ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ ଓଡ଼ିଶା ଚାପ୍ଟର ପକ୍ଷରୁ ବିଶ୍ୱ ସ୍ଥାପତ୍ୟ ଦିବସ ୨୦୨୩ ପାଳନ
ଭୁବନେଶ୍ୱର: ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ (ଆଇଆଇଏ) ଓଡ଼ିଶା ଚାପ୍ଟର ପକ୍ଷରୁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷଙ୍କ ସହଯୋଗରେ ୨୦୨୩ ଅକ୍ଟୋବର ୧ ତାରିଖରେ ହୋଟେଲ୍ ପଦ୍ମଜା ପ୍ରିମିୟମ୍ରେ ଭବ୍ୟ ସମାରୋହରେ ବିଶ୍ୱ ସ୍ଥାପତ୍ୟ ଦିବସ ପାଳନ କରାଯାଇଛି ।
ସାରା ବିଶ୍ୱରେ ପ୍ରତି ପ୍ରତିବର୍ଷ ଅକ୍ଟୋବରର ପ୍ରଥମ ସୋମବାରକୁ ବିଶ୍ୱ ସ୍ଥାପତ୍ୟ ଦିବସ ରୂପେ ପାଳନ କରାଯାଉଛି । ସମଗ୍ର ସ୍ଥାପତ୍ୟ ଶିଳ୍ପକୁ ସମ୍ମାନିତ ଓ ପାଳନ କରିବା ଏବଂ ସହର ଓ ଜନବସତିର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରିବା ଲାଗି ଜାତିସଂଘ ବିଶ୍ୱ ବସତି ଦିବସ ସହିତ ସମାନ୍ତରାଳ ଭାବେ ୧୯୮୫ଠାରୁ ୟୁଆଇଏ ଦ୍ୱାରା ଏହି ଉତ୍ସବ ପାଳନ ଆରମ୍ଭ ହୋଇତିଲା । ୟୁନିଅନ୍ ଅଫ୍ ଇଟଂରନ୍ୟାସନାଲ୍ ଆର୍କିଟେକ୍ଟ (ୟୁଆଇଏ) ପକ୍ଷରୁ ଧାର୍ଯ୍ୟ କରାଯାଉଥିବା ବିଷୟବସ୍ତୁ ଆଧାରରେ ସାରା ବିଶ୍ୱର ସ୍ଥାପତ୍ୟ ସଂଘ ଓ ସଂସ୍ଥାଗୁଡ଼ିକ ବିଶ୍ୱବ୍ୟାପୀ ଏହି ଦିବସ ପାଳନ କରୁଛନ୍ତି ।
ଚଳିତ ବର୍ଷର ବିଷୟବସ୍ତୁ “ସ୍ଥାୟୀ ଗୋଷ୍ଠୀ ସମୁଦାୟ ପାଇଁ ସ୍ଥାପତ୍ୟ’ ଉପରେ ଆଲୋକପାତ କରି ମୁଖ୍ୟ ବକ୍ତା ଓଆର୍ସିଓପିର ପରିଚାଳନା ନିର୍ଦ୍ଦେଶକ ଏଆର୍ ନିତୀନ ଗୁପ୍ତା ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ପାଇଁ ଏକ ଅର୍ନ୍ତଭୁକ୍ତୀକରଣ ରୋଡ୍ମ୍ୟାପ୍ ପ୍ରଦାନ କରିଥିଲେ ଏବଂ ଅଂଶୀଦାର ଓ ଲକ୍ଷ୍ୟ ମଧ୍ୟରେ ଆନ୍ତଃ ସଂଯୋଗ ସହ ପରିଚିତ ହେବାକୁ ସେ ଉତ୍ସାହିତ କରିଥିଲେ ଏବଂ ନିର୍ଦିଷ୍ଟ ଅଂଚଳ ପାଇଁ ଶିକ୍ଷା, ଡିଜାଇନ୍ ଓ ଯୋଜନା କିଭଳି ହେବ ଏବଂ ଲୋକମାନଙ୍କର କିଭଳି ଉନ୍ନତି ହୋଇପାରିବ ସେବିଷୟରେ ଆଲୋଚନା କରିଥିଲେ ।
ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସ୍ଥପତିମାନେ କିଭଳି ବୁଝିବା, ନିର୍ମାଣ ଏବଂ ଲକ୍ଷ୍ୟ ପୂରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ତାହା ଏହି କାର୍ଯ୍ୟକ୍ରମ ପଛର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି ଆଇଆଇଏ ଓଡ଼ିଶା ଚାପ୍ଟରର ଅଧ୍ୟକ୍ଷ ଏଆର୍ ସ୍ୱପ୍ନଦତା ମହାନ୍ତି କହିଛନ୍ତି ।
ବିପର୍ଯ୍ୟୟ ପରିଚାଳନା କରିବା ଏବଂ ଏକ ସ୍ଥାୟୀ ଗୋଷ୍ଠୀ ସମୁଦାୟ ଗଠନ କରିବା ପ୍ରତି ଉଲ୍ଲେଖନୀୟ ଅବଦାନ ପ୍ରଦାନ କରିଥିବା ଓଏସ୍ଡିଏମ୍ଏର ପ୍ରତିନିଧିଙ୍କୁ ଆଇଆଇଏ ଓଡ଼ିଶା ଚାପ୍ଟର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି ଅବସରରେ ଧନ୍ୟବାଦ ପ୍ରଦାନ କରିବା ସ୍ୱରୂପ ସ୍ଥପତି ସ୍ୱେଚ୍ଛାସେବୀ ଓ ଶିଳ୍ପ ସହଯୋଗୀ ଏବଂ ଏହି ସମୁଦାୟ ପ୍ରତି ଅତୀତରେ ଅବଦାନ ପ୍ରଦାନ କରିଥିବା ଲୋକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ବହୁ ସ୍ଥପତି ପ୍ରଫେସନାଲ, ଡିଜାଇନର, ସ୍ଥାପତ୍ୟ ସ୍କୁଲର ଫାକଲଟି, ଓଏସଡିଏମଏର ଅଧିକାରୀ ଓ ରାଜ୍ୟର ଶିଳ୍ପ ସହଯୋଗୀମାନେ ଯୋଗ ଦେଇଥିଲେ ।