ଟ୍ବିଟ୍‌ରକୁ ହାତ ଯୋଡ଼ି ନିବେଦନ କଲେ ବିଗ୍‌ ବି ଅମିତାଭ ବଚ୍ଚନ

ନୂଆଦିଲ୍ଲୀ: ଗୁରୁବାର ଦିନ ‘ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ୍‌’ ‘ଟୁଇଟର୍‌’ ସମସ୍ତ ଆକାଉଣ୍ଟ୍‌ରୁ ‘ଲେଗାସି ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହଟାଇ ଦେଇଛି। ‘ଲେଗାସି ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହଟାଇ ଦିଆଯିବ ବୋଲି ଗତ ମାର୍ଚ ମାସରେ ‘ଟୁଇଟର୍‌’ ସୂଚନା ଦେଇଥିଲା। କିନ୍ତୁ, ‘ଟୁଇଟର୍‌ ବ୍ଲୁ’ ନିମନ୍ତେ ଦେୟ ପୈଠ କରୁଥିବା ‘ଟୁଇଟର୍‌’ ବ୍ୟବହାରକାରୀ ବ୍ୟକ୍ତିବିଶେଷଙ୍କର ‘ଭେରିଫାଏଡ୍‌ ବ୍ଲୁ ଚେକ୍‌ମାର୍କ’ ହଟା ଯାଇନାହିଁ।

ଦେୟ ନ ଦେଇଥିବାରୁ ଅଭିନେତା ଅମିତାଭ ବଚ୍ଚନ, ଶାହାରୁଖ୍‌ ଖାନ୍‌, ଆଲିଆ ଭଟ୍ଟ, ରାଜନେତା ଯୋଗୀ ଆଦିତ୍ୟନାଥ, ରାହୁଲ୍‌ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଅରବିନ୍ଦ କେଜ୍ରିୱାଲ୍‌ ଓ ମମତା ବାନାର୍ଜୀ, କ୍ରିକେଟ୍‌ର୍‌ ବିରାଟ ‌କୋହଲି ଓ ରୋହିତ ଶର୍ମା ଆଦି ଟୁଇଟର୍‌ ଆକାଉଣ୍ଟ୍‌ରୁ ‘ଭେରିଫାଏଡ୍‌ ବ୍ଲୁ ଟିକ୍‌’ ହରାଇଛନ୍ତି।

ତେବେ ବ୍ଲୁ ଟିକ୍‌କୁ ହରାଇବା ପରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କର ଏକ ଟ୍ବିଟ୍‌ ଏବେ ଖୁବ୍‌ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ସେ ହାତ ଯୋଡ଼ି ବ୍ଲୁ ଟିକ୍‌ ପାଇଁ ନିବେଦନ କରୁଥିବା ବେଳେ ଗୋଡ଼ ବି ଯୋଡ଼ିବାକୁ ପଡ଼ିବ କି ବୋଲି ପ୍ରଶ୍ନ କରିଛନ୍ତି।

ବଚ୍ଚନ ସାହେବ ନିଜ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟିବା ନେଇ ଏକ ମଜାଦାର୍‌ ଟ୍ବିଟ୍‌ କରି ଲେଖିଛନ୍ତି, ‘ଟ୍ବିଟର୍‌ ଭାଇ ଶୁଣୁଛ? ଏବେ ତ ଟଙ୍କା ବି ଭରି ସାରିଲିଣି। ମୋ ନା ପରେ ଯେଉଁ ନୀଳ କମଳ ଥିଲା ତାହାକୁ ଫେରସ୍ତ କରିଦିଅ। ଫଳରେ ଲୋକ ଜାଣିପାରିବେ ମୁଁ ହିଁ ଅମିତାଭ ବଚ୍ଚନ। ହାତ ‌ତ ଯୋଡ଼ି ସାରିଲିଣି। ଏବେ କ’ଣ ଗୋଡ଼ ଯୋଡ଼ିବାକୁ ପଡ଼ିବ କି?’ ବଚ୍ଚନ ସାହେବଙ୍କର ଏହି ଟ୍ବିଟ୍‌ ଏବେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେଉଛି।

Leave a Reply

Your email address will not be published. Required fields are marked *

You may have missed