୩୨ଜଣ ମାଟ୍ରିକ ପାସ ଛାତ୍ରଛାତ୍ରୀଙ୍କୁ ଆସ୍ପାୟାର ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ କାଦୁଅଡିହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ଆୟୋଜନରେ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଆସ୍ପାୟାରପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସୂଚନା ଅନୁଯାୟୀ ହରିଚନ୍ଦନପୁର ବ୍ଲକର ନୋଲ, ରାଣିପଦା, ବାଉଁରୁ, ଖରବା,ବୁଢ଼ିପଦା,କାଦୁଆ,ତୁରୁଙ୍ଗୀ,ବଡ଼ଯୁମେଇର ଗ୍ରାମର ଛାତ୍ରଛାତ୍ରୀ ଅବହେଳିତ ହୋଇ ଅଧାରୁ ପାଠ ପଢା ଛାଡି ଗାଈ, ଛେଳି ଚରାଇ ଓ ଶ୍ରମ କାମରେ ନିୟୋଜିତ ହୋଇ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଆଡକୁ ଯାଉଥିବା ବେଳେ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ଅନୁଷ୍ଠାନ ପିଲାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଆବାସିକ ସେତୁ ପାଠ୍ୟକ୍ରମରେ ଯୋଡ଼ି ସଠିକ ଭାବେ ଶିକ୍ଷା ପ୍ରଦାନ କରାଇ ଚଳିତ ବର୍ଷ ୩୨ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ମାଟ୍ରିକପାସ କରିଛନ୍ତି । ବିଶେଷ କରି ବଡ଼ଜିମେଇଁ ଗ୍ରାମର ପ୍ରଥମ ମାଟ୍ରିକପାସ କରିଛନ୍ତି ଝିଅ ତୁଳସୀ ମୁଣ୍ଡା । ସେ ଚଳିତ ବର୍ଷ ଦଶମ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ଖବର ପ୍ରସାରଣ ପରେ ଅଞ୍ଚଳରେ ଶୁଭେଚ୍ଛାର ସୁଅ ଛୁଟୁଛି । ଉପସ୍ଥିତ ରହିଥିବା ମାଟ୍ରିକପାସ ଛାତ୍ରଛାତ୍ରୀ ନିଜର ସଂଘର୍ଷ କାହାଣୀ କହିଥିବା ବେଳେ ଭବିଷ୍ୟତରେ ଜଣେ ପୋଲିସ,ଶିକ୍ଷକ,ଡାକ୍ତର, ସମାଜସେବୀ ହୋଇ କାର୍ଯ୍ୟ କରିବାକୁ କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସୁଜାତା କୁମାରୀ ବେଇ, ସମ୍ମାନିତଆଅତିଥି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସେଠୀ,ସିଆରସିସି ବିଜୟ କୁମାର ସାହୁ, ଆସ୍ପାୟାର ରାଜ୍ୟ ସଂଯୋଜକ ରବି କୁମାର, ବିଦ୍ୟାଳୟ ପରିଚାଳନା କମିଟିର ବ୍ଲକ ଫେଡରେଶନ କମିଟି ସଭାପତି ଦୁଷ୍ମନ୍ତ ବେହେରା,କାଦୁଅଡିହା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ, ହରିଚନ୍ଦନପୁର ପ୍ରେସ କ୍ଲବ ସଭାପତି ଶ୍ରୀନିବାସ ପାଇକରାୟ,ସମ୍ପାଦକ ପ୍ରଶାନ୍ତ ନାୟକ ଓ ସାମ୍ବାଦିକ ପ୍ରଦୀପ କୁମାର ସାହୁ, ଆସ୍ପାୟାର ରାଜ୍ୟ ମିଡ଼ିଆ କମ୍ୟୁନିକେସନ କୋଡିନେଟର ପୂଜା ପୃଷ୍ଟି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଆସ୍ପାୟାର ବ୍ଲକ ସଂଯୋଜକ ଅଶୋକ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶୃଙ୍ଖଳିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *