ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ନିର୍ବାଚନ ସଭାପତି ହେଲେ ବିଭୁ ପ୍ରସାଦ ତ୍ରିପାଠୀ
ଭୁବନେଶ୍ୱର / ମାଲକାନଗିରି ପ୍ରବାହ ନ୍ୟୁଜ୍ : ଓଡ଼ିଶାର ଆଇନଜୀବୀ ମାନଙ୍କ ସର୍ବବୃହତ୍ ଓ ସର୍ବ-ପୁରାତନ ସଙ୍ଗଠନ, ନିଖିଳ ଓଡ଼ିଶା ଆଇନଜୀବୀ ସଂଘରସଭାପତି ଭାବେ ଆଇନଜୀବୀ ବିଭୁପ୍ରସାଦ ତ୍ରିପାଠୀ ନିର୍ବାଚିତ ହୋଇଛନ୍ତି । ମାଲକାନାଗିରିରେ ଆୟୋଜିତ ସଂଘର ୫୩ତମ ବାର୍ଷିକ ଅଧିବେଶନରେ, ରାଜ୍ୟର ପ୍ରତିଷ୍ଠିତ ଆଇନଜୀବୀ ତଥା ରାଜ୍ୟ ବାର୍ କାଉନସିଲର ସଦସ୍ୟ ଶ୍ରୀଯୁକ୍ତ ତ୍ରିପାଠୀ ଓ ରାଇରଙ୍ଗପୁର ବାରର ଆଇନଜୀବୀ ଶ୍ରୀଯୁକ୍ତ ସଂଜୀବ ମହାନ୍ତି, ଯଥାକ୍ରମେ ସଭାପତି ଓ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ନିର୍ବାଚନ ଅଧିକାରୀ ଗୁରୁ ପ୍ରସାଦ ମହାନ୍ତି ଘୋଷଣା କରିଛନ୍ତି। ଶ୍ରୀଯୁକ୍ତ ତ୍ରିପାଠୀ, ପୂର୍ବରୁ ଏହି ସଂଘର ସାଧାରଣ ସଂପାଦକ ଭାବେ୨ଥର ଦାୟିତ୍ୱ ନିର୍ବାହ କରିଛନ୍ତି । ସେହିଭଳିସଂଘର ଏହି କମିଟିକୁ୭୫ ଜଣ ଆଇନଜୀବୀ ଭିନ୍ନ ଭିନ୍ନ ପଦରେ ନିର୍ବାଚିତ ହୋଇଛନ୍ତି।
୨ବର୍ଷ ପାଇଁ ନିର୍ବାଚିତ ହୋଇଥିବା ସଭାପତି ଶ୍ରୀଯୁକ୍ତ ତ୍ରିପାଠୀ, ଓକିଲ ମାନଙ୍କ ସୁରକ୍ଷା ଆଇନ ଓ ଆଡଭକେଟ୍ଏକାଡେମୀ ପ୍ରତିଷ୍ଠା ,ରାଜ୍ୟରେ ଖାଲିପଡିଥିବା ଲୋକାୟୁକ୍ତ ଅଧ୍ୟକ୍ଷ ,ସଦସ୍ୟ ପଦ ଓ ଅନ୍ୟାନ୍ୟ କମିଶନ ଗୁଡିକରେ ଖାଲିପଡିଥିବା ପଦବୀ ଗୁଡିକ ରାଜ୍ୟସରକାର ତୁରନ୍ତ ପୁରାଣ କରିବା ସହିତ ଆଇନଜୀବୀ ମାନଙ୍କର ସ୍ୱାସ୍ଥ୍ୟ ବୀମା , ସାମାଜିକ ସୁରକ୍ଷାକୁ ପ୍ରାଥମିକତା ଦେବେବୋଲି ରାଜ୍ୟ ସରକାରଙ୍କୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି | ଆଗାମୀ ବର୍ଷ ଠାରୁ ସଂଘର ବାର୍ଷିକ ଅଧିବେଶନ, ଗୋଟିଏ ସ୍ଥାନରେ କରିବାକୁ ସେ ସମସ୍ତ ସଭ୍ୟମାନଙ୍କୁ ଅନୁରୋଧ କରିଛନ୍ତି।