କୋକା-କୋଲା ଇଣ୍ଡିଆର ‘ପ୍ରୋଜେକ୍ଟ ଉନ୍ନତି’ ଭାରତର ୧୨ଟି ରାଜ୍ୟର ୩.୫ ଲକ୍ଷରୁ ଅଧି କୃଷକଙ୍କ ଜୀବନରେ ଉନ୍ନତି ଆଣିଛି

ଏହା ମାଧ୍ୟମରେ ଫଳର ଉତ୍ପାଦକତା ବୃଦ୍ଧି କରି କୃଷକମାନଙ୍କୁ ସକରାତ୍ମକ ଭାବରେ ପ୍ରଭାବିତ କରିବାର ଲକ୍ଷ୍ୟ, ଉତମ କୃଷି ଅଭ୍ୟାସ (ଜିଏପିଏସ) ଗ୍ରହଣ ଦ୍ୱାରା ଉତ୍ପାଦନରେ ୫ଗୁଣା ବୃଦ୍ଧି, ଆୟରେ ବୃଦ୍ଧି ଲକ୍ଷ୍ୟ ରଖାଯାଇଛି
ନୂଆଦିଲ୍ଲୀ, ୪ ଅଗଷ୍ଟ ୨୦୨୨: କୋକା-କୋଲା ଇଣ୍ଡିଆ ପକ୍ଷରୁ ଆତ୍ମନିର୍ଭରଭାରତ ଗଠନ ଉଦ୍ୟମ ସହିତ ଏହାର ପ୍ରୋଜେକ୍ଟ ଉନ୍ନତିର ସଫଳତାର ଏକ ଦଶନ୍ଧି ସମ୍ପର୍କରେ ଘୋଷଣା କରାଯାଇଛି । ଏହି ପ୍ରକଳ୍ପ କୋକାକୋଲା ଫ୍ରୁଟ ସର୍କୁଲାର ଇକୋନୋମି ପଦକ୍ଷେପର ଏକ ଅଂଶ । ଯାହା କମ୍ପାନୀର ଇଏସଜି ପ୍ରାଥମିକତା ଅନ୍ତର୍ଗତ ସ୍ଥାୟୀ କୃଷିର ଏକ ପ୍ରମୁଖ ଅଂଶବିଶେଷ । ପ୍ରୋଜେକ୍ଟ ଉନ୍ନତି କୃଷି ଦକ୍ଷତା ବୃଦ୍ଧି, ଅଗ୍ରଗାମୀ ସଂଯୋଗକୁ ସଶକ୍ତ କରିବା ଏବଂ ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତାର ବିକାଶ କରି ଭାରତୀୟ କୃଷି-ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି । ବିଗତ ୧୦ ବର୍ଷ ମଧ୍ୟରେ, ପ୍ରୋଜେକ୍ଟ ଅନ୍ନତି ଭାରତର ୧୨ଟି ରାଜ୍ୟରେ ୩୫୦,୦୦୦ରୁ ଅଧିକ ଫଳ ଚାଷୀଙ୍କୁ ସଶକ୍ତିକରଣ ଏବଂ ସକ୍ଷମ କରିବାରେ ସାହାଯ୍ୟ କରିଛି । ୫ ଟି ଫଳ କିସମ ଆମ୍ବ, ସେଓ, କମଳା, ଅଙ୍ଗୁର, ଲିଚି, ଏବଂ ଆଖୁ ଉପରେ ଏହା ଧ୍ୟନ କେନ୍ଦ୍ରିତ କରିଛି । ଏହି କାର୍ଯ୍ୟକ୍ରମ ଉଦ୍ୟାନ କୃଷି ଯୋଗାଣ ଶୃଙ୍ଖଳାକୁ ବିକାଶ କରିବା ଏବଂ ଦେଶର କୃଷି ଉତ୍ପାଦନ କ୍ଷମତା ବୃଦ୍ଧି ଲକ୍ଷ୍ୟ ରଖିଛି ।
ତାମିଲନାଡୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶନ, କର୍ଣ୍ଣାଟକ, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଉନ୍ନତି ପ୍ରକଳ୍ପ ମାଧ୍ୟମରେ ଉତମ କୃଷି ଅଭ୍ୟାସ (ଜିଏପି) ଗ୍ରହଣ ଦ୍ୱାରା ଅଲଟ୍ରା ଉଚ୍ଚ ସାନ୍ଦ୍ରତାଯୁକ୍ତ ଫଳ ବୃକ୍ଷରୋପଣ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଫଳ ଉତ୍ପାଦନକୁ ୫ଗୁଣା ବୃଦ୍ଧି କରାଯାଇ ପାରିଛି । ଏହା ସହିତ କୋକାକୋଲାର ‘ମିଠା ସୋନା ଉନ୍ନତି’ କାର୍ଯ୍ୟକ୍ରମ ଦ୍ୱାରା କ୍ଷୁଦ୍ର ଆଖୁ ଚାଷୀମାନେ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରାଯାଇ ସେମାନଙ୍କ ଜୀବିକା ବିକାଶ ତଥା ଜଳବାୟୁ ପ୍ରତିରୋଧକ ଆଖୁ ଚାଷକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରାଯାଉଛି ।
ଏହି ପ୍ରକଳ୍ପଗୁଡିକ ଉଚ୍ଚ ଅମଳକ୍ଷମ ବୃକ୍ଷରୋପଣ ସାମଗ୍ରୀ ଏବଂ ଉତମ କୃଷି ଅଭ୍ୟାସ (ଜିଏପିଏସ) ଯେପରିକି ଅଲଟ୍ରା-ଉଚ୍ଚ-ସାନ୍ଦ୍ରତା ବୃକ୍ଷରୋପଣ (ୟୁଏଚଡିପି) ମାଧ୍ୟମରେ ଭତିିଭୂମି ସକ୍ଷମ କରିବାରେ କୃଷକଙ୍କ ସୁବିଧାକୁ ସୁଗମ କରିଥାଏ । ଯେଉଁଥିରେ ଡ୍ରିପ ଜଳସେଚନ, ଅନ-ସାଇଟ ଟ୍ରେନିଂ ଏବଂ ଫାର୍ମ ସପ୍ଲିମେଂଟ ସହାୟତା ଅନ୍ତର୍ଭୁକ୍ତ । ଏହି ନୂତନ ପ୍ରଯୁକ୍ତିବିଦ୍ୟା ଜମିର ୟୁନିଟ ପ୍ରତି ଗୁଣବତା, ଉତ୍ପାଦକତା ଏବଂ ଲାଭରେ ଯଥେଷ୍ଟ ବୃଦ୍ଧି ଘଟାଇଥାଏ ଯାହା ଫଳ ଚାଷକୁ ଅଧିକ ଲାଭଦାୟକ କରି ପାରିଥାଏ ।
ଏହି ଅବସରରେ କୋକାକୋଲା କମ୍ପାନୀରେ ଭାରତ ଏବଂ ଦକ୍ଷିଣ-ପଶ୍ଚିମ ଏସିଆ (ଆଇଏନଏସଡବ୍ଲୁଏ)ର ସିଏସଆର ଏବଂ ସଷ୍ଟେନେବିଲିଟି ନିର୍ଦ୍ଦେଶକ ରାଜେଶ ଆୟାପିଲା କହିଲେ, କୃଷକମାନେ ଭାରତୀୟ କୃଷି ଅର୍ଥନୀତିର ମେରୁଦଣ୍ଡ । ଉନ୍ନତି ପ୍ରକଳ୍ପ ମାଧ୍ୟମରେ, ଆମର ଲକ୍ଷ୍ୟ ହେଉଛି ଏହି କୃଷକମାନଙ୍କର ଜୀବିକାରେ ବିକାଶ ଉନ୍ନତ ଉଦ୍ୟାନ କୃଷି ସମାଧାନ ଦ୍ୱାରା କରିବା ଏବଂ ସେମାନଙ୍କର ଆୟକୁ ବହୁଗୁଣିତ କରି ସେମାନଙ୍କୁ ସଶକ୍ତ କରାଇବା । କୃଷି ଅର୍ଥନୀତିକୁ ଆତ୍ମନିର୍ଭରଶୀଳ କରି ସରକାରଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟକୁ ପୂରଣ କରିବା ଲାଗି ଏହା ଏକ ପଦକ୍ଷେପ ।
କୋକା-କୋଲା ଇଣ୍ଡିଆ ୨୦୧୧ ରେ ଆନ୍ଧ୍ରପ୍ରଦେଶରେ ପ୍ରୋଜେକ୍ଟ ଉନ୍ନତିି ମ୍ୟାଙ୍ଗୋ ସହିତ ଏକ ଫଳ ସର୍କୁଲାର ଅର୍ଥନୀତି ସୃଷ୍ଟି ଦିଗରେ ପ୍ରଥମ ପଦକ୍ଷେପ ନେଇଥିଲା । ଏହି କାର୍ଯ୍ୟକ୍ରମଟି ୨୦୧୮ ମସିହାରେ ମହାରାଷ୍ଟ୍ରରେ ଉନ୍ନତି ଅରେଞ୍ଜକୁ ବିସ୍ତାରିତ ହୋଇଥିଲା । ତା’ପରେ ଉତରାଖଣ୍ଡ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀରରେ ଉନ୍ନତି ଆପଲ ଏବଂ ଏକ ଦଶନ୍ଧି ମଧ୍ୟରେ ଲିଚି ଏବଂ ଅଙ୍ଗୁରର ଉତ୍ପାଦନ ବୃଦ୍ଧି ପାଇଁ ଉପଯୋଗୀ ହୋଇଥିଲା । ଏହି ପଦକ୍ଷେପକୁ ଭାରତର ରାଜ୍ୟ ସରକାରମାନେ ବ୍ୟାପକ ପ୍ରଶଂସା କରିଛନ୍ତି ।
ଅର୍ଥନୈତିକ ଅଭିବୃଦ୍ଧି ଏବଂ ଭାରତରେ କୃଷକ ଏବଂ ସ୍ଥାନୀୟ ଯୋଗାଣକାରୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବାକୁ ପ୍ରୋଜେକ୍ଟ ଉନ୍ନତି ଲକ୍ଷ୍ୟ ରଖିଛି । ଏହା ମହିଳା ସଶକ୍ତିକରଣ, ସ୍ଥାନୀୟ ଗୋଷ୍ଠୀର ସୁସ୍ଥତା ଏବଂ ଜଳ ପରିଚାଳନା ଦାୟିତ୍ୱ ସହିତ ଦୀର୍ଘସ୍ଥାୟୀ କ୍ଷେତ୍ରଗୁଡିକ ଉପରେ ଏକ ସକରାତ୍ମକ ପ୍ରଭାବ ସୃଷ୍ଟି କରିବାକୁ ସକ୍ଷମ ହୋଇଛି । ପ୍ରମୁଖ ଉଦ୍ୟାନ କୃଷିଜାତ ଦ୍ରବ୍ୟର ଆମଦାନୀ ବୃଦ୍ଧି କରିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି ଏବଂ କୃଷିକୁ ଏକ ବ୍ୟବସାୟ ଭାବରେ ଗ୍ରହଣ କରିବାକୁ କୃଷକମାନଙ୍କୁ ସେମାନଙ୍କ ଗ୍ରାମକୁ ଫେରିବାର ସମ୍ଭାବନାକୁ ବୃଦ୍ଧି କରିଛି ।
ପ୍ରୋଜେକ୍ଟ ଉନ୍ନତିି ଅନ୍ତର୍ଗତ ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡିକ :
ଚା ଉନ୍ନତି ମ୍ୟାଙ୍ଗୋ
- ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକର ଚିତୋର ଜିଲ୍ଲାରେ ଆମ୍ବ ଚାଷର ବିକାଶ କରିବା ପାଇଁ ୨୦୧୧ ରେ ଉନ୍ନତି ମ୍ୟାଙ୍ଗୋ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅଲଟ୍ରା-ହାଇ-ଡେନସିଟି ବୃକ୍ଷରୋପଣ, ଜଳ ଚାପକୁ ହ୍ରାସ କରିବା, ଫସଲ ଅମଳ ବୃଦ୍ଧି ଏବଂ ସାମଗ୍ରିକ ଗୋଷ୍ଠୀର ବିକାଶ, ଡ୍ରିପ ଜଳସେଚନର ବ୍ୟବହାର ମାଧ୍ୟମରେ ଜଳ ଉପଯୋଗୀତା କମ୍ କରି କୃଷକମାନଙ୍କୁ ଲାଭ ପ୍ରଦାନ କରିଛି ।
- ଏଥିରେ ଜୈନ ଇରିଗେଶନ ଏବଂ ଅନ୍ତର୍ଜାତୀୟ ଅର୍ଥ ନିଗମ (ଆଇଏଫସି) କାର୍ଯ୍ୟକାରିତା, କୃଷକ ତାଲିମ, ପ୍ରଭାବ ଆକଳନ ଏବଂ ହାଇଡ୍ରୋଲୋଜିକାଲ ଆକଳନ ପାଇଁ ଅଂଶୀଦାର ଭାବେ କାର୍ଯ୍ୟ କରୁଛନ୍ତି ।
ଉନ୍ନତି ଅରେଞ୍ଜ୍
- ୨୦୧୮ ରେ ଆରମ୍ଭ ହୋଇଥିବା ଅରେଞ୍ଜ ଉନ୍ନତି ହେଉଛି ସିସିଆଇପିଏଲ, ମହାରାଷ୍ଟ୍ର ରାଜ୍ୟ ସରକାର ଏବଂ ଜୈନ ଇରିଗେଶନ ସିଷ୍ଟମ ଲିମିଟେଡ ମଧ୍ୟରେ ଏକ ତ୍ରିପାକ୍ଷିକ ଭାଗିଦାରୀର ଫଳାଫଳ । ଏକୀକୃତ କୃଷି ବିକାଶ ପ୍ରକଳ୍ପ ଦ୍ୱାରା ସାଇଟ୍ରସ ଚାଷ ପାଇଁ ବ୍ୟବହୃତ ଜମିର ୟୁନିଟ ପ୍ରତି ଗୁଣବତା, ଉତ୍ପାଦକତା ଏବଂ ଲାଭ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ।
- ଅରେଞ୍ଜ ଉନ୍ନତି ପାରମ୍ପାରିକ ମାନ୍ଦାରିନ (ନାଗପୁର ସନ୍ତରା) କିସମ ଅପେକ୍ଷା ପ୍ରାୟ ୫୦% ଅଧିକ ରସ ପଦାର୍ଥ ସହିତ ନୂତନ ଅନ୍ତର୍ଜାତୀୟ କିସମ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ । ଏକ ସାମଗ୍ରିକ ପ୍ରଭାବ ସୃଷ୍ଟି କରିବାକୁ, ପ୍ରକଳ୍ପ ଜ୍ଞାନ ବିସ୍ତାର, ସହଜରେ ଚାରା ଉପଲବ୍ଧତା ଏବଂ ଡେମୋ ଫାର୍ମ ମାଧ୍ୟମରେ ପ୍ରଭାବ ପ୍ରଦର୍ଶନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥାଏ ।
ଉନ୍ନତି ଆପଲ୍
- ବିକଶିତ ତଥା ଉନ୍ନତ କୃଷି କୌଶଳ ଯୋଗାଇ ଏବଂ ଶିକ୍ଷା ମାଧ୍ୟମରେ କୃଷକଙ୍କ ଜୀବନ ଜୀବିକା ବୃଦ୍ଧି ପାଇଁ ଲକ୍ଷ୍ୟ ରଖି ୨୦୧୮ ରେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ଚାରା ରୋପଣ ତଥା ଆବଶ୍ୟକ ଭିତିଭୂମି ଯୋଗାଇବାରେ ସେମାନଙ୍କୁ ସହାୟତା କରିବାକୁ ଏହି ପଦକ୍ଷେପ ଆରମ୍ଭ କରାଯାଇଥିଲା । ଯାହା ମାଧ୍ୟମରେ ୮୦% ପର୍ଯ୍ୟନ୍ତ ସବସିଡି ଦିଆଯାଇଥିଲା ।
- କୃଷକ ସମ୍ପ୍ରଦାୟର କଲ୍ୟାଣ ସୁନିଶ୍ଚିତ କରିବା, ଅମଳର ଉନ୍ନତି ଏବଂ ପ୍ରାକୃତିକ ସମ୍ପଦର ଉଚିତ ବ୍ୟବହାର କରିବା ପାଇଁ, କୋକା-କୋଲା ଇଣ୍ଡିଆ ଇଣ୍ଡୋ ଡଚ ଉଦ୍ୟାନ କୃଷି ପ୍ରଯୁକ୍ତିବିଦ୍ୟା ପ୍ରା. ଲିଃ(ଆଇଡିଏଚଟି) ଉତରାଖଣ୍ଡରେ ପ୍ରୋଜେକ୍ଟ ଆପଲ ଉନ୍ନତିରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।
- ପ୍ରୋଜେକ୍ଟ ଆପଲ ଉନ୍ନତି ଭାରତରେ ଆପଲ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ବିଶେଷକରି ଉତରାଖଣ୍ଡ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀରରେ ବିଶ୍ୱସ୍ତରୀୟ ଶ୍ରେଷ୍ଠ ଅଭ୍ୟାସକୁ ମୁଖ୍ୟତ ଅଲଟ୍ରା-ହାଇ-ଡେନସିଟି ପ୍ଲାଂଟେଶନ (ୟୁଏଚଡିପି) ଉପରେ ଧ୍ୟାନ ଦେଇ ଗୁଣାତ୍ମକ ମାନର ବୃଦ୍ଧି ଘଟାଇବା ସହିତ ଉତ୍ପାଦନକ୍ଷମତା, ଏବଂ ଜମିର ୟୁନିଟ ପ୍ରତି ଲାଭ ବୃଦ୍ଧି କରାଇ କୃଷକମାନଙ୍କର ଆୟରେ ଯଥେଷ୍ଟ ବୃଦ୍ଧି ଘଟାଇଥାଏ । ଆପଲ ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିବାରେ ଭାରତକୁ ସାହାଯ୍ୟ କରିବା ପାଇଁ ଏହା ଏକ ମାଧ୍ୟମ ଭାବରେ କାର୍ଯ୍ୟ କରୁଛି ।
ଉନ୍ନତି ଗ୍ରେପ୍
- ୨୦୧୯ ରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଏକୀକୃତ କୃଷି ବିକାଶ, ଚାଷ ପାଇଁ ବ୍ୟବହୃତ ଜମିର ୟୁନିଟ ପ୍ରତି ଗୁଣବତା, ଉତ୍ପାଦକତା ଏବଂ ଲାଭ ବୃଦ୍ଧି କରିବା ।
-ପ୍ରକଳ୍ପ ପାଇଁ କାର୍ଯ୍ୟାନ୍ୱୟନରେ ପେ ଏଗ୍ରୀ, ଏନଆରସି-ଗ୍ରେପ୍ ଏବଂ ସେଣ୍ଡେକ୍ଟ-କେଭିକେ ସହଭାଗୀ ହୋଇଛନ୍ତି ।