ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିମ୍ସଟେକ୍ ବିଦେଶ ମନ୍ତ୍ରୀଗଣ
- ବିଭିନ୍ନ କ୍ଷେତ୍ରରେ ଆଞ୍ଚଳିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
- ବିମ୍ସଟେକ୍ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ
ପ୍ରଧାନମନ୍ତ୍ରୀ - ଆଗାମୀ ବିମ୍ସଟେକ୍ ଶିଖର ସମ୍ମିଳନୀ ପାଇଁ ଥାଇଲାଣ୍ଡକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଲେ ପ୍ରଧାନମନ୍ତ୍ରୀ
ବିମ୍ସଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବିଦେଶ ମନ୍ତ୍ରୀମାନେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିତ ଭାବେ ସାକ୍ଷାତ କରିଛନ୍ତି ।
ଯୋଗାଯୋଗ, ଶକ୍ତି, ବାଣିଜ୍ୟ, ସ୍ୱାସ୍ଥ୍ୟ, କୃଷି, ବିଜ୍ଞାନ, ନିରାପତ୍ତା ଏବଂ ନାଗରିକ ସମ୍ପର୍କ ସମେତ ବିଭିନ୍ନ କ୍ଷେତ୍ରରେ ଆଞ୍ଚଳିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗୋଷ୍ଠୀ ସହିତ ଫଳପ୍ରଦ ଆଲୋଚନା କରିଥିଲେ । ଆର୍ଥିକ ଓ ସାମାଜିକ ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିମ୍ସଟେକ୍ ର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ସେ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ, ସ୍ଥିର ଓ ସୁରକ୍ଷିତ ବିମ୍ସଟେକ୍ ଅଞ୍ଚଳ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏଥିସହିତ ଭାରତର ପଡ଼ୋଶୀ ପ୍ରଥମ ଓ ଲୁକ୍ ଇଷ୍ଟ ନୀତି ତଥା ଏହି ଅଞ୍ଚଳରେ ସମସ୍ତଙ୍କ ନିରାପତ୍ତା ଓ ଅଭିବୃଦ୍ଧି ପାଇଁ ସାଗର ସଂକଳ୍ପ ଉପରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ପ୍ରଧାନମନ୍ତ୍ରୀ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ବିମ୍ସଟେକ୍ ଶିଖର ସମ୍ମିଳନୀ ପାଇଁ ଥାଇଲାଣ୍ଡକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ପ୍ରକାଶ କରିଥିଲେ ।