ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ୱାରା ବ୍ୟାଙ୍କ୍ ଦିବସ ପାଳିତ

ଭୁବନେଶ୍ୱର ୧/୭/୨୨: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଭୁବନେଶ୍ୱର ମଣ୍ଡଳ ଦ୍ୱାରା 66 ତମ ବ୍ୟାଙ୍କ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ମହାପ୍ରବନ୍ଧକ ଭାବେ ଶ୍ରୀ ଚନ୍ଦ୍ର ଶେଖର ଶର୍ମା ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟରେ ଏକ ବାଲୁକା କଳା ଉନ୍ମୋଚନ କରିଥିଲେ । ଷ୍ଟେଟ୍ ବ୍ୟାଙ୍କ୍ ମୁଖ୍ୟ କାର୍ଯ୍ୟାଳୟ ଦ୍ୱାରା ଏହାର କର୍ମଚାରୀ ବର୍ଗଙ୍କ ପାଇଁ ଏକ ରଙ୍ଗାରଙ୍ଗ ସପରିବାର ମିଳନ ଉସ୍ତବ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ହୋଇଥିଲା ।

ସଙ୍କୃତିକ କାର୍ଯକ୍ରମ ପୂର୍ବରୁ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଶର୍ମା ବ୍ୟଙ୍କକୁ ଉନ୍ନତିର ଏହି ଶିଖରରେ ପହଁଚାଇ ଥିବା କର୍ମଚାରୀ ଓ ସମସ୍ତ ପରିବାରବର୍ଗ ମାନଙ୍କୁ ତାଙ୍କ ଆପ୍ରାଣ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ଓ ନିଜର ଭଲ କାମ ବଜାୟ ରଖି ଗ୍ରାହକଙ୍କୁ ଉନ୍ନତମାନର ସେବା ତଥା ରାଜ୍ୟରେ ନିଜର ଅଗ୍ରଣୀ ସ୍ଥାନ ବଜାୟ ରଖିବା ପାଇଁ ଆୱାନ ଦେଇଥିଲେ । ଭୁବନେଶ୍ୱର ର ଆକୃତି ଦ୍ୟାନ୍ସ ଗ୍ରୁପ ଦ୍ୱାରା ବିଭିନ୍ନ ସଂକୃତିକ ଓ ସମ୍ବଲପୁରୀ ଲୋକନୃତ୍ୟ ତଥା ଓଲିଉଡ କଣ୍ଠଶଳ୍ପୀଙ୍କ ଦ୍ୱାରା ସଙ୍ଗୀତ କାର୍ଯକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *