ବିବା ଫେସନ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍ଏଚ୍ପି ଦାଖଲ
ଭୁବନେଶ୍ୱର: ବିବା ଫେସନ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି । କଂପାନି ପକ୍ଷରୁ ୯୦ କୋଟି ଟଙ୍କା ପର୍ଯ୍ୟନ୍ତ ସତେଜ ଇକ୍ୱିଟି ସେୟାର ଜାରି କରାଯିବ ଓ ପ୍ରମୋଟର ଅଂଶଧନକାରୀ ଓ ନିବେଶ ବିକ୍ରି କରୁଥିବା ଅଂଶଧନକାରୀମାନେ ୨୭,୭୬୨,୦୧୦ ଇକ୍ୱିଟି ସେୟାର ଜାରି କରିବେ । ଏଥିରୁ ଯେଉଁ ପାଣ୍ଠି ଯୋଗାଡ଼ ହେବ ତାହାକୁ କଂପାନି ହାସଲ କରିଥିବା ୭୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା ଓ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରିବାର ପ୍ରସ୍ତାବ ରହିଛି ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରଶ ହେଉଛନ୍ତି ଜେଏମ୍ ଫାଇନାନ୍ସିଆଲ୍ ଲିମିଟେଡ୍, ଆମ୍ବିଟ୍ ପ୍ରାଇଭେଟ୍ ଲିମିିଟେଡ୍, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍, ଇକ୍ୱିରସ୍ କାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ଓ ଏଚ୍ଏସ୍ବିସି ସିକ୍ୟୁରିଟିଜ୍ ଆଣ୍ଡ୍ କ୍ୟାପିଟାଲ୍ ମାର୍କେଟସ୍ (ଇଣ୍ଡିଆ) ପ୍ରାଇଭେଟ୍ ଲିମିଟେଡ୍ ।
ବିବା ଫେସନ ଲିମିଟେଡ୍ ହେଉଛି ଭାରତରେ ଏକ ମହିଳା କୈନ୍ଦ୍ରୀକ ଅଗ୍ରଣୀ ବ୍ରାଣ୍ଡ୍ । ୧୯୮୬ରେ ଆରମ୍ଭ ହୋଇଥିବା ଏହି କଂପାନିର ପ୍ରମୁଖ ବ୍ରାଣ୍ଡ୍ ହେଉଛି ବିବା ଯାହା ମହିଳାଙ୍କ ଭାରତୀୟ ପୋଷାକଙ୍କୁ ନେଇ ଏକ ନୂଆ ବର୍ଗ ସୃଷ୍ଟି କରିପାରିଛି । କଂପାନି ପକ୍ଷରୁ ବିବା ଓ ରଙ୍ଗ୍ରିତି ବ୍ରାଣ୍ଡ୍ ନାମରେ ଏହାର ଉତ୍ପାଦଗୁଡ଼ିକୁ ବିକ୍ରି କରୁଛି । ଏହି ଉତ୍ପାଦଗୁଡ଼ିକୁ ସ୍ୱତନ୍ତ୍ର ଭାବେ ଭାରତୀୟ ମହିଳାମାନଙ୍କ ଲାଗି ପ୍ରସ୍ତୁତ କରାଯାଇଛି ଓ ବିଭିନ୍ନ ମୂଲ୍ୟ ବର୍ଗରେ ଏହି ଉତ୍ପାଦଗୁଡ଼ିକୁ ପ୍ରଦାନ କରୁଛି ।