ଟାଟା ଷ୍ଟିଲ କଳିଙ୍ଗନଗରରେ ରକ୍ତଦାନ ଶିବିର ଆୟୋଜିତ

୩୮୨ ୟୁନିଟ୍ ରକ୍ତ ସଂଗ୍ରହ

କଳିଙ୍ଗନଗର, ଜାନୁଆରି ୨୪, ୨୦୨୩: ଟାଟା ଷ୍ଟିଲ୍ କଳିଙ୍ଗନଗରରେ ମାସବ୍ୟାପୀ ପାଳନ କରାଯାଉଥିବା ୩୪ତମ ସଡ଼କ ସୁରକ୍ଷା ମାସର ଅଂଶ ସ୍ୱରୂପ ଟାଟା ଷ୍ଟିଲ୍ କଳିଙ୍ଗନଗର (ଟିଏସ୍‌କେ)ର ଲଜିଷ୍ଟିକ୍ସ ବିଭାଗ ପକ୍ଷରୁ ଟିଏସ୍‌କେର ସୁରକ୍ଷା ବିଭାଗ, ସେଂଟ୍ରାଲ୍ ରେଡ୍‌କ୍ରସ୍ ବ୍ଲଡ୍ ବ୍ୟାଙ୍କ, କଟକ ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓଡ଼ିଶା ବ୍ଲଡ୍ ସେଂଟର ସହଭାଗିତାରେ ସୋମବାର ଟାଟା ଷ୍ଟିଲ୍ କଳିଙ୍ଗନଗରର ଗ୍ରିନ୍ ଟ୍ରାନ୍ସପୋର୍ଟ ପାର୍କରେ ଏକ ରକ୍ତଦାନ ଅଭିଯାନ ଆୟୋଜନ କରାଯାଇଥିଲା ।
“ରକ୍ତ ସଡ଼କ ପାଇଁ ନୁହେଁ’ ବିଷୟବସ୍ତୁ ଉପରେ ଆଧାରିତ ଏହି ରକ୍ତଦାନ ଅଭିଯାନକୁ ଟିଏସ୍‌କେର ଲଜିଷ୍ଟିକ୍ସ ଅପରେସନ୍ସ ବିଭାଗର ମୁଖ୍ୟ ଶ୍ରୀ ସି ଏଲ୍ କର୍ଣ୍ଣ ଉଦଘାଟନ କରିଥିବା ବେଳେ ଟିଏସ୍‌କେର ସୁରକ୍ଷା ବିଭାଗର ମୁଖ୍ୟ (ଅପରେସନ୍ସ) ଶ୍ରୀ ଆର୍ ଏସ୍ ମିଶ୍ର ଓ ଟାଟା ଷ୍ଟିଲ୍ କଳିଙ୍ଗନଗରର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।


ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଟାଟା ଷ୍ଟିଲ୍‌ର କର୍ମଚାରୀ ଓ ବିଭିନ୍ନ ଭେଣ୍ଡର ସହଯୋଗୀମାନେ ଦିନତମାମ ଧାଡି଼ ଲଗାଇଥିଲେ । ଏହି କାର୍ଯ୍ୟକ୍ରମରେ ମୋଟ ୩୮୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।
ରକ୍ତଦାନ ଅଭିଯାନ ସମ୍ପର୍କରେ ସି ଏଲ୍ କର୍ଣ୍ଣ କହିଛନ୍ତି ଯେ, “ଏଭଳି ଏକ ଶିବିର ଆୟୋଜନ କରିଥିବାରୁ ଆମେ ଖୁସି । ବ୍ଲଡ୍ ବ୍ୟାଙ୍କରେ ରକ୍ତ ଦରକାର କରୁଥିବା ଲୋକମାନଙ୍କ ପାଇଁ ଏହା ସହାୟକ ହେବ । ଏହା ଏକ ଜୀବନ ରକ୍ଷାକାରୀ ପଦକ୍ଷେପ ଏବଂ ସମାଜକୁ ଫେରସ୍ତ କରିବା ଓ ଲୋକଙ୍କୁ ସାହାଯ୍ୟ କରିବା ଦିଗରେ ଏହା ଏକ ଉଦ୍ୟମ ।’’
ଏଠାରେ ସୂଚନା ଯୋଗ୍ୟ ଯେ ମାସବ୍ୟାପୀ ଏହି ସଚେତନତା କାର୍ଯ୍ୟକ୍ରମରେ ସରଳ ଢଙ୍ଗରେ ସଡ଼କ ସୁରକ୍ଷାର ଗୁରୁତ୍ୱକୁ ଜଣାଯିବ ଏବଂ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଲୋକମାନଙ୍କୁ ନିଜର ଦାୟତ୍ୱ ବିଷୟରେ ବୁଝାଇବା ଏବଂ ପ୍ରଶଂସା କରିବା ଲାଗି ଉଦ୍ୟମ କରାଯିବ । ଉଲ୍ଲେଖଯୋଗ୍ୟ ଯେ “ଅଭ୍ୟାସ ବଦଳାନ୍ତ୍‌ୁ-ବେପରୁଆ ଗାଡ଼ି ଚାଳନା କରନ୍ତୁ ନ୍ଧହିଁ’ ବିଷୟବସ୍ତୁ ସହ ନିଜ ବ୍ୟବହାରରେ ପରିବର୍ତନ ଆଣିବା ଲାଗି ମାସବ୍ୟାପୀ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯିବ ।

Leave a Reply

Your email address will not be published. Required fields are marked *