ଭୁବନେଶ୍ବର ମଣ୍ଡଳ ତରଫରୁ ଭିନ୍ନକ୍ଷମ ସ୍କୁଲକୁ ଭ୍ୟାନ ପ୍ରଦାନ


ଷ୍ଟେଟ ବ୍ୟାଙ୍କ ସାମାଜିକ ଦାୟିତ୍ଵପାଳନ ଅନ୍ତର୍ଗତ ସହିଦ ନଗର,ଭୁବନେଶ୍ବର ସ୍ଥିତ ଇନ୍ସଟିଟ୍ୟୁଟ ଫର ହେଲ୍ପିଙ୍ଗ ଡିଜାବଲ୍ଡ ନାମକ ଏକ ଭିନ୍ନକ୍ଷମ ବିଦ୍ୟାଳୟକୁ ସ୍କୁଲ ଭ୍ୟାନର ସହାୟତା ପ୍ରଦାନ କରାଯାଇଛି । ଏହି ସ୍କୁଲରେ ୭୫ ଜଣ ଭିନ୍ନ କ୍ଷମ ଛାତ୍ରଛାତ୍ରୀ ସ୍ଵତନ୍ତ୍ର ଶିକ୍ଷା ଓ ଚିକିତ୍ସା ଲାଭ କରୁଛନ୍ତି । ଭୁବନେଶ୍ବର ସ୍ଥିତ ସ୍ଥାନୀୟ ପ୍ରଧାନ କାର‌୍ୟ୍ୟାଳୟ ପ୍ରାଙ୍ଗଣରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦିନେଶ ପରୁଥୀ ସ୍କୁଲର ସଭାପତି ଡଃ ଶାନ୍ତନୁ କୁମାର ଆଚାର‌୍ୟ୍ୟଙ୍କୁ ଭ୍ୟାନର ଉକ୍ତ ଗାଡି ଟି ର ଚାବି ହସ୍ତାନ୍ତର କରିଥିଲେ । ଏହି କାର‌୍ୟ୍ୟକ୍ରମରେ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ମହା ପ୍ରବନ୍ଧକ (ନେଟୱର୍କ -୧ ) ଶ୍ରୀ ପୋନ୍ନମବଲମ ମୁରୂଗନ , ମଣ୍ଡଳ ବିକାଶ ଅଧିକାରୀ ଶ୍ରୀ ମନୋଜ କୁମାର ସିଂ ଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଉପସ୍ଥିତଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ଭାଗୀରଥୀ ପଣ୍ଡା ଷ୍ଟେଟ ବ୍ୟାଙ୍କର ଏହି ବଦାନ୍ୟତା ପାଇଁ ଧନ୍ୟବାଦ ଜଣାଇବା ସହ ସ୍କୁଲ ବସ୍ ସେମାନଙ୍କ ସେବାରେ ଗୁଣବତ୍ତା ଯୋଗାଇବ ବୋଲି ଆଶ୍ୱାସନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *