ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ବମିଖାଲ ଶାଖା ଉଦ୍‍ଘାଟିତ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଭୁବନେଶ୍ୱରର ପୁରୀ-କଟକ ରୋଡ୍‌ସ୍ଥିତ ବମିଖାଲ ଶାଖାକୁ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦେର ଶେଖର ଶର୍ମା ଉଦ୍‌ଘାଟନ କରିଛନ୍ତି । ଏହି ନୂତନ ଶାଖା ପକ୍ଷରୁ ଗ୍ରାହକମାନଙ୍କୁ ଉତ୍ତମ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଦିଆଯିବ ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ।

ଏହି ଅବସରରେ ବ୍ୟାଙ୍କର ମହାପ୍ରବନ୍ଧ ପୁନମ୍‌ବାଲାମ୍ ମୁରୁଗାନ୍‌, ଉପ-ମହାପ୍ରବନ୍ଧକ ସଞ୍ଜୟ କୁମାର ଝା, ଉପ-ମହାପ୍ରବନ୍ଧକ ମନୋଜ କୁମାର ସିଂ, ଆଞ୍ଚଳିକ ପ୍ରବନ୍ଧକ ରାଜେନ୍ଦ୍ର ନାରାୟଣ ସାହୁ, ଏସ୍‌ବିଆଇଓଏର ସାଧାରଣ ସମ୍ପାଦକ ଅରୁଣ କୁମାର
ବିଶୋୟୀ, ଏସ୍‌ବିଆଇଏସ୍‌ଏର ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପଣ୍ଡା, ବମିଖାଲ ଶାଖାର ଶାଖା ପ୍ରବନ୍ଧକ ହିମାଂଶୁ ଭୂଷଣ ସାହୁ, ଝାରପଡା
କର୍ପୋରେଟର ଶ୍ରୀଧର ଜେନା, ବମିଖାଲ କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର, ଷ୍ଟେଟ୍ କୋ-ଅପରେଟିଭ ୟୁନିୟନ୍‌ର ସଭାପତି ପ୍ରଭାସିନି
ଷଡଙ୍ଗୀ, ଝାରପଡା ପୂଜା କମିଟିର ପ୍ରେସିଡେଣ୍ଟ ଶିଖର ଚନ୍ଦ୍ର ଜେନା, ଝାରପଡା ପୂଜା କମିଟିର ସେକ୍ରେଟାରୀ ଧରଣୀଧର ଜେନା ଏବଂ ବମିଖାଲ ଦୂର୍ଗା ପୂଜା କମିଟିର ପ୍ରେସିଡେଣ୍ଟ ପ୍ରକାଶ ଚନ୍ଦ୍ର ଜେନାଙ୍କ ସମେତ ବ୍ୟାଙ୍କର ସମସ୍ତ କର୍ମଚାରୀ ଓ ଗ୍ରାହକମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *