ଖୋର୍ଦ୍ଧା ଜିଲ୍ଲା ଛାତ୍ର କଂଗ୍ରେସ ର କୋଭିଡ ସଚେତନତା ଅଭିଯାନ

ଖୋର୍ଦ୍ଧା : ୧୧/୦୫ (ପ୍ରବାହ ନିଉଜ୍) କରୋନା ମହାମାରୀ ର ଦ୍ଵିତୀୟ ଲହରିରେ ସାରା ଦେଶର ଅବସ୍ଥା ଗୁରୁତର ହେବାରେ ଲାଗିଛି । ଏହି ମହାମାରୀ ରୁ ବାଦ ପଡିନି ଖୋର୍ଦ୍ଧା ଜିଲ୍ଲା । ଜିଲ୍ଲାରେ ପ୍ରତ୍ୟେକ ଦିନ ସର୍ବାଧିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରୁ ପ୍ରତ୍ୟେକ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଥି ନେଇ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାର ଜନ ସଚେତନତା କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ କରୋନା ସମ୍ପର୍କିତ ସଚେତନତା କରାଯାଇଛି ।

ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ଛକରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ସୌମ୍ୟ ପଟ୍ଟନାୟକଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ ର କାର୍ଯ୍ୟକର୍ତ୍ତା ମାନେ କୋଭିଡ ର ଭୟାବହତା ସମ୍ପର୍କରେ ଯାତାୟାତ କରୁଥିବା ଲୋକଙ୍କୁ ସଚେତନ କରିବା ସହିତ ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ । ଏହା ସହିତ କୌଣସି ଜରୁରୀ କାମ ନଥିଲେ ଅଯଥାରେ ପଦାକୁ ବାହାରନ୍ତୁ ନାହିଁ, ସଦାସର୍ବଦା ମାକ୍ସ ପରିଧାନ କରନ୍ତୁ, ସମାଜିକ ଦୂରତା ପାଳନ କରନ୍ତୁ, ସଦାସର୍ବଦା ସାବୁନରେ ହାତ ଧୁଅନ୍ତୁ, ଅଯଥାଟାରେ କୌଣସି ସ୍ଥାନରେ ଭିଡ଼ କରନ୍ତୁ ନାହିଁ ଭଳି ଅନେକ ସଚେତନତା ବାର୍ତ୍ତା ବାଣ୍ଟିଥିଲେ ।

ଏହି କାର୍ଯ୍ୟକ୍ରମ ରେ ସ୍ବେଚ୍ଛାସେବୀ ସଞ୍ଜୟ ପଟ୍ଟନାୟକ, ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଅମିତ ମହାନ୍ତି ଓ ନଗର କଂଗ୍ରେସ ସଭାପତି ରଣଜିତ ମହାପାତ୍ରଙ୍କ ସହିତ ପ୍ଲାବନ ପଟ୍ଟନାୟକ, ଶିଳାଦିତ୍ୟ ପଟ୍ଟନାୟକ, ଦ୍ଵାରିକା ମହାନ୍ତି ଓ ବିଶ୍ୱଭୂଷଣ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ର କଂଗ୍ରେସର କାର୍ଯ୍ୟକର୍ତ୍ତା ମାନଙ୍କୁ ଏହି ସଚେତନତା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।