ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ

ଭୁବନେଶ୍ବର : ର୍ନିବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟରେ ୩ ପ୍ରମୁଖ ଦଳ ନିଜର ବିଜୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହ ତିନି ଦଳରେ ବିିଭିନ୍ନ ନେତା ଓ କର୍ମୀ ଯୋଗ ଦେଉଥିବା ବେଳେ ଆଉ କିଛି ସ୍ଥାନରେ ବିଭିନ୍ନ କାରଣ ଦର୍ଶାଇ ନେତା ମାନେ ମଧ୍ୟ ଇସ୍ତଫା ଦେଉଛନ୍ତି । ଏହି କ୍ରମରେ ବିଜେଡିର ବରିଷ୍ଠ ନେତା, ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳରେ ଅଣଦେଖା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି। ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ନିଜର ଆଗାମୀ ରାଜନୈତିକ ଭବିଷ୍ୟତ ବାବଦରେ କୌଣସି ସୂଚନା ଦେଇନାହାନ୍ତି ପ୍ରେମାନନ୍ଦ ନାୟକ।

Leave a Reply

Your email address will not be published. Required fields are marked *