ବେଦାନ୍ତ ଆଲୁମିନିୟମ ଝାରସୁଗୁଡା ଚାଷୀମାନଙ୍କୁ ପ୍ରିମିୟମ ‘ବେଦମ୍ରିତ ମହୁ’ ଲଂଚ କରିବାରେ ସାହାଯ୍ୟ କରିଛି
ଝାରସୁଗୁଡା : ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଦ୍ୱାରା ସମର୍ôଥତ କୃଷକମାନେ ଲାଇକେରା ହନିଫେଡ୍ କୃଷକ ଉତ୍ପାଦକ ସଂଗଠନ ଅଧୀନରେ...
ଝାରସୁଗୁଡା : ପ୍ରବାହ ନ୍ୟୁଜ୍ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଦ୍ୱାରା ସମର୍ôଥତ କୃଷକମାନେ ଲାଇକେରା ହନିଫେଡ୍ କୃଷକ ଉତ୍ପାଦକ ସଂଗଠନ ଅଧୀନରେ...
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଭାଷା ଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ଗଠନ ହୋଇଥିଲେ ସୁଦ୍ଧା ଆମେ କେହି ଆମ ଭାଷା ପ୍ରତି ସଚେତନ ହେଉନାହେଁ | 1948ର ପ୍ରସ୍ତାବ 1954ରେ ଭାଷା ଆଇନ ପ୍ରଣୟନ ହୋଇଥିଲେ ସୁଦ୍ଧା 1963 ରେ ଭାଷା ଆଇନ ସଂଶୋଧନ ସମୟରେ ବିଧାନସଭାରେ ମୁ ସ୍ପଷ୍ଟ କରିଥିଲି କି ଓଡ଼ିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉ ଭାଷା ଆଇନକୁ ସମସ୍ତେ ମାନଙ୍କୁ ଏପରିକି ବିଧାନସଭାର ସମସ୍ତ କାର୍ଯ୍ୟ ଓଡ଼ିଆରେ କରାଯାଉ | ଷଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ 2024 ର ଚତୁର୍ଥ ସନ୍ଧ୍ୟାରେ ଭାଷା ଆନ୍ଦୋଳନ , ଓଡ଼ିଶା ତରଫରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ପଦ୍ମଚରଣ ନାୟକ ନିଜର ବକ୍ତବ୍ୟ ରଖିଥିଲେ | ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରାକ୍ତନ ଅଧ୍ୟାପକ ତଥା ଭାରତ ସରକାରଙ୍କ ନିର୍ବାଚନ କମିଶନଙ୍କ ପରାମର୍ଶଦାତା ଡ଼ ଭଗବାନ ପ୍ରକାଶ 9ଗୋଟି ସୂତ୍ର ବିଷୟରେ ଆଲୋଚନା କରିଥିଲେ ଯେମିତି ଆମେ ଯଦି ଆମ ଖାଦ୍ୟ ପଦାର୍ଥରେ ଓଡ଼ିଆ ରୁଚିର ଖାଦ୍ୟ ପଦାର୍ଥ ବ୍ୟବହାର କରିବା ତେବେ ଆମେ ଓଡ଼ିଆ ଭାଷାକୁ ରକ୍ଷା କରିପାରିବା | କେବଳ ସେତିକି ନୁହେଁ କାର୍ଯ୍ୟାଳୟ, ଭାର୍ଯ୍ୟାଳୟ, ନ୍ୟାୟାଳୟ,ବିଦ୍ୟାଳୟ ଓ ବେପାରଳାୟ ରେ ଓଡ଼ିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ୱ ଦେଲେ ଆମେ ଆମ ଭାଷାର ସୁରକ୍ଷା କରିପାରିବା | ଭାଷାର ସୀମା ରହିବା ଉଚିତ ନୁହେଁ ଆମେ ଆମର ଭାଷା ଉପରେ ଗୁରୁତ୍ୱ ଦେବା ସହିତ ଯୋଗାଯୋଗ ପାଇଁ ବିଭିନ୍ନ ଭାଷା ଜାଣିବାର ଅବଶ୍ୟକରେ ମଧ୍ୟ ରହିଛି ବୋଲି ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ସାତକଡ଼ି ହୋତା ସ୍ମୃତି କମିଟିର ଅଧକ୍ଷ ଡ଼ ଅଶୋକ ମହାପାତ୍ର ତାଙ୍କର ବକ୍ତବ୍ୟ ରଖିଥିଲେ | ଭାଷା ପାଇଁ ଗଣ ଓ ଗଣମାଧ୍ୟମ ଶୀର୍ଷକ ଆଲୋଚନା ପାଇଁ ପୁସ୍ତକ ମେଳାର ସାତକଡ଼ି ହୋତା ସଭାମଞ୍ଚରେ ଭାଷା ଆନ୍ଦୋଳନ ଓଡ଼ିଶା ତରଫରୁ ଆୟୋଜିତ ଏହି ସଭାର ପ୍ରଥମ ଅଧିବେଶନରେ ମୁଖ୍ୟ ପ୍ରସଙ୍ଗ ଭାଷା ଶାସ୍ତ୍ରୀୟ , ନୃତ୍ୟ ଶାସ୍ତ୍ରୀୟ , ସଙ୍ଗୀତ ଶାସ୍ତ୍ରୀୟ କିପରି ନୁହେଁ ବୋଲି ଆଲୋଚନାରେ ସମସ୍ତ ବିଷୟ ଉପରେ ଆଲୋଚନା କରିଥିଲେ | ଆଲୋଚନାର ପ୍ରଥମ ଅଧିବେଶନର ବିଷୟବସ୍ତୁ ରହିଥିଲା, " ଭାଷା ଗରିମାମୟ , ମାଧ୍ୟମ ଦୁର୍ବଳ କାହିଁକି ? " ଆଲୋଚନାରେ ଭାଗ ନେଇଥିଲେ କବି ଓ ସାହିତ୍ୟିକା ଶୁଭଶ୍ରୀ ଲେଙ୍କା, ସ୍ତମ୍ଭକାର ଓ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର, ଲେଖିକା ତଥା ସ୍ତମ୍ଭକାର ମୀରା ବେଉରା ଏବଂ ଅଧ୍ୟାପିକା ସଙ୍ଗୀତା ଦାସ l ଓଡ଼ିଆ ଭାଷାର ବ୍ୟବହାର, ପ୍ରଚାର ଏବଂ ପ୍ରସାରକୁ ନେଇ ଗଣମାଧ୍ୟମର କଣ ଭୂମିକା ରହୁଛି, ଆମ ଓଡିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପାଇବା, ଭାଷାରେ ଆଞ୍ଚଳିକ ଓ ଉପଭାଷାର ମିଶ୍ରଣର ପ୍ରଭାବ ଉପରେ ପଶ୍ନୋତ୍ତର ମାଧ୍ୟମରେ ଅଧିବେଶନକୁ ସଂଚାଳନା କରିଥିଲେ ସ୍ତମ୍ଭକାର ଶ୍ରୁତକୀର୍ତ୍ତି ତ୍ରିପାଠୀ l ଶିକ୍ଷା ହେଉଛି ମୁଳପିଣ୍ଡ ଶିକ୍ଷା ଯଦି ସଠିକ ମାର୍ଗରେ ନଯିବ ତେବେ ଆମେ ଆମର ଭବିଷ୍ୟ ସଠିକ ଢଙ୍ଗରେ ଗଢ଼ିପାରିବା ନାହିଁ | ଦୀର୍ଘ ଦିନ ଧରି ଓଡ଼ିଆ ଭାଷା ଶିକ୍ଷକ ପାଇଁ ଆନ୍ଦୋଳନ ଚାଲିଥିଲା ଯାହାକି ଆମର ଭାଷାକୁ ପିଲାଦିନରୁ ହିଁ ରୁଦ୍ଧିମନ୍ତ କରିବ ତାହା ହେଉନଥିଲା ଏବେ କିଛି ପରିମାଣରେ ଲାଘବ ହୋଇଛି, ସରକାର 496 ଜଣ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି ଦେବେବୋଲି ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସେଥିପାଇଁ ବର୍ତମାନ ସରକାରଙ୍କୁ ଧନ୍ୟବାଦ ବୋଲି ଶାନ୍ତିନିକେତନ ର ଓଡ଼ିଆ ପ୍ରଫେସର ଇନ୍ଦ୍ରମଣି ସାହୁ ପ୍ରକାଶ କରିଥିଲେ | ବିଶେଷ କରି ଦ୍ୱିତୀୟ ଅଧିବେଶନରେ ଭାଷା ଆଇନ କଥା ଆଲୋଚନା କଲାବେଳେ ଆମେ ଚିନ୍ତା କରିବା କି ଆମର ପୂର୍ବଜ ମାନେ କଣ ଭାଷା ପାଇଁ ଆଇନ ର ସହାୟତା ନେଉଥିଲେ , କେଉଁ ଅବହମନକାଳରୁ ଆମର ଭାଷା ପରିପୃଷ୍ଟ | କାହିଁ କେଉଁ କାଳରୁ ଆମ ଭାଷାର ସ୍ଥିତି ରହିଛି ଆଉ ରହିବ ମଧ୍ୟ ବୋଲି ଗଣମାଧ୍ୟମର ଧୂରିଣ ବ୍ୟକ୍ତି ବିଶେଷ ବରିଷ୍ଠ ସାମ୍ବାଦିକ ତଥା ଏନ .ଏନ .ଏସ.ର ପ୍ରତିଷ୍ଠାତା ଶ୍ରୀରାମ ଦାସ ଏବଂ ଟାଇମ୍ସ ଅଫ ଇଣ୍ଡିଆର ପ୍ରାକ୍ତନ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ନିଜର ବକ୍ତବ୍ୟ ରଖିଥିଲେ | ଅନ୍ୟମାନଙ୍କ ମଧ୍ୟରେ ଭାଷା ଆଇନର ଆବଶ୍ୟକତା ଓ ଆଇନର ପରିଭାଷା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ | ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ ଗଣମାଧ୍ୟମର ଔପଚାରିକତା ଓ ଆବଶ୍ୟକତା ଦୃଷ୍ଟିରୁ ଜନସାଧାରଣଙ୍କର ରୁଚିକୁ ନେଇ ସମ୍ବାଦ ପରିବେଷଣ କରାଯାଏ କିନ୍ତୁ ତାମାନେ ନୁହେଁ ଯେ ଆମ ଭାଷାକୁ ଆମେ ବିକୃତ କରିବା | ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର ଗଣମାଧ୍ୟମର ଭୂମିକା ଭାଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ | ପେଟପାଟଣାର ଭାଷା ବୋଲି ତ ଆମେ ଖବରକାଗଜରେ ପ୍ରତିଦିନ ପ୍ରତିପାଦିତ କରି ପାରୁଛେ | ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ଗବେଷକ ଶରଣାରବିନ୍ଦ ଓଝା ନିଜର ବକ୍ତବ୍ୟ ରଖି କହିଲେ କି ଓଡ଼ିଆ ଭାଷା କେତେ ସମୃଦ୍ଧ ଯେ ତାହା କଳନା କରିପାରିବେ ନାହିଁ ମୁ ପ୍ରାୟ କୋଡ଼ିଏ ହଜାର ଗାଁ ବୁଲିଚି ଚକୁଳିଆପଣ୍ଡା ବେଶରେ ଦେଖିଚି ଗାଁ ରେ ନିଶ୍ଚିତ ଭାବରେ ଓଡ଼ିଆ ବଞ୍ଚିଛି ତାକୁ କେହି ମାରିପାରିବେ ନାହିଁ | ସଞ୍ଚାଳକ ଭାବରେ ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା ନିଜର ବକ୍ତବ୍ୟ ତଥା ଆଲୋଚନା ସମୂହକୁ ନିଶ୍ଚିତ ହେଲେ କି ଭାଷା ଶାସ୍ତ୍ରୀୟ,ନାଚ ଶାସ୍ତ୍ରୀୟ ,ସଙ୍ଗୀତ ନିଶ୍ଚିତ ଶାସ୍ତ୍ରୀୟ ଏବଂ ଏଥିପାଇଁ କେନ୍ଦ୍ର ମଧ୍ୟ ପାଦେ ଆଗକୁ ଆସି ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା ପାଇଁ ନିଜର ସକାରାତ୍ମକ ମନୋଭାବ ପ୍ରଦର୍ଶନ କରିବା ଉଚିତ | ଭାଷା ଆନ୍ଦୋଳନ,ଓଡ଼ିଶାର ଆବାହକ ପବିତ୍ର ମହାରଥା ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ସାରଦା ପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |
ଭୁବନେଶ୍ୱର ପ୍ରବାହ ନ୍ୟୁଜ୍ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫିସରମାନଙ୍କ ଦ୍ୱାରା ଗଠିତ ସମବାୟ ସମିତିର ରାଜ୍ୟସ୍ତରୀୟ ୪୧ ତମ ବାର୍ଷିକ ସାଧାରଣ ସଭା ତା: ୦୮-୧୨-୨୦୨୪ରିଖ...
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ପରିକଳ୍ପନା, ସର୍ଜନା ଓ ପ୍ରଭାବ (ଆଇଡିଆ, ଇନୋଭେସନ୍, ଇମ୍ପାକ୍ଟ)କୁ ନେଇ କିଟ୍ ବିଶ୍ୱବିଦ୍ୟାଳୟରେ କେ-ଆଇ୩ ଫେଷ୍ଟ ଉଦ୍ଘାଟିତ ହୋଇଯାଇଛି । କେ-ଆଇ୩ ଫେଷ୍ଟ...
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଭାରତର ବୃହତ ଆଲୁମିନିୟମ ଉତ୍ପାଦକ, ବେଦାନ୍ତ ଆଲୁମିନିୟମ, ବିଶ୍ୱ ଏଡ୍ସ ଦିବସରେ ଏକ ସପ୍ତାହବ୍ୟାପୀ ସଚେତନତା ଅଭିଯାନ ଆରମ୍ଭ କରିଥିଲା। ଏହି...
ପୁରୀ,ପ୍ରବାହ ନ୍ୟୁଜ୍ : ଡଃ ଗୌରାଙ୍ଗ ଚରଣ ସ୍ୱାଇଁ, ପିତା ସ୍ୱର୍ଗତ ଭଗବାନ ସ୍ୱାଇଁ, ମାତା ଅଲିଦେଇ, ଜନ୍ମ ପୁରୀ ଜିଲ୍ଲା ନହନ୍ତରା ଗ୍ରାମରେ । ଡଃ...
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ :- ଭାରତବର୍ଷର ପ୍ରଥମ ଭାଷା ଭିତ୍ତିକ ରାଜ୍ୟରେ ମାତୃଭାଷାରେ ବିଦ୍ୟାଳୟ ଗୁଡିକରେ ପାଠ ପଢେଇବାପାଇଁ ଓଡ଼ିଆ ଭାଷା ଶିକ୍ଷକ କେବେହେଲେ ନିଯୁକ୍ତି ପାଇନଥିଲେ...
ପ୍ରଥମ ଟି-୨୦ରେ ଅଷ୍ଟ୍ରେଲିଆ ୫ ରନରେ ବିଜୟୀ ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : କିଟ୍ କ୍ରିକେଟ୍ ଷ୍ଟାଡିୟମରେ ଅନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ବାଇଲାଟେରାଲ୍ କ୍ରିକେଟ୍ ଶୃଙ୍ଖଳା ଆଜି ଉଦ୍ଘାଟିତ ହୋଇଯାଇଛି...
ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ଚୀନରୁ ସୋଲାର ପ୍ୟାନେଲ ଓ ମଡ୍ୟୁଲ ପାଇଁ ଆନାଡାଇଜଡ ଆଲୁମିନିୟମ ଫ୍ରେମ ଉପରେ ଆଂଟି ଡମ୍ପିଂ ହ୍ୟୁଟି ଲାଗୁ କରିବା ଉପରେ ଭାରତ...
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : ଓଡ଼ିଶାର ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବଳ (ବିଏସଏଫ) ଧନଜୀବନ ସୁରକ୍ଷା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି ।...
ଭୁବନେଶ୍ୱର : ପ୍ରବାହ ନ୍ୟୁଜ୍ : କିମ୍ସରେ ହେଲ୍ଥ ନ୍ୟାସ୍ନାଲ୍ କନକ୍ଲେଭ୍ ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଥର ଲାଗି କିମ୍ସରେ ଏଭଳି ଏକ ଜାତୀୟ ସମ୍ମିଳନୀ...
ଭୁବନେଶ୍ୱର : ପ୍ରବାହ ନ୍ୟୁଜ୍ : ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଧିକାରୀ ସଂଘ ଭୁବନେଶ୍ୱର ମଣ୍ଡଳର ସାଧାରଣ ସମ୍ପାଦକ ଶ୍ରୀ ଅରୁଣ କୁମାର ବିଶୋୟୀ ଅଖିଳ ଭାରତୀୟ...
ଭୁବନେଶ୍ୱର: ପ୍ରବାହ ନ୍ୟୁଜ୍ : ଭାରତର ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଏଷ୍ଟର ଡିଏମ ହେଲଥକେୟାର ଲିମିଟେଡ ଓ କ୍ୱାଲିଟି କେୟାର ଇଣ୍ଡିଆ ଲିମିଟେଡ...
ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍ : କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ଭୁବନେଶ୍ୱରରେ ୫୯ତମ ପୁଲିସ ଡିଜି/ଆଇଜି ସମ୍ମିଳନୀକୁ ଉଦଘାଟନ କରିଛନ୍ତି।...