ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ସମନ୍ୱୟ ବୈଠକ
କଳିଙ୍ଗନଗର,ପ୍ରବାହ ନ୍ୟୁଜ୍ : କଳିଙ୍ଗନଗର ଓ ଏହାର ଆଖପାଖ ଅଞ୍ଚଳର ଗ୍ରାମୀଣ ଓ ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟସେବାକ୍ଷେତ୍ରରେରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ପକ୍ଷରୁ ଯାଜପୁର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ‘କନଭର୍ଜେନ୍ସ ବୈଠକ’ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗଧାଡ଼ିର ସ୍ୱାସ୍ଥ୍ୟକର୍ମୀମାନେ ପ୍ରମୁଖ ଅଂଶଗ୍ରହଣ କରିଥିଲେ ଏବଂ ସ୍ଥାନୀୟ ଅଞ୍ଚଳରେ ଜନସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଉନ୍ନତି ବିଷୟରେ ଆଲୋଚନା କରାଯାଇଥିଲା ।ଏହି କର୍ମଶାଳାରେ ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚ୍ଓ), ସହାୟକ ନର୍ସ ଏଏନଏମ, ଆଶାକର୍ମୀ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନଜନସ୍ୱାସ୍ଥ୍ୟ ବିଭାଗର ସଦସ୍ୟଙ୍କ ସମେତ ୮୦ରୁ ଅଧିକ ସ୍ୱାସ୍ଥ୍ୟ ଅଧିକାରୀ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ (ସିଡିଏମ୍ଓ),ଯାଜପୁର, ଡାକ୍ତର ଶିବାଶିଷ ମହାରଣା, ସିଏଚସି ଦାନଗଦୀର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଜ୍ୟୋତିରଞ୍ଜନ ମହାପାତ୍ର, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍ଆଇଏନ୍ଏଲ୍)ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧୀର କୁମାର ମେହେତା, ଯାଜପୁର ଜିଲ୍ଲା ମହାମାରୀ ବିଶେଷଜ୍ଞ ଡାକ୍ତର ଜ୍ୟୋତିରଞ୍ଜନ ରାଉତ, ଯାଜପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ନନ୍ଦିନୀପ୍ରଭା ଲେଙ୍କା, ଜଖପୁରା ଏବଂ ଗୋବର୍ଦ୍ଧନପୁରର ମେଡିକାଲ ଅଫିସର (ଏମ୍ଓ) ପ୍ରମୁଖ ଉପସ୍ଥିତ ଥିଲେ ।ସ୍ଥାନୀୟ ଅଞ୍ଚଳରେ ଦେଖା ଯାଉଥିବା ବ୍ୟାପକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଏବଂ ସାମଗ୍ରିକ ସହଯୋଗ ପାଇଁ ଏକ ମାର୍ଗ ପ୍ରସ୍ତୁତ କରିବା ଏହି ବୈଠକର ଉଦ୍ଦେଶ୍ୟ ଥିଲା ।
ସ୍ଥାନୀୟ ଅଞ୍ଚଳରେ ଅଣସଂକ୍ରାମକ ରୋଗ (ଏନସିଡି) ଏବଂ ଭେକ୍ଟର ବାହିତ ରୋଗ (ଭିବିଡି)ର ପ୍ରଭାବଶାଳୀ ମୁକାବିଲା କରିବା, ଗ୍ରାମୀଣ ଲୋକଙ୍କ ମଧ୍ୟରେ ମଧୁମେହ ଓ ଉଚ୍ଚ ରକ୍ତଚାପ ମାମଲା ଚିହ୍ନଟ କରି ସରକାରଙ୍କୁ ଜଣାଇବା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା ।ଗୁରୁତର ପୁଷ୍ଟିହୀନ ଶିଶୁଙ୍କୁ ଚିହ୍ନଟ କରିବା, ସେମାନଙ୍କୁ ନ୍ୟୁଟ୍ରେସନ ରିହବିଲିଟେସନ ସେଣ୍ଟର (ଏନଆରସି)କୁ ପଠାଇବା ଏବଂ ସୁକିନ୍ଦା ଓ ଦାନଗଦୀ ଅଞ୍ଚଳରେ ପୁଷ୍ଟିହୀନତା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ଓ ଖୁବଶୀଘ୍ର ଏହି ଯୋଜନାର କାର୍ଯ୍ୟକାରୀତା ନେଇଆଲୋଚନା ହୋଇଥିଲା ।
ଏହାବ୍ୟତୀତ ଟାଟା ଷ୍ଟିଲ ଫାଉଣ୍ଡେସନର ‘ରିଜିଓନାଲ ଇନିସିଏଟିଭ ଫର ସେଫ ସେକ୍ସୁଆଲ୍ ହେଲଥ ବାଏ ଟୁଡେସ ଏଡୋଲୋସେଣ୍ଟ’ (ରିସ୍ତା) ପ୍ରକଳ୍ପ ଏବଂ ପ୍ରୋଜେକ୍ଟ ‘ଦୃଷ୍ଟି’ ଜରିଆରେ କିଶୋର ସ୍ୱାସ୍ଥ୍ୟ ଓ ଚକ୍ଷୁର ଯତ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଆଲୋଚନା କରଯାଇଥିଲା । ଏହି ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ଜନସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଡାକ୍ତର ଅନୁଜ ଭଟନାଗର କହିଛନ୍ତି ଯେ କଳିଙ୍ଗନଗରରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ଜରୁରୀ । ସମ୍ବଳ ଏବଂ ଜ୍ଞାନର ମିଶ୍ରଣ ଦ୍ୱାରା ନୂତନ ଏବଂ ପ୍ରଭାବଶାଳୀ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇପାରିବ ଯାହା ଲୋକଙ୍କ ଜୀବନରେ ଉନ୍ନତି ଆଣିବ ଏବଂ ସମସ୍ତଙ୍କ ପାଖରେ ଚିକିତ୍ସା ସେବା ଉପଲବ୍ଧହୋଇପାରିବ ।
କମ୍ୟୁନିଟି ଏବଂ ସରକାରୀ ଅନୁଷ୍ଠାନର ମିଳିତ ସହଯୋଗରେ କରାଯାଇଥିବା ଏହି ପ୍ରୟାସ,ସ୍ଥାନୀୟ ଅଞ୍ଚଳର ଗ୍ରାମୀଣ ଏବଂ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାକୁସୁଦୃଢ କରିବା ସହିତ ପରିବର୍ତନମୂଳକ ସମାଧାନ କରିବାପ୍ରୟାସଟାଟା ଷ୍ଟିଲ୍ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ଦର୍ଶାଉଛି ।