ଆସ୍କା ରୋଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ମେଳା
ବ୍ରହ୍ମପୁର- ପ୍ରବାହ ନ୍ୟୁଜ୍ : ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆସ୍କା ରୋଡ଼ ଠାରେ ପ୍ରଧାନ ଶିକ୍ଷକ ରାଜେଶ କୁମାର ତାରିଣୀ ଙ୍କ ସଂଯୋଜନା ରେ ୨୦୨୫-୨୬ ଶିକ୍ଷାବର୍ଷର ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ଦୀପ ପ୍ରଜ୍ଜ୍ୱଳନ କରି ଶୁଭାରମ୍ଭ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ରଙ୍ଗେଇଲୁଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା, ୱାର୍ଡ ନଂ- ୩ ର କାଉନସିଲର ସବିତା ସାହୁ, ସି.ଆର.ସି.ସି ୟୁ.ଭାରତୀ , ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତୋଷ କୁମାର ସାବତ, ଯୁବ ନେତା ଚିତ୍ତରଞ୍ଜନ ସାହୁ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ଅସ୍ମିତା କୁମାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ତାରିଣୀ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଆଜି ଅତିଥିଙ୍କ ଦ୍ୱାରା ୫୨୫ ଶିକ୍ଷାର୍ଥୀଙ୍କୁ ଦୁଇହଳ ଲେଖାଏଁ ପୋଷାକ, ଗୋଟିଏ ହଳ ଜୋତା, ମୋଜା-୨ ଓ ଗୋଟିଏ ଟୋପି ବଣ୍ଟନ ପ୍ରକ୍ରିୟାର ଶୁଭାରମ୍ଭ କରାଯାଇଥିଲା । ଏହାଛଡ଼ା ଉକ୍ତ ବିଦ୍ୟାଳୟରେ ଏମ ଡି ଏମ ମେଟେରିୟାଲ ଖର୍ଚ୍ଚ ଯାହା କି ଆଗୁଆ ଖରାଛୁଟି ଘୋଷଣା ଯୋଗୁଁ ଏନ ଏଫ ଏସ ଏ ଯୋଗୁ ମିଳିଥିବା ଅର୍ଥ ରାଶି ମଧ୍ୟ ପରିଚାଳନା କମିଟିର ଉପସ୍ଥିତିରେ ବଣ୍ଟନ କରାଯାଇଥିଲା । ବିଧାୟକ ମହୋଦୟ ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ, ଗୋଷ୍ଠୀ ଶିକ୍ଷାଧିକାରୀ ବିଦ୍ୟାଳୟର ଶିକ୍ଷକ ଅଭାବ ପୂରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଉପସ୍ଥିତ ଅଭିଭାବକ ମାନଙ୍କୁ ଜଣାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ସୁନିତା ପଟ୍ଟନାୟକ, ଶିକ୍ଷକ ମନୋରଞ୍ଜନ ପଟ୍ଟନାୟକ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ନିର୍ମଳା ମହାପାତ୍ର, ସୁନିତା ଧର, ରୀନା କୁମାରୀ ସାହୁ, ସ୍ୱର୍ଣ୍ଣଲତା ତ୍ରିପାଠୀ, ମହେନ୍ଦ୍ର ପ୍ରଧାନ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ । ଏହି ଅବସରରେ ନିକଟରେ ବିଦ୍ୟାଳୟର ରେଗୁଲାର ହୋଇଥିବା ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଶେଷରେ ସି.ଆର.ସି.ସି ୟୁ.ଭାରତୀ ଧନ୍ୟବାଦ ପ୍ରଦାନ କରିଥିଲେ ।
