ସ୍କାଉଟ୍‌ସ୍ ଓ ଗାଇଡ଼୍‌ସ୍ ସଂଗଠନ ଦ୍ୱାରା ବେସିକ୍ ଏବଂ ଆଡଭାନ୍ସଡ ତାଲିମ ଶିବିର

ପ୍ରବାହ ନ୍ୟୁଜ୍ : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ଆନୁକୂଲ୍ୟରେ ବେସିକ୍ ଏବଂ ଆଡ୍‌ଭାନ୍ସଡ ସ୍କାଉଟ ମାଷ୍ଟର ତାଲିମ ଶିବିର (ଉଚ୍ଚବିଦ୍ୟାଳୟ ଶିକ୍ଷକ) ଏକାଦିକ୍ରମେ ଦୁଇ ଗୋଟି ତାଲିମ ଶିବିର ରାଜ୍ୟ ମୁଖ୍ୟାଳୟରେ ତା୨୩.୧୦.୨୦୨୫ ରିଖ ଠାରୁ ୨୯.୧୦.୨୦୨୫ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଉକ୍ତ ଶିବିରରେ ୧୨ ଗୋଟି ଜିଲ୍ଲାରୁ ବେସିକ୍ ଏବଂ ଆଡଭାନ୍ସଡ ତାଲିମ ପାଇଁ ମୋଟ ୯୪ ଜଣ ସ୍କାଉଟ ମାଷ୍ଟର ଯୋଗଦାନ କରିଛନ୍ତି । ତା୨୩ା୧୦ା୨୫ରିଖ ଦିନ ରାଜ୍ୟ ମୁଖ୍ୟ କମିଶନର ଡଃ. କାଳିପ୍ରସାଦ ମିଶ୍ର ଉକ୍ତ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ତାଲିମ ନେବାକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟରେ ସ୍କାଉଟ ଓ ଗାଇଡ୍ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଭଲ ସୁନାଗରିକ ଭାବେ ଗଢ଼ିତୋଳିବା ପାଇଁ ପରାମର୍ଶ ଦେଇଥିଲେ । 

ଏହି ଶିବିରରେ ପେଟ୍ରୋଲ୍ ଏକ୍ସପେଡିସନ, ନେଚର ରାମ୍ବଲିଙ୍ଗ୍‌, ଆଉଟ ଡୋର ଆକ୍ଟିଭିଟିଜ୍‌, ମ୍ୟାପିଙ୍ଗ, କମ୍ପାସ୍‌, ଇଷ୍ଟିମେସନ, କ୍ୟାମ୍ପକ୍ରାଫ୍ଟ ଏବଂ ପ୍ରାଥମିକ ଚିକିତ୍ସା ଆଦିର ତାଲିମ ବରିଷ୍ଠ ତାଲିମ ଦାତା ମାନଙ୍କ ଦ୍ୱାରା ଦିଆଯାଉଅଛି ।

Leave a Reply

Your email address will not be published. Required fields are marked *