ବନଲତା ଆପାର୍ଟମେଣ୍ଟ ସୋସାଇଟି ନାମରେ ମାନବାଧିକାର କମିଶନରେ ଅଭିଯୋଗ

ଭୁବନେଶ୍ୱର : ନିକଟରେ ରାଜ୍ୟ ସରକାର ଆପାର୍ଟମେଣ୍ଟ କିଣାବିକା ଆପାର୍ଟମେଣ୍ଟର ସୁପରିଚାଳନା ଓ ଅନ୍ତ୍ୟେବାସୀମାନଙ୍କର ସମସ୍ତ ପ୍ରକାର ସୁବିଧା ଓ ଅସୁବିଧାକୁ ମୁକାବିଲା କରିବା ପାଇଁ ଅନେକ ନୀତି ନିୟମ ଆଣିଛନ୍ତି । ଅନ୍ତ୍ୟେବାସୀମାନଙ୍କର ମୌଳିକ ସୁବିଧା ସୁଯୋଗ ପାଇଁ ସବୁ ଆପାର୍ଟମେଣ୍ଟରେ ସୋସାଇଟି ଗଠନ ନିମନ୍ତେ ବିଡିଏର ଗାଇଡ୍‌ଲାଇନ୍ ବି ଅଛି । କିନ୍ତୁ ଅନେକ କ୍ଷେତ୍ରରେ ସୋସାଇଟି ଦାୟିତ୍ୱରେ ଯେଉଁମାନେ ଅଛନ୍ତି ସେମାନେ ଅନ୍ତ୍ୟେବାସୀଙ୍କର ବିଭିନ୍ନ ସମସ୍ୟା ଓ ଅଭିଯୋଗ ପ୍ରତି ଅଣଦେଖା କରିଆସୁଥିବାର ଓ ସୋସାଇଟିର ବାର୍ଷିକ ଆୟ ସମ୍ବନ୍ଧରେ ପ୍ରକୃତ ତଥ୍ୟ ସାର୍ବଜନୀନ କରିବାରେ ଅବହେଳା କରୁଥିବାର ଅଭିଯୋଗ ହୋଇଆସୁଅଛି । ସଦ୍ୟତମ ଉଦାହରଣ ହେଉଛି ଯେ, ଶହୀଦନଗରରେ ଥିବା ବନଲତା ଆପାର୍ଟମେଣ୍ଟରେ ସୋସାଇଟିର ଦାୟିତ୍ୱରେ ଥିବା ମହିଳା ଶ୍ରୀମତୀ ଜାନକୀ ଦେଓ ନିଜ ଅକ୍ତିଆରରେ ସମସ୍ତ ଆକାଉଣ୍ଟ ରଖିଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ତାହାର କୌଣସି ଅଡିଟ୍ ରିପୋର୍ଟ ଦୀର୍ଘ ୭ ବର୍ଷ ହେଲା ଅନ୍ତ୍ୟେବାସୀଙ୍କୁ ଲୁଚାଉଥିବାର ଅଭିଯୋଗ ଆସୁଛି । କୌଣସି ହିସାବ ମାଗିବା ବେଳକୁ ଶହୀଦନଗର ଥାନାରେ ଥାନାବାବୁ ତାଙ୍କ ହାତରେ ଅଛନ୍ତି ଏବଂ ସେମାନଙ୍କ ନାମରେ କେସ୍ କରି ହଇରାଣରେ ପକାଇବାର ଧମକ ଦେଇ ଆସୁଛନ୍ତି ସମ୍ପୃକ୍ତ ମହିଳା । ବାଧ୍ୟହୋଇ ଅନ୍ତ୍ୟେବାସୀମାନେ ଭୟରେ ମାନବିକ ଅଧିକାର କମିଶନରେ ସେମାନଙ୍କର ଅଭିଯୋଗ ଏବଂ ଆପାର୍ଟମେଣ୍ଟର ସୁପରିଚାଳନା ବିଷୟରେ ଦାୟର କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ବେଣୁଧର ମିଶ୍ର ନାମରେ ସେହି ଆପାର୍ଟମେଣ୍ଟରେ ଫ୍ଲାଟ୍ ନଂ- ୨୦୧, ୧୦୪ରେ ରହୁଥିବା ବେଳେ ସେ ସୋସାଇଟିର ବାର୍ଷିକ ହିସାବ ମାଗିବାରୁ ସୋସାଇଟିର ମାଲିକ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଚମକ ଦେଉଛନ୍ତି ଏବଂ ତାଙ୍କର ପାଣି ଲାଇନ୍ କାଟି ଦେଇଛନ୍ତି । ଯେତେ କାକୁତି ମିନତୀ ହେଲେ ମଧ୍ୟ ବରିଷ୍ଠ ନାଗରିକ ଶ୍ରୀ ମିଶ୍ରଙ୍କୁ ପାଣି ଲାଇନ୍ ଯୋଗାଇ ନଥିବାରୁ ସିଏ ଆପାର୍ଟମେଣ୍ଟର ଅନ୍ୟ ସହଯୋଗୀମାନଙ୍କୁ ନେଇ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ ଏବଂ ମାନ୍ୟବର କମିଶନ ଗତ ତା ୨୪.୫.୨୦୨୪ରିଖରେ ତୁରନ୍ତ ତାଙ୍କୁ ପାଣି ଲାଇନ୍ ଯୋଗାଇ ଦେବାକୁ ଏବଂ ୭ବର୍ଷର ସୋସାଇଟିର ହିସାବ ସାର୍ବଜନୀନ କରିବାକୁ ନିର୍ଦ୍ଦେଶ ଦେବାସତ୍ତ୍ୱେ ସମ୍ପୃକ୍ତ ମହିଳା ବିଭିନ୍ନ ଆଳ ଦେଖାଇ କମିଶନଙ୍କ ନିର୍ଦ୍ଦେଶକୁ ଅଣଦେଖା କରିବା ସହ ଅଭିଯୋଗକାରୀଙ୍କୁ ବାରମ୍ବାର ବାହାର ଅସାମାଜିକ ଲୋକଙ୍କୁ ଲଗାଇ ଧମକ ଚମକ ଦେଉଥିବାରୁ ଏହାର ସୁବିଚାର କରାଯାଉ ବୋଲି ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *