+୨ ପରୀକ୍ଷାରେ ବାରିପଦାର ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଭୁତପୁର୍ବ ସଫଳତା 

0
b6a64af5-f96f-4d1b-9ee9-36dac92c9dfb

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପ୍ରକାଶିତ +୨ ବିଜ୍ଞାନ ଓ କଳା ପରୀକ୍ଷାରେ ରେ ବାରିପଦାର ବଡ ବ୍ରାହ୍ମଣମରାସ୍ଥିତ ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଭୁତପୁର୍ବ ସଫଳତା ହାସଲ କରି ବିଦ୍ୟାଳୟକୁ ଗୌରବାନ୍ୱିତ କରିଛନ୍ତି | ସବୁବର୍ଷ ପରି ଏହି ବର୍ଷ ମଧ୍ୟ ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶତ ପ୍ରତିଶତ ସଫଳତା ହାସଲ କରି +୨ ଶିକ୍ଷାକ୍ଷେତ୍ରରେ ମୟୁରଭଞ୍ଜ ଜିଲ୍ଲା ତଥା ଓଡିଶାରେ ନିଜର ଉତ୍କର୍ଷ ପ୍ରତିପାଦିତ କରିଛି |

+୨ ବିଜ୍ଞାନରେ ୧୯୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୭୮ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ, ୧୦ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ବେଳେ ୫୩ ଜଣ ଛାତ୍ରଛାତ୍ରୀ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି | ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ ଯଥା ରଶ୍ମୀରେଖା ଦାଶ ୫୭୦ (୯୫%), (10th -୮୪%), ପ୍ରିନ୍ସ ପ୍ରିୟା ମହାନ୍ତ ୫୬୮ (୯୪. ୬୬%) (10th – ୮୪%), ଭାଗ୍ୟସ୍ମିତା ଦେଓ ୫୬୬ (୯୪. ୩୩%) (10th – ୯୦%), ଆଶୁତୋଷ ବେହେରା ୫୬୦ (୯୩. ୩୩%) (10th – ୭୦%), ଶୁଭେନ୍ଦୁ କୁମାର ମହାନ୍ତ ୫୫୭ (୯୨. ୮୩%) (10th – ୯୨%), ନନ୍ଦିତା ପ୍ରଭା ସାହୁ ୫୫୭ (୯୨. ୮୩%) (10th – ୮୩%), ମଦନ ମୋହନ ଗିରି ୫୫୫ (୯୨. ୫%) (10th – ୯୨%), ରଶ୍ମିତା ଦାସ ୫୫୩ (୯୨. ୧୬%) (10th – ୭୪%), ଲୋକନାଥ ସାହୁ ୫୫୩ (୯୨. ୧୬%) (10th – ୭୪%), ଉଜ୍ଜୟିନୀ ଘୋଷ ୫୪୧ (୯୦. ୧୬%) (10th – ୮୨%) ମାର୍କ ରଖି ଶିକ୍ଷାନୁଷ୍ଠାନର ଗୌରବ ତଥା ସମ୍ମାନ ବୃଦ୍ଧି କରିବାରେ ସହାୟକ ହୋଇଛନ୍ତି | +୨ କଳାରେ ୧୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୧ ଜଣ ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ଜଣେ ଦ୍ଵିତୀୟ ଶ୍ରେଣୀରେ ଜଣେ ପାସ କରିଛନ୍ତି | ରାକେଶ ଶ ୮୨. ୬୬% (10th – ୫୬%), ସୋନାଲି ବିଦ ୮୦% (10th – ୬୨%) ଏବଂ ରାକେଶ କୁମାର ସାହୁ ୭୬% (10th – ୬୨%) ନମ୍ବର ରଖି ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି |

+୨ ପରୀକ୍ଷାରେ ଏହି ରେକର୍ଡ ସଫଳତା ପାଇଁ ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନିର୍ଦେଶକ ଅମୀୟ ଶଙ୍କର ସାହୁ, ଅଧ୍ୟକ୍ଷ ରାଜୀବ ଲୋଚନ ପଟ୍ଟନାୟକ ଓ ଉପାଧ୍ୟକ୍ଷ ଜ୍ୟୋତି ଶଙ୍କର ମିଶ୍ର ସମସ୍ତ କୃତୀ ଛାତ୍ରଛାତ୍ରୀ, ଅଭିଭାବକବୃନ୍ଦ , ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀମାନଙ୍କୁ ସେମାନଙ୍କର ନିଷ୍ଠାପର ଉଦ୍ୟମ ପାଇଁ ଧନ୍ୟବାଦ ଜଣେଇବା ସହିତ ବିଦ୍ୟାଳୟର ସର୍ବୋତ୍କୃଷ୍ଟ ଶିକ୍ଷାଦାନ ପଦ୍ଧତି, ଛାତ୍ରଛାତ୍ରୀମାନଙ୍କ ଶୃଙ୍ଖଳା, ଉନ୍ନତ ମାନର ଶୈକ୍ଷିକ ପରିବେଶ ଏବଂ ସନ୍ତୁଳିତ ଖାଦ୍ୟ ବ୍ୟବସ୍ଥା ଏହି ଉଲ୍ଲେଖନୀୟ ସଫଳତା ପାଇଁ ଦାୟୀ ବୋଲି ମତପ୍ରକାଶ କରିଛନ୍ତି | ସାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏହି ଉଚ୍ଚକୋଟୀର ଫଳାଫଳ ପାଇଁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମହଲରେ ଆନନ୍ଦ ଓ ଉତ୍ସାହ ଭରି ଯାଇଛି |

Leave a Reply

Your email address will not be published. Required fields are marked *