ଗୋତୋମୁଣ୍ଡା ଠାରେ ବିଜେଡିର ବିଶାଳ ସମାବେଶ

କୋକସରା : କଳାହାଣ୍ଡି ସାଂସଦୀୟ କ୍ଷେତ୍ରକୁ ନିର୍ବାଚନୀ ପ୍ରଚାରରେ ଆସି ବିଜେଡି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତଥା ‘୫-ଟି’ ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ଶନିବାର ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋକସରା ବ୍ଲକର ଗୋତମୁଣ୍ଡାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଶ୍ରୀ ପାଣ୍ଡିଆନ ବିକାଶ ପ୍ରସଙ୍ଗରେ ବିରୋଧୀ ଦଳକୁ ସିଧା ଟାର୍ଗେଟ୍ କରିଛନ୍ତି। ନବୀନ ସରକାର ମାତ୍ର ଦୁଇ ସପ୍ତାହ ମଧ୍ୟରେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିଥିବାବେଳେ ସେମାନଙ୍କ ପୁରୁଣା ଗ୍ୟାରେଣ୍ଟି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି।

ସ୍କୁଲର ରୂପାନ୍ତରିତ, ଗାଁ ଗାଁକୁ ଲକ୍ଷ୍ମୀ ବସ ଚାଲିବା ସହ ମନ୍ଦିର, ମସଜିଦ, ଗିର୍ଜା ଓ ସମସ୍ତ ଧର୍ମପୀଠ ରୂପାନ୍ତରିତ ହୋଇଛି। ଶିକ୍ଷା, କୃଷି, ଗମନାଗମନ, ପାନୀୟଜଳ, ସ୍ବାସ୍ଥ୍ୟ, କୃଷି, ଜୀବନଜୀବିକା ଆଦି ପ୍ରତ୍ୟକ କ୍ଷେତ୍ରରେ ଓଡ଼ିଶା ଆଗେଇଛି। ମୁଖ୍ୟମନ୍ତ୍ରୀଙ୍କ ଯୋଗୁଁ ଓଡ଼ିଶାରେ ବିକାଶ ଆଗେଇଛି। ଆପଣ ଯାହା ମାଗିଥିଲେ ତାହା ମିଳିଛି। ଏଇଟା ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି। ଶଙ୍ଖ ଚିହ୍ନର ଗ୍ୟାରେଣ୍ଟି। ବିକାଶର ଚିହ୍ନ ହେଉଛି ଶଙ୍ଖ ଚିହ୍ନ। ଆପଣଙ୍କ ସମସ୍ୟାକୁ ଜଣେ ଲୋକ ଦୂର କରିପାରିବେ। ସିଏ ହେଉଛନ୍ତି ନବୀନ ପଟ୍ଟନାୟକ’’।
ଧର୍ମଗଡ଼ ମୋର ଜନ୍ମଭୂମି କହିଲେ ଅତ୍ୟୁକ୍ତି ହେବ ନାହିଁ, ଆପଣଙ୍କ ସେହି ୨୦ ବର୍ଷ ତଳର ଭଲ ପାଇବା ଆଜି ମଧ୍ୟ ମୋ ଉପରେ ଅଛି, ମୁଁ ଦେଖିଛି ଏହି ଗୋତମୁଣ୍ଡା ରାସ୍ତା ପଡ଼ିଆ ପରି ରହିଥିଲା, ଶଗଡ଼ ଗାଡି ଚାଲିବା ମଧ୍ୟ କଷ୍ଟକର ହୋଇଥିଲା। ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରାସ୍ତାକୁ ଚାରିଥାକିଆ ରାସ୍ତା କରି ଏଅଞ୍ଚଳର ଗମନାଗମନକୁ ସୁଗମ କରିଛନ୍ତି ବୋଲି କହିବା ସହ ଗତ ମେ’ ମାସରେ କଳାହାଣ୍ଡି ଗସ୍ତ ସମୟରେ ପାଇଥିବା ଆବେଦନପତ୍ର ଉପରେ ମୁଖ୍ୟମନ୍ତ୍ରୀ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାର ହିସାବ ମଧ୍ୟ ଦେଇଛନ୍ତି। ଏବଂ ବିଜେଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ପାଇଁ ଯୋଡ଼ି ଶଙ୍ଖରେ ଭୋଟ ଦେଇ ଜିତାଇବାକୁ ଆହ୍ବାନ ଦେଇଛନ୍ତି।