ଜୟଦେବରେ ବିଜେଡି ପ୍ରାର୍ଥୀ ନବ କିଶୋର ମଲ୍ଲିକ ବିଜୟୀ

ବାଲିଅନ୍ତା : ଭୁବନେଶ୍ୱର ଲୋକସଭା ସଂସଦୀୟ କ୍ଷେତ୍ର ପରିସର ଜୟଦେବରେ ଶାସକଦଳ ବିଜେଡି ତାର ବିଜୟ ଧାରା ବଜାୟ ରଖିଛି l ଦଳ ଏଠାରେ କ୍ରମାଗତ ୬ ଥର ବିଜୟୀ ହୋଇଥିବା ବେଳେ ଚଳିତ ନିର୍ବାଚନରେ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ନବକିଶୋର ମଲ୍ଲିକ ବିଜୟଲାଭ କରିଛି l ନବକିଶୋର ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଡ଼ ଅରବିନ୍ଦ ଢାଲିଙ୍କୁ ୨୧ ହଜାର ୪୭୩ ଭୋଟ ବ୍ୟବଧାନରେ ପରାଜିତ କରିଛନ୍ତି l ମୋଟ ୨0 ରାଉଣ୍ଡ ଗଣତି ପରେ ଶ୍ରୀ ମଲ୍ଲିକ ୭୬ ହଜାର ୭୯0ଖଣ୍ଡ ଭୋଟ ପାଇଥିବା ବେଳେ ଡ଼. ଢ଼ାଲି ୫୫ ହଜାର ୩୧୭ ଖଣ୍ଡ ଭୋଟ ପାଇଥିଲେ l କଂଗ୍ରେସ ପ୍ରାର୍ଥୀ କୃଷ୍ଣ ସଗରିଆ ୮୨୭୭ ଖଣ୍ଡ ଭୋଟ ପାଇଛନ୍ତି l ଏଠାରେ ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ଆଗୁଆ ରହିଥିଲା l ସେହିପରି ଏଠାରେ ବିଜେଡି ସାଂସଦ ମନ୍ମଥ ରାଉତରାୟ ଓ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଙ୍କ ମଧ୍ୟରେ କଡା ଟକ୍କର ଦେଖାଯାଇଥିଲା l ଶ୍ରୀ ରାଉତରାୟ ୬୯ ହଜାର ୧0୭ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀମତୀ ଷଡ଼ଙ୍ଗୀ ୬୪ ହଜାର ୭୯୯ ଭୋଟ ପାଇଛନ୍ତି l ଏହି ନିର୍ବାଚନମଣ୍ଡଳୀରେ ଶ୍ରୀ ରାଉତରାୟ ମାତ୍ର ୪ ହଜାର ୩0୮ ଖଣ୍ଡ ଭୋଟରେ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଠାରୁ ଆଗୁଆ ଅଛନ୍ତି l ପ୍ରକାଶଥାଉକି ଏଠାରେ ମୋଟ ୩୩ ଗୋଟି ପଞ୍ଚାୟତ ୨୩୬ ଟି ବୁଥରେ ମୋଟ ୧ ଲକ୍ଷ ୪୭ ହଜାର ୧୮୬ ମତଦାନ ହୋଇଥିବା ବେଳେ ୧ ଲକ୍ଷ ୪୨ ହଜାର ୭୭୩ ମତ ବଳବତ୍ତର ଥିଲା ଏବଂ ଅନ୍ୟ ଭୋଟ ଗୁଡିକ ନୋଟାକୁ ଯାଇଥିଲା l ସେହିପରି ଏଠାରେ ବିଜେଡି ଶ୍ରୀ ମଲ୍ଲିକ ବିଜୟୀ ହେବାପରେ ଗଡ଼ଶ୍ରୀରାମପୁର ସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆନନ୍ଦର ଲହରୀ ଖେଳିଯାଇଛି l ବିଜୟ ଉଲ୍ଲାସ ପାଳନ କରିଥିବା ଦେଖାଯାଇଥିଲା l ଏହି ବିଜୟ ପରେ ୨0୧୯ ସଧାରଣ ନିର୍ବାଚନର ପ୍ରତିଶୋଧ ନେଇଛନ୍ତି l ୨0୧୯ ନିର୍ବାଚନରେ ଅନୁରୂପ ଭାବେ ବିଜେଡି ପ୍ରାର୍ଥୀ ଡ଼ ଢ଼ାଲି ଓ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ମଲ୍ଲିକଙ୍କ ମଧ୍ୟରେ ଲଢେଇ ହୋଇଥିଲା l ଶେଷରେ ଢ଼ାଲି ଏହି ନିର୍ବାଚନ ବିଜୟୀ ହୋଇଥିଲେ l