ଅକ୍ଟୋବର ୩୧ରୁ କଂଗ୍ରେସ କରିବ ଭାରତ ଯୋଡ ଯାତ୍ରା

ରାଜ୍ୟ କଂଗ୍ରେସ କରିବ ଭାରତ ଯୋଡ ଯାତ୍ରା । ଆସନ୍ତା ଅକ୍ଟୋବର ମାସ ୩୧ ତାରିଖରୁ ଏହି ଯାତ୍ରା ଆରମ୍ଭ ହେବ । ଭୁବନେଶ୍ୱର ଇନ୍ଦିରା ପାର୍କରୁ ରାଜ୍ୟ କଂଗ୍ରେସର ଭାରତ ଯୋଡ ଯାତ୍ରା ଆରମ୍ଭ ହେବ । ଯାହାକି ଶହେ ଦିନ ଯାଏଁ ଚାଲିବ । ତେବେ ଏହି ସମୟ ଭିତରେ ୨୨୫୦ କିଲୋମିଟର ପଦଯାତ୍ରା କରିବ ରାଜ୍ୟ କଂଗ୍ରେସ । ୨୦ ସଂସଦୀୟ କ୍ଷେତ୍ର ବୁଲିବେ ରାଜ୍ୟର ନେତା । ଏହି ପଦଯାତ୍ରାରେ ସାମାଜିକ କର୍ମୀଙ୍କୁ ସାମିଲ କରାଯିବ । ଓଡ଼ିଶାରେ ଭାରତ ଯୋଡ ଯାତ୍ରାରେ ଜୟରାମ ରମେଶ ଓ ଦିଗବିଜୟ ସିଂ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ତେବେ ମିଳିଥିବା ସୂଚନା ମୁତାବକ, ୨୫ଟି ଜିଲ୍ଲାରେ ପଦଯାତ୍ରା କରିବା ପାଇଁ ଦଳ ଯୋଜନା କରିଛି । ପଦଯାତ୍ରା ପାଇଁ ଜିଲ୍ଲା ସଂଯୋଜକ ନିଯୁକ୍ତି ଜାରି ରହିିଛି । କଂଗ୍ରେସ ରାଜ୍ୟର ୩୭ ହଜାର ବୁଥରେ ସଂଯୋଜକ ନିଯୁକ୍ତି ପରେ ପଞ୍ଚାୟତ, ଜିଲ୍ଲା ପରିଷଦ ଓ ୩୧୪ ବ୍ଲକରେ ମଧ୍ୟ ସଂଯୋଜକ ନିଯୁକ୍ତ କରାଯିବ । କନ୍ୟାକୁମାରୀରୁ କଂଗ୍ରେସର ଭାରତ ଯୋଡ ଯାତ୍ରା ଆରମ୍ଭ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧି ଏହି ଭାରତ ଯୋଡ ଯାତ୍ରାର ନେତୃତ୍ୱ ନେଉଛନ୍ତି ।