିଥିଲା ।

ଶ୍ରୀ ଦୋରାଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ଗାଡ଼ି ମଟରରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ କରୋନା ସମ୍ପର୍କରେ ସଚେତନ କରାଇବା ସହ ମାସ୍କ ପରିଧାନ ଉପରେ ପ୍ରାଧାନ୍ୟ ଦେବାକୁ କହୁଥିବା ବେଳେ ମାସ୍କ ଓ ହେଲମେଟ୍ ଚେକିଂ କରି ଅମାନିଆଙ୍କ ଠାରୁ କିଛି ଜୋରିମାନା ମଧ୍ୟ ଆଦାୟ କରାଯାଇଥିଲା ।

ଏହି ଅଭିଯାନରେ ମୁଖ୍ୟତଃ ମାସ୍କ ନପିନ୍ଧି ବୁଲୁଥିବା ଅମାନିଆଙ୍କୁ ସାବାଡ଼ କରିବାକୁ ପୋଲିସ ଲକ୍ଷ ରଖିବା ଶ୍ରୀ ପାଢ଼ୀ ସୂଚନା ଦେଇଥିଲେ ।

ସେହିପରି ଦୋକାନରେ ସାମାଜିକ ଦୂରତ୍ବ ନରଖ୍ ଖୁଲମଖୁଲା ବ୍ୟବସାୟ ଚଳାଇଥିବା ବ୍ୟବସାୟୀଙ୍କୁ ମଧ୍ୟ ତାଗିଦ କରିଥିଲା ପୋଲିସ । ଏତବ୍ୟତୀତ ବ୍ୟବସାୟୀ ମାନେ ମାସ୍କ ପିନ୍ଧି ନ ଥିବା ଗ୍ରାହକ ମାନଙ୍କୁ ଜିନିଷ ନଦେବା ପାଇଁ ସଚେତନ କରିଥିଲା ।

ଆଗାମୀ ଦିନରେ କୋଭିଡ ନିୟମକୁ କଡ଼ାକଡ଼ି କରାଯିବ ସହିତ ନିୟମ ଉଲଙ୍ଘନକାରୀଙ୍କ ଉପରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଶ୍ରୀ ଦୋରା କହିଛନ୍ତି ।

Leave a Reply

Your email address will not be published. Required fields are marked *