ଭିଜିଲାନ୍ସ ଜାଲରେ BRC

ବଲାଙ୍ଗୀର (ପ୍ରବାହ ନ୍ୟୁଜ୍) : ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ କାର୍ଯ୍ୟାଳୟ ବିଆରସି ମଧୁସୁଦନ ପଟେଲଙ୍କୁ ଧରିଛି ଭିଜିଲାନ୍ସ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଖବର ଅନୁଯାୟୀ, ଦେଓଗାଁ ବ୍ଲକ ବିଆରସି ମଧୁସୁଦନ ପଟେଲ ପାଇଖାନା ନିର୍ମାଣ ବିଲ ପାଇଁ ମହମ୍ମଦ ଆଶିଷଙ୍କୁ ଲାଞ୍ଚ ମାଗିଥିଲେ । ଏନେଇ ମହମ୍ମଦ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଗୁରୁବାର ଦିନ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ପୂର୍ବ ପ୍ରସ୍ତୁତି ମୁତାବକ ମଧୁସୁଦନ ପଟେଲଙ୍କୁ ଭିଜିଲାନ୍ସ ଗିରଫ କରିଛି । ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି । ବିଆରସିଙ୍କ ଦୁଇଟି ସ୍ଥାନରେ ଚଢାଉ ଚାଲିଛି ।