ଷ୍ଟେଟ ବ୍ୟାଙ୍କ ବାରିପଦା ସିଟି ଶାଖା ଉଦ୍‌ଘାଟିତ

ବାରିପଦା (ପ୍ରବାହ ନ୍ୟୁଜ୍) : ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ନୂତନ ଶାଖା ବାରିପଦା ସ୍ଥିତ ୱାର୍ଡ ନଂ ୧୫ ବାଘଡା ରୋଡ ଠାରେ ଶ୍ରୀ ଦିନେଶ ପରୁଥି , ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ଏମ ପୋନ୍ନମବଲମ ମହା ପ୍ରବନ୍ଧକ , ଶ୍ରୀ ଶୈଲେଶ କୁମାର ସିହ୍ନା ଉପ-ମହାପ୍ରବନ୍ଧକ ବାଲେଶ୍ଵର ଅଞ୍ଚଳ , ଶ୍ରୀ ଜଗନ୍ନାଥ ଶ୍ରୀଚନ୍ଦନ ନାୟକ କ୍ଷେତ୍ରୀୟ ପ୍ରବନ୍ଧକ ଆଦି ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହି ବାରିପଦା ସିଟି ଶାଖା ମୟୂରଭଞ୍ଜ ଜିଲ୍ଲାରେ ଷ୍ଟେଟ ବ୍ୟାଙ୍କର ୩୩ ତମ ଶାଖା ଅଟେ । ଏହି ଅବସରରେ ଏଭରେଷ୍ଟ ପର୍ବତାରୋହୀ ଓ ଅବସର ପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଶ୍ରୀ ପ୍ରସନ୍ନ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *