ଜାତୀୟ ନାଟ୍ୟ ପ୍ରତିଯୋଗିତା ନିମନ୍ତେ ବ୍ରହ୍ମପୁର କଳାକାରଙ୍କ ଝାଡଖଣ୍ଡ ଗସ୍ତ


ବ୍ରହ୍ମପୁର ତା ୦୯.୦୨.୨୩, ଝାଡଖଣ୍ଡ ରାଜ୍ୟର ଗିରିଢ଼ିହ ଠାରେ କଳା ସଙ୍ଗମ ଅନୁଷ୍ଠାନ ଦ୍ଵାରା ଆୟୋଜିତ ଜାତୀୟ ସ୍ତରୀୟ ବହୁଭାଷୀ ନାଟକ ଓ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଶାଶ୍ଵତୀ ଅନୁଷ୍ଠାନ ବ୍ରହ୍ମପୁର ର ୧୦ ଜଣ କଳାକାର ଯାତ୍ରା କରୁଛନ୍ତି । ନାଟ୍ୟକାର ରବି ନାରାୟଣ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ ଅଶାନ୍ତ ଚରିତ ପରିବେଷଣ ହେବ । ଏଠାରେ ପ୍ରକାଶ ଥାଉକି ଏହି ନାଟକ କଟକ ସ୍ଥିତ କଳା ବିକାଶ କେନ୍ଦ୍ର ଠାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ନାଟକ ପ୍ରତିଯୋଗିତାରେ ପରିବେଷିତ ୪୦ ଗୋଟି ନାଟକରେ ପରିବେଷଣ ହୋଇଥିଲା । ସେହିଠାରେ ନାଟ୍ୟକାର ରବି ନାରାୟଣ ବେହେରାଙ୍କୁ ତୃତୀୟ ଶ୍ରେଷ୍ଠ ନାଟ୍ୟ ନିର୍ଦ୍ଦେଶକ ରୂପେ ପୁରସ୍କାର ମିଳିଛି ।

ଏଥି ସକାଶେ ଶ୍ରୀ ବେହେରାଙ୍କୁ ଅନେକ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି । ଝାଡଖଣ୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ ସକାଶେ ବ୍ରହ୍ମପୁର ଶାଶ୍ୱତୀ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ର ସଭାପତି ରାମ ଚନ୍ଦ୍ର ସାସମଲଙ୍କ ନେତୃତ୍ୱରେ କଳାକାର ଗିରିଜା ଶଙ୍କର ଦାଶ, ସଜ୍ଞା ସମାହିତ ପାଢ଼ୀ, ରାଜେଶ ନାୟକ, ସରୋଜ କୁମାର ପଣ୍ଡା, ଅକ୍ଷୟ କୁମାର ଭୂୟାଁ, ସାଗର ପଣ୍ଡା ଏବଂ ସସ୍ମିତା ରାଣୀ ରାଉତ ଗସ୍ତ କରିଛନ୍ତି । ସଂପାଦକ ସୁନୀଲ କୁମାର ସ୍ଵାଇଁ ପରିଚାଳକ ଭାବେ ରହିଛନ୍ତି । ଅକ୍ଷୟ କୁମାର ମହାନ୍ତି, ପ୍ରଦୀପ କୁମାର ପଣ୍ଡା, କୈଳାଶ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *