ବରଷା ଆସିଲା

ବରଷା ଆସିଲା ଧରଣୀ ହସିଲା
ହସିଲାତ ଚାଷୀ ଭାଇ
ଖରା ବରଷାକୁ ଖାତିରି ନକରି
କାମ କରେ ଆମ ପାଇଁ ।
ବିଲବାଡ଼ି ସବୁ ପାଣି ଦେଖାଗଲା
ହସିଲା ବେଙ୍ଗୁଲି ରାଣୀ
ଗାଆଁ ଲୋକେ ଆମ ଖୁସି ହୋଇଗଲେ
ଏଇ କଥା ଜାଣି ଜାଣି ।
ଗାଡ଼ିଆ ପୋଖରୀ ଉଛୁଳି ଉଠିଲା
ମାଛଙ୍କର ହେଲା ସଭା
ମୁଖିଆ କହିଲା ଏଇ ବେଳେ ଆମେ
ସଚେତନ ଟିକେ ହବା ।
ବେଶି ଡିଆଁଡିଇଁ କରିଲେ ଆମକୁ
ମଣିଷ ଖାଇବ ମାରି
ଆୟୁଷ ସରିବା ଆଗରୁ ସଭିଏଁ
ଚାଲିଯିବା ଆର ପାରି ।
ବରଷା ଆସୁଛି ଆସିବ ଏମିତି
ଜଗତେ ସାଧିବ ହିତ
ଏଇ ବରଷାକୁ କରିବା ସ୍ୱାଗତ
ହେବାନାହିଁ ଭୟଭୀତ ।
ଜୟନ୍ତ କୁମାର ମଲ୍ଲିକ୍
ଶୂରଡିହ,ନନ୍ଦିପୁର, ଦଶରଥପୁର, ଯାଜପୁର
ମୋ:~୯୪୩୭୮୬୫୭୨୭