ବିଓଆଇ ପକ୍ଷରୁ ବିଶ୍ୱ ହିନ୍ଦୀ ଦିବସ ଅବସରରେ ପ୍ରତିଯୋଗିତା ଆୟୋଜିତ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଅଞ୍ଚଳ ଠାରେ ବିଶ୍ୱ ହିନ୍ଦୀ ଦିବସ ପାଳନ ଉପଲକ୍ଷେ ଏକ ସ୍ମୃତି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରତିଯୋଗିତାର ବିଜେତାମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା । ବ୍ୟାଙ୍କର ଉପ-ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର ଜେନା ଏଥିରେ ଉପସ୍ଥିତ ଥିଲେ । ରାଷ୍ଟ୍ରୀୟ ବ୍ୟାଙ୍କିଙ୍ଗ୍ ସମୂହ(ଏନ୍ବିଜି), ଓଡିଶାର ସହାୟକ ମହାପ୍ରବନ୍ଧକ ନବଦୀପ ମହାନ୍ତି ଏବଂ ସୁରକ୍ଷା ବିଭାଗର ମୁଖ୍ୟ ପ୍ରବନ୍ଧକ ବେଦ ପ୍ରକାଶ ଓଝା ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସମସ୍ତ ଅଞ୍ଚଳର କର୍ମଚାରୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ରାଜଭାଷାର ବରିଷ୍ଠ ପ୍ରବନ୍ଧକ ସୋନିଆ ସାୱନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।