ଭାପୁର ମହୋତ୍ସବ ଉଦଘାଟିତ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସଂଗୀତରେ ଝୁମିଲେ ଦର୍ଶକ

ଭାପୁର : (12/1/3) (ନି ପ୍ର ): ନୟାଗଡ ଭାପୁର ଅଞ୍ଚଳ ଶାନ୍ତି ପ୍ରଗତି ମୈତ୍ରୀର ପୁର, ସ୍ୱାଭିମାନୀ ମୋ ଭାପୁର,ଗୌରବମୟ ଐତିହ୍ୟ, ଏବଂ ପାରମ୍ପରିକ ଲୋକକଳା ତଥା ସାମାଜିକ ଐକ୍ୟଭାବର ସୁଦୃଢୀକରଣ ବାର୍ତାର ମହକ ବାଣ୍ଟି ବୁଧବାର ଅପରାହ୍ନ 3ଟାରେ ଭାପୁର ମହୋତ୍ସବ ଉଦଘାଟିତ ହୋଇଥିଲା l ମହୋତ୍ସବର ମୁକ୍ତାକାଶ ମଣ୍ଡପରର କଳାକାରମାନେ ।ବିଭିନ୍ନ ନୃତ୍ୟ ପରିବେଷଣକରିଥିଲେ! ଓଡ଼ିଶାର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ସନ୍ଧ୍ୟାରେ ଦର୍ଶକଙ୍କ ମନରେ ଖୁସି ଭରି ଦେଇଥିଲା । ସ୍ବାଗତ ସଙ୍ଗୀତ ପରେ ଆରମ୍ଭ ହୋଇଥିଲା, ସାଧାରଣ ସଭା । ଏଥିରେ ମହୋତ୍ସବ କମିଟିର ଅଧ୍ୟକ୍ଷ୍ୟ ବେଣୁଧର ପ୍ରଧାନ ପୌରୋହିତ୍ୟ କରିଥିଲେ । ମୁଖ୍ୟଅତିଥି ସ୍ଥାନୀୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲପାଳ ଶ୍ରୀ ସୁବାସ ଚଦ୍ର ରାୟ,ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶକ୍ତିକାନ୍ତ ରାୟ ,ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅତିରିକ୍ତ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ରଞ୍ଜିତ କୁମାର ମଲ୍ଲିକ, ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ କାର୍ଯ୍ୟକ୍ରମରେ ବିଭିର୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭା ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ମହୋତ୍ସବ ତିନି ଦିନ ଧରି ଚାଲିବ ଏହି ମହୋତ୍ସବରେ ଆଜି ଓଡିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ହୁମାନ ସାଗର ଉଚ୍ଚ କୋଟିର ସଂଗୀତ ପରିବେଷଣ କରିଥିଲେ ଥଣ୍ଡା ପାଗ ସ୍ୱତେ ମହୋଉତ୍ସବ ଉତ୍ସବ ସ୍ତଳରେ ପାଖାପାଖି 5000 ହଜାର ଦର୍ଶକ ଉପସ୍ଥିତ ଥିଲେ l ଭିବିନ ପ୍ରକାର ର ଦୋକାନ ଓ ଫୁଡ ଗ୍ୟାଲେରୀ ସମସ୍ତଙ୍କୁ ଆକୃଷ୍ଟ କରିଥିଲା l ଭାପୁର ଓ ନୟାଗଡ ଜିଲ୍ଲା ର ସବୁ ଜାଗାରୁ ଦର୍ଶକ ଆସି ମହୋତ୍ସବ କୁ ଉପଭୋଗ କରିଥିଲେ l