‘ରଥ ଯାତ୍ରା ଏକ ଐତିହ୍ୟ’ ଅଭିଯାନ ଜରିଆରେ ରଥ ଯାତ୍ରା ଉତ୍ସବକୁ ପାଳନ

ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ପରମ୍ପରା ଓ ପ୍ରଯୁକ୍ତିର ଏକ ଉଲ୍ଲେଖନୀୟ ସଙ୍ଗମରେ ଶୁଦ୍ଧତା ଏବଂ ପରମ୍ପରା ପାଇଁ ସୁପରିଚିତ ଆଇଟିସିର ଆଶୀର୍ବାଦ ଅଟା ଏକ ନବୋନ୍ମେଷୀ ‘ରଥ ଯାତ୍ରା ଏକ ଐତିହ୍ୟ’ ଅଭିଯାନ ଜରିଆରେ ରଥ ଯାତ୍ରା ଉତ୍ସବକୁ ପାଳନ କରିଥିଲା । ଏହି ଉତ୍ସବ ଅବସରରେ ୧.୫ ଲକ୍ଷରୁ ଅଧିକ ଭକ୍ତ ରଥ ଯାତ୍ରାର ସମୃଦ୍ଧ ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶନ କରୁଥିବା ଏକ ଇମର୍ସିବ ସୋ’କୁ ଉପଭୋଗ କରିଥିଲେ । ‘ରଥ ଯାତ୍ରା ଏକ ଐତିହ୍ୟ’ ଭକ୍ତମାନଙ୍କୁ ଏକ ଇମର୍ସିବ ୩-ସ୍କ୍ରିନ୍ ପ୍ରଯୁକ୍ତି ଜରିଆରେ ଏକ ଶାଶ୍ୱତ ଯାତ୍ରାରେ ନେବାସହିତ ୧୧୦୦ ଶତାବ୍ଦୀରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ଏହି ପାର୍ବଣର ସମୁଦାୟ ଅଭ୍ୟୁଦୟ ସମ୍ପର୍କରେ ସେମାନଙ୍କୁ ମାର୍ଗଦର୍ଶନ କରିଛି ଏବଂ ସେମାନଙ୍କୁ ଭର୍ଚୁଆଲ ‘ରଥ ଟାଣିବା’ ଅନୁଭୂତି ପ୍ରଦାନ କରିଛି । ସେମାନେ ମଧ୍ୟ ପଟ୍ଟଚିତ୍ର, ପିପିଲି ଚାନ୍ଦୁଆ କାମ ଏବଂ ଆହୁରି ଅନେକ ବିବିଧ କଳା ଜରିଆରେ ଓଡ଼ିଶାର ଐତିହ୍ୟ ସମ୍ପର୍କରେ ଜାଣିପାରିଛନ୍ତି ।

ଭକ୍ତମାନଙ୍କୁ ମଧ୍ୟ ବହୁବିଧ ନିୟୋଜନକାରୀ କାର୍ଯ୍ୟକଳାପ ଜରିଆରେ ଗୁଣବତ୍ତା ଏବଂ ଶୁଦ୍ଧତା ପ୍ରତି ଆଶୀର୍ବାଦ ଅଟାର ପ୍ରତିବଦ୍ଧତା ସମ୍ପର୍କରେ ଜ୍ଞାନ ପ୍ରଦାନ କରାଯାଇଥିଲା । ଏଥିସହିତ ଆଶୀର୍ବାଦ ଅଟା ଛାତ ପାଇଁ ବ୍ୟବହାର କରାଯାଉଥିବା ଫ୍ଲେକ୍ସ ସିଟ୍ ଗୁଡିକ ଦାନ କରିବା ଜରିଆରେ ପୁନଃ ବ୍ୟବହାର ଏବଂ ପୁନଃଚକ୍ରମଣ ଏବଂ ସ୍ଥାନୀୟ କଲେଜ ଓ ମ୍ୟୁଜିୟମ୍ରେ କଳା ସଂସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲା ।
ଏହି ଅବସରରେ ପ୍ରକାଶ କରି ଶ୍ରୀ ଅନୁଜ କୁମାର ରୁସ୍ତଗୀ, ସିଓଓ, ଷ୍ଟାପଲସ୍ ଆଣ୍ଡ ଆଡ୍ଜାସେନ୍ସିଜ୍, ଫୁଡ୍ସ୍ ଡିଭିଜନ, ଆଇଟିସି ଲିମିଟେଡ କହିଥିଲେ, “ରଥ ଯାତ୍ରାର ସମୃଦ୍ଧ ଐତିହ୍ୟକୁ ଆମର ‘ରଥ ଯାତ୍ରା ଏକ ଐତିହ୍ୟ’ ଅଭିଯାନ ଜରିଆରେ ସର୍ବସମ୍ମୁଖକୁ ଆଣିବା ଦିଗରେ ଆମେ ଆଶୀର୍ବାଦ ଅଟାରେ ସମସ୍ତେ ନିଜକୁ ଗୌବରାନ୍ୱିତ ମନେକରୁଛୁ । ଏହି ଅନନ୍ୟ ପ୍ରୟାସ କେବଳ ଏହି ପାର୍ବଣର ଚିରନ୍ତନ ପରମ୍ପରାକୁ ପାଳନ କରିନାହିଁ, ତାହାସହିତ ଏହି ଅଞ୍ଚଳର ଉତ୍ସବ ଏବଂ ସଂସ୍କୃତିକୁ ପାଳନ କରିବା ଦିଗରେ ଆମର ଉତ୍ସର୍ଗୀକୃତ ଭାବକୁ ପ୍ରଦର୍ଶିତ କରିଛି । ତଲ୍ଲୀନକାରୀ ପ୍ରଯୁକ୍ତିକୁ ସାଂସ୍କୃତିକ ଗୁରୁତ୍ୱ ଓ ପରିବେଶ ଅନୁକୂଳ କାର୍ଯ୍ୟାଭ୍ୟାସ ସହିତ ସମ୍ମିଶ୍ରିତ କରି ଆମେ ପୁରୀ ରଥ ଯାତ୍ରାର ସମସ୍ତ ଭକ୍ତଙ୍କ ନିମନ୍ତେ ଏକ ଅର୍ଥପୂର୍ଣ୍ଣ ଓ ସମୃଦ୍ଧକାରୀ ଅନୁଭୂତି ସୃଷ୍ଟି କରିବା ଲକ୍ଷ୍ୟ ରଖିଥିଲୁ । ଓଡ଼ିଶାର ସମୃଦ୍ଧ ଐତିହ୍ୟର ସଂରକ୍ଷଣ ଦିଗରେ ଅବଦାନ ରଖିବା ଏବଂ ସେହି ସମୟରେ ଶୁଦ୍ଧତା ଓ ପରମ୍ପରାକୁ ପ୍ରୋତ୍ସାହିତ କରିବା ନିମନ୍ତେ ପ୍ରତିବଦ୍ଧ ରହିବା ଲକ୍ଷ୍ୟ ରଖିଛୁ ।”