ବେଦାନ୍ତ ନନ୍ଦଘର ଠାରେ ପୋଷଣ ଦିବସ ପାଳନ

ରାୟଗଡ଼ା:୧୩/୦୯(ନି.ପ୍ର):- ରାୟଗଡା, ବିଷମକଟକ ବ୍ଲକର  ବିଷମ କଟକ -୪ ନନ୍ଦ ଘର ଓ ଅଙ୍ଗନବାଡି କେନ୍ଦ୍ର  ଠାରେ ପୋଷଣ  ଦିବସ ପାଳିତ ହୋଇଯାଇଛି। ଏଥିରେ, ବିଷମ କଟକ ଚାରୋଟି ଅଙ୍ଗନବାଡି କର୍ମୀ ଶ୍ରୀମତୀ ଲକ୍ଷ୍ମୀ ପାତ୍ର , ବିଷମ କଟକ -୧ର ଅଙ୍ଗନବାଡି କର୍ମୀ ଶ୍ରୀମତୀ ଯୋସଦା କୁସୁଲିଆ-୨ ନମ୍ବର ଅଙ୍ଗନବାଡି କର୍ମୀ ଶ୍ରୀମତୀ ଗୀତାଞ୍ଜଳି ଦେବୀ,ବିଷମ କଟକ -୫ ର ଅଙ୍ଗନବାଡି କର୍ମୀ ଶ୍ରୀମତୀ ଭାରତୀ ବାଗ, ସହାୟିକା ରୁକୁଣା କଣ୍ଡାଗରି, ବିଷମ କଟକ ଗ୍ରାମ ପଞ୍ଚାୟତର ସରପଞ୍ଚ – ଶ୍ରୀମତି ନମିତା କୂଲେସିକା, ୱାର୍ଡ ମେମ୍ବେର ସବିତା ହିକକା, ପ୍ରାକ ବିଦ୍ୟାଳୟ ପିଲା ମାନେ ,ପିଲାମାନଙ୍କ ଅଭିଭାବକ ମାନେ ଏବଂ  ଗ୍ରାମର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

ବେଦାନ୍ତ ନନ୍ଦଘର ମମତା ହିମସ ର ପ୍ରଗ୍ରାମ ମ୍ୟାନେଜେର ଶ୍ରୀ ଲାଲୁ ପାଲକା ,କ୍ଲଷ୍ଟର କୋଡିନେଟର ଶ୍ରୀ ବିପିନ କାରକା, ଯୁଦିଷ୍ଠିର ଭାତ୍ରିଆ, ପ୍ରଦୀପ ଟାକ୍ରୀ ,ବେଦାନ୍ତ ନନ୍ଦଘର ପ୍ରକଳ୍ପ ର ଷ୍ଟେଟ ଲିଡ ଡି. ଜୟଶ୍ରୀ ଏବଂ ବେଦାନ୍ତ ସିଏସଆର ଟିମରୁ କୌଶିକ ଯୋଗ ଦେଇଥିଲେ।ପୋଷଣ  ଦିବସ ପାଳନ ଅବସରରେ  ପ୍ରଗ୍ରାମ ମ୍ୟାନେଜେର ଶ୍ରୀ ଲାଲୁ ପାଲକା   ପ୍ରତି ଦିନ କିପରି ଆମେ ସନ୍ତୁଳିତ ଆହାର ଘରେ ପ୍ରସ୍ତୁତ କରି ଖାଇ ପାରିବା ,ସନ୍ତୁଳିତ ଆହାର ଖାଇବା କାହିଁକି ଜରୁରୀ, କମ ଜାଗା ରେ ଅଧିକା ପରିମାଣ ର ଏବଂ ଅଧିକ ପ୍ରକାରର ପନିପରିବା କିପରି ଉତ୍ପାଦନ କରିବା ସେ ବିଷୟରେ ଆଲୋଚନା କରିଥିଲେ.  ଏହା ସହ ନନ୍ଦଘର ଠାରେ ମିଳୁଥିବା , ସ୍ୱାସ୍ଥ୍ୟ,ଶିକ୍ଷା ଏବଂ ପୃଷ୍ଟି ସମନ୍ଧୀୟ ସେବା ଗୁଡିକ ବିଷୟରେ ଅବଗତ କରାଇଥିଲେ. 

Leave a Reply

Your email address will not be published. Required fields are marked *