ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଟାଉନହଲଠାରେ ଅନୁଷ୍ଠିତ କଲଇଟଆଉଟରେ ମହିଳାଙ୍କ ପ୍ରତି ହେଉଥିବା ଅପରାଧର ତୁରନ୍ତ ରିପୋର୍ଟ ପାଇଁ ପ୍ରକାଶ କରିଛନ୍ତି

ଭୁବନେଶ୍ୱର, ୨୫ ଜୁନ ୨୦୨୨ : ଭେଦଭାବ ଓ ଅସମାନତା ମଧ୍ୟରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାର ଚେର ଗଭୀରକୁ ଚାଲିଯାଇଛି । ଏହି ବିଷୟରେ ସଚେତନତା ସୃଷ୍ଟି କରିବାକୁ ନ୍ୟୁଜ ୧୮ ନେଟୱର୍କ ଓ ଟ୍ରୁକଲର ମିଳିତ ଭାବରେ ନାରୀ ମାନଙ୍କୁ ସଶକ୍ତ କରିବା ଓ ସମାଜରେ ସଚେତନତା ପ୍ରସାର ପାଇଁ କଲ ଇଟ ଆଉଟ ଶୀର୍ଷକ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନରେ ଟ୍ରୁ କଲର ହେଉଛି ପ୍ରଥମ ବେସରକାରୀ ପ୍ଲାଟଫର୍ମ ମଧ୍ୟରୁ ଅନ୍ୟତମ ଯିଏକି ଓଡ଼ିଶାର ଜନସାଧାରଣଙ୍କ ନିକଟରେ ପହଁଚି ସଚେତନ ସୃଷ୍ଟି କରି ପାରିଛି ।

କଲ ଇଟ ଆଉଟ କାର୍ଯ୍ୟକ୍ରମ ଓଡ଼ିଶା ଟାଉନ ହଲ ଠାରେ ସଫଳତାର ସହ ଆୟୋଜନ କରାଯାଇଥିଲା ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଦୃଢ ସମର୍ଥନ କରିଥିଲେ । ଏହା ବ୍ୟତୀତ ଶ୍ରୀ ତୁଷାର କାନ୍ତି ବେହେରା, ଏମଓଏସ ହୋମ, ଇଲେକଟ୍ରୋନିକ ଓ ଆଇଟି, କ୍ରୀଡ଼ା ଓ ଯୁୁବ ବ୍ୟାପାର, ଓଡ଼ିଶା, ପ୍ରଖ୍ୟାତ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସହ ନୀତି ନିୟମକାରୀ, ଆଇନ ପ୍ରଣୟନକାରୀ ସଂସ୍ଥା, କାର୍ଯ୍ୟକର୍ତା, ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ, ମହିଳା ଅଧିକାର ସଂଗଠନ ଓ ପ୍ରଭାବଶାଳୀ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ମହିଳାଙ୍କ ପ୍ରତି ହେଉଥିବା ଅପରାଧର ତୁରନ୍ତ ରିପୋର୍ଟର ଆବଶ୍ୟକତା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଥିଲେ । ଏହି ପଦକ୍ଷେପକୁ ସମର୍ଥନ କରି ସେ କହିଥିଲେ ଯେ ମହିଳାମାନେ ନିର୍ଯ୍ୟାତନାକୁ ସହିବା ଉଚିତ ନୁହେଁ । ସେମାନେ ନିଜକୁ ସଶକ୍ତ କରି ଏହାର ପ୍ରତିରୋଧ କରିବା ଉଚିତ । ମହାମାରୀ ସମୟରେ ବହୁ ମହିଳା ଅନେକ ଉତ୍ପୀଡ଼ନର ଶିକାର ହୋଇଥିଲେ । ଆସନ୍ତୁ ମହିଳ।।ମାନଙ୍କ ଉପରେ ହେଉଥିବା ଏହି ଅତ୍ୟାଚାରକୁ ମୁକାବିଲା କରିବା ଓ ସେମାନଙ୍କ ସୁରକ୍ଷାକୁ ଉନ୍ନତ କରିବା । କଲ ଇଟ ଆଉଟ ଅଭିଯାନ ସହିତ ମିଶି ନ୍ୟୁଜ ୧୮ର ଏହି ପଦକ୍ଷେପ ପ୍ରଶଂସନୀୟ ବୋଲି ସେ କହିଥିଲେ ।

ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରାକୁ ଅନୁଧ୍ୟାନ କରି ସାଇବର ଅପରାଧ ଓ ମହିଳାଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ମହିଳାଙ୍କ ପ୍ରତି ଅତ୍ୟାଚାର ହେଉଛି ମାନବିକ ଅଧିକାରର ଘୋର ଉଲଂଘନ । ଆମେ କେବଳ ଜନ ସାଧାରଣ ନୁହେଁ ପୋଲିସକୁ ମଧ୍ୟ ଏ ଦିଗରେ ଧ୍ୟାନ ଦେବା ପାଇଁ କହୁଛୁ ଯେ ସେ ମାମଲା ଗୁଡ଼ିକୁ ତୁରନ୍ତ ଫାଇଲ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ୫୩୭ଟି ପୋଲିସ ଷ୍ଟେସନରେ ମହିଳା ଓ ଶିଶୁଙ୍କ ସହିତ ଜଡ଼ିତ ଡେସ୍କ କାର୍ଯ୍ୟକ୍ଷମ ରହିଛି ।

ଶ୍ରୀ ପ୍ରଦୀପ ଜେନା ଆଇଏଏସ ବିକାଶ ଆୟୁକ୍ତ, ଅତିରିକ୍ତ ମୁଖ୍ୟ ସଚିବ ଓଡ଼ିଶା, ମିସ ରେଖା ଲୋହାନି, ଆଇପିଏସ, ଏଡିଜିପି, ସିଏଡବଲ୍ୟୁ ଓ ସିଡବଲ୍ୟୁ, ଭୁବନେଶ୍ୱର, ଡ. ଅମର ପଟ୍ଟନାୟକ, ନ୍ୟାସନାଲ ସ୍ପୋକସପର୍ସନ-ବିଜେଡି, ମୁଖ୍ୟ ଆଇଟି ଉଇଂ, ଓଡିଶା, ମିସ ଅନୁ ଚୌଧୁରୀ ସମାଜସେବୀ ଓ ଚଳଚ୍ଚିତ୍ର କଳାକାର, ମିସ ମାନସୀ ପ୍ରଧାନ,ମହିଳା ଅଧିକାର କାର୍ଯ୍ୟକର୍ତା ଓ ଲେଖିକା ଓ ନ୍ୟୁଜ ୧୮ର ବରିଷ୍ଠ ରାଜନୈତକ ସଂପାଦିକା ସୁଶ୍ରୀ ମରିୟା ସାକିଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ଆଭିମୁଖ୍ୟ ପ୍ରଦାନ କରିଥିଲେ । ଆଲୋଚନାରେ ଆଇପିଏସ ରେଖା ଲୋହାନି ମହିଳାଙ୍କ ଉପରେ ହେଉଥିବା ଉତ୍‌ପୀଡ଼ନକୁ ରୋକିବା ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ।

ଦ୍ୱିତୀୟ ଅଧିବେଶନରେ ଅରୁଣ ବୋଥ୍ରା, ଆଇପିଏସ, ଅତିରିକ୍ତ ମହାନିର୍ଦ୍ଦେଶକ ପୋଲିସ କ୍ରିମିନାଲ ଇନଭେଷ୍ଟିଗେସନ ବିଭାଗ ଓଡ଼ିଶା କ୍ରାଇମ ବ୍ରାଂଚ, ପ୍ରଗ୍ୟା ମିଶ୍ର ନିର୍ଦ୍ଦେଶକ ପବ୍ଲିକ ଆଫେୟାର, ଟ୍ରୁ କଲର, ରୋଜାଲିନ ପାଟଶାଣୀ ମିଶ୍ର- ପ୍ରତିଷ୍ଠାତା ପରିଚୟ ଫାଉଣ୍ଡେସନ ଓ ଉଦ୍ୟୋଗୀ ସୁକ୍ରତି ପଟ୍ଟନାୟକ ଯୋଗ ଦେଇଥିଲେ ।

ଟ୍ରୁ କଲର ପ୍ରୟୋଗ ସବୁ ସମୟରେ ଓ ସବୁ ସ୍ଥାନରେ ମହିଳାଙ୍କୁ ସୁରକ୍ଷା ଦେଉଥିବା ସଂପର୍କରେ ସୂଚନା ଦେଇ ପ୍ରଗ୍ୟା କହିଥିଲେ ଯେ ଡିଜିଟାଲ ଯୋଗାଯୋଗକୁ ସୁରକ୍ଷିତ ରଖିବା ଏହି ଅଭିଯାନର ପ୍ରୟାସ ଓ ଆମେ ଏହା କରିବାକୁ ଚେଷ୍ଟା କରୁଛୁ । ସର୍ବସାଧାରଣରେ କୌଣସି ଅସୁବିଧା ପାଇଁ ୧୧୨, ୧୮୧ ହେଲପଲାଇନ ନମ୍ବରରେ ଡାଏଲ କରିବା ଆବଶ୍ୟକ । ଆମର ସେବାରେ ୨୨୦ ନିୟୂତ ଉପଭୋକ୍ତାଙ୍କ ୯୦% ମଧ୍ୟରୁ ଅଧା ମହିଳା ଅଛନ୍ତି ଓ ଭାରତରେ ୧୦୦ ନିୟୂତ ଲୋକ ସାହାଯ୍ୟ ପାଇ ପାରୁଛନ୍ତି ।

Leave a Reply

Your email address will not be published. Required fields are marked *