ବି.ଏମ୍‌.ସି. ଏବଂ ସ୍କାଉଟ ଗାଇଡ୍ ମିଳିତ ଆନୁକୂଲ୍ୟରେ ଘରେ ଘରେ ତ୍ରିରଙ୍ଗା

 ଭୁବନେଶ୍ୱର, ପ୍ରବାହ ନ୍ୟୁଜ୍‌ : ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବି.ଏମ୍‌.ସି) ଏବଂ ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥା ତରଫରୁ ଆଜି ସକାଳ ୮ ଘଟିକା ସମୟରେ ସ୍କାଉଟସ୍ ଏବଂ ଗାଇଡସ୍‌ର ମୁଖ୍ୟ କାର୍ଯ୍ୟାଳୟ ପରିସରରେ “ଘରେ ଘରେ ତ୍ରିରଙ୍ଗା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱରର ସେଣ୍ଟ୍ ଜୋସେଫ ହାଇସ୍କୁଲର ୭୦ ଜଣ ସ୍କାଉଟସ୍ ଏବଂ ଗାଇଡସ୍‌ମାନେ ଯୋଗଦେଇ ଏକ ସଚେତନତା ରାଲି କରିଥିବା ବେଳେ ଘରକୁ ଘର ବୁଲି ତ୍ରିରଙ୍ଗା ପତାକା ବାଣ୍ଟିଥଲେ ।
ଉକ୍ତ କାର୍ଯ୍ୟକ୍ରମରେ ଅତିଥିଭାବେ ଶ୍ରୀ ବିଜୟ କୁମାର ତ୍ରିପାଠୀ, ଶ୍ରୀ ଶିବନାରାୟଣ ମିଶ୍ର, ରଞ୍ଜୁଲତା ରାୟ, କର୍ପୋରେଟର, ଶ୍ରୀ ସନାତନ ମାଝି, ସାନିଟେସନ ଇନ୍ସପେକ୍ଟର, ଶ୍ରୀମତୀ ରାଜଲକ୍ଷ୍ମୀ ବେହେରା, ଜୋନାଲ ଡେପୁଟି କମିଶନର, ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ, ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଓ ଭୁବନେଶ୍ୱର ମ୍ୟୁନିସିପାଲର ସ୍ୱଚ୍ଛତା କର୍ମୀମାନେ ଯୋଗଦାନ କରିଥିଲେ । 

ଏହି ଅବସରରେ ଅତିଥିମାନେ ଏହି ପତାକାର ଉଦ୍ଦେଶ୍ୟ ବିଷୟରେ ପିଲାମାନଙ୍କୁ ଜଣାଇଥିଲେ ଏବଂ ପିଲାମାନେ ମଧ୍ୟ ଏହି ପତାକାର ଉଦ୍ଦେଶ୍ୟ ବକ୍ତୃତା ମାଧ୍ୟମରେ କହିଥିଲେ । ପରେ ପରେ ଗୋଟିଏ ଫ୍ଲେକ୍ସ ଉପରେ ଘରେ ଘରେ ତ୍ରିରଙ୍ଗା ଲେଖାଯାଇ ଦସ୍ତଖସ୍ତ ସଂଗ୍ରହ କରାଯାଇଥିଲା । ପରେ ପରେ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *