କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ମହା ସମାରୋହ ପାଳନ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ବରପାଲି ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ମହା ସମାରୋହରେ ପାଳନ ଅବସରରେ ବରପାଲିର ଅନ୍ତର୍ଜାତୀୟ ଖ୍ୟାତି ସମ୍ପର୍ଣ୍ଣ ବାନ୍ଧ ଶିଳ୍ପୀ ଡ଼. ସୁରେନ୍ଦ୍ର ମେହେରଙ୍କ ଦ୍ୱାରା ବାନ୍ଧ କଳାରେ ତିଆରି ଦୀର୍ଘ ୨୭ଫୁଟର ୱାଳ ହେଂଗିଙ୍ଗ, ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଅନ୍ୟତମ ଶ୍ରେଷ୍ଠ କୃତି ‘ମହିମା’ ମୁଖ୍ୟ ଅତିଥି, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ର କୁଳପତି ପ୍ରଫେସର ଡ଼. ଏନ. ନାଗରଜୁ ଏବଂ ବିଶିଷ୍ଟ ବାଗ୍ମୀ ତଥା ପ୍ରବକ୍ତା ଡ଼. କୃଷ୍ଣ କେଶବ ଷଡ଼ଙ୍ଗୀଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା l ଉକ୍ତ ନମୁନାଟି ଆଜି, ଭୁବନେଶ୍ୱରରେ ଅବସ୍ଥିତ ଓଡ଼ିଶା ‘ଷ୍ଟେଟ ମ୍ୟୁଜିଅମ’ ଠାରେ ସବୁଦିନ ପାଇଁ ସଂଗୃହିତ ହେବାର ସୌଭାଗ୍ୟ ମିଳିଛି l ଏହା ବିଶ୍ୱ ପ୍ରସିଦ୍ଧ ବାନ୍ଧ କଳା ଜଗତ ତଥା ଆମ ଅଞ୍ଚଳ ପାଇଁ ଗୌରବର ବିଷୟ l ପ୍ରକାଶ ଥାଉକି,ଡ଼. ମେହେରଙ୍କ ଦ୍ୱାରା ତିଆରି ସ୍ଵଭାଵ କବିଙ୍କ ଅନ୍ୟ ଏକ ଅନବବ୍ୟ କୃତି ‘ମଧୁମୟ’ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅନ୍ୟତମ କୃତି “ଚିତ୍ରକାବ୍ୟ ବନ୍ଦହୋଦୟ” କାବ୍ୟର ଶାଢ଼ୀ ଭୁବନେଶ୍ୱର କଳାଭୂମି ସଂଗ୍ରହାଳୟ ଏବଂ ‘ମଧୁମୟ’ ୱାଳ ହେଂଗିଙ୍ଗ, ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ, ସମ୍ବଲପୁର ଠାରେ ସଂଗୃହିତ ହୋଇ ରହିଛି l ଏତଦବ୍ୟତୀତ ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକାର ସାନ – ଫ୍ରାନ୍ସସିସକୋରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଏସିଆନ ଆର୍ଟ ମ୍ୟୁଜିଅମ ଠାରେ ‘କଳାରତ୍ନ’ ପାଟଶାଢ଼ୀ, ଲଣ୍ଡନ ଠାରେ ‘ଶ୍ରୀଜଗନ୍ନାଥ’ ବାନ୍ଧ କଳା ତଥା ନୂଆ ଦିଲ୍ଲୀରେ ଅବସ୍ଥିତ, ଜାତୀୟ ହସ୍ତତନ୍ତ ଓ ହସ୍ତ ଶିଳ୍ପ ସଂଗ୍ରହାଳୟ ଠାରେ ‘କଳା ରତ୍ନ’ ବାନ୍ଧଶାଢ଼ୀ ସଂଗୃହିତ ହୋଇ ରହିଛି l

Leave a Reply

Your email address will not be published. Required fields are marked *