ସ୍କାଉଟ୍‌ସ୍ ଓ ଗାଇଡ଼୍‌ସ୍ ସଂଗଠନ ଦ୍ୱାରାବେସିକ୍ ତାଲିମ ଶିବିର

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ଆନୁକୂଲ୍ୟରେ ବେସିକ୍ ତାଲିମ ଶିବିର ସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନ (ଉଚ୍ଚବିଦ୍ୟାଳୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ) ମାନଙ୍କ ପାଇଁ ଏକାଦିକ୍ରମେ ଦୁଇଗୋଟି ତାଲିମ ଶିବିର ରାଜ୍ୟ ମୁଖ୍ୟାଳୟରେ ତା୨୬.୦୬.୨୦୨୪ ରିଖ ଠାରୁ ୦୨.୦୭.୨୦୨୪ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଉକ୍ତ ଶିବିରରେ କଟକ, ଭୁବନେଶ୍ୱର, ଯାଜପୁର ଖୋର୍ଦ୍ଧା ଏବଂ ଶ୍ରୀ ଶ୍ରୀ ଜ୍ଞାନମନ୍ଦିରରୁ ୬୮ ଜଣ ସ୍କାଉଟ ମାଷ୍ଟର ଏବଂ ୫୫ ଜଣ ଗାଇଡ୍ କ୍ୟାପଟେନ ତାଲିମ ନେବାପାଇଁ ଯୋଗଦାନ କରିଛନ୍ତି । ତା୨୬ା୬ା୨୪ରିଖ ଦିନ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର ଉକ୍ତ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ତାଲିମ ନେବାକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟରେ ସ୍କାଉଟ ଓ ଗାଇଡ୍ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଭଲ ସୁନାଗରିକ ଭାବେ ଗଢ଼ିତୋଳିବା ସହିତ ସେମାନଙ୍କୁ ରାଜ୍ୟ ପୁରସ୍କାର ପାଇବା ଲାଗି ଠିକ୍ ଭାବେ ତିଆରି କରିବାକୁ ପରାମର୍ଶ ଦେଇଥିଲେ । 
ଏହି ଶିବିରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ, ଯୋଗ, ବୃକ୍ଷରୋପଣ ଆଦିର ତାଲିମ ମଧ୍ୟ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *