ସାମ୍ବାଦିକଙ୍କୁ ସେବାୟତଙ୍କ ଆକ୍ରମଣ ଘଟଣାରେ ବଡ଼ବିଲ ପ୍ରେସ୍ କ୍ଲବର ପ୍ରତିବାଦ ସଭା
ବଡ଼ବିଲ (୨୧.୦୬.୨୦୨୩): ବିଶ୍ୱ ପ୍ରଶିଦ୍ଧ ପୁରୀ ରଥଯାତ୍ରାରେ ୨ଜଣ ସାମ୍ବାଦିକ ଖବର ସଂଗ୍ରହ କରୁଥିବା ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ୨ଜଣ ସେବାୟତ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦରେ ଆଜି ବଡ଼ବିଲ ପ୍ରେସ୍ କ୍ଲବ୍ ତରଫରୁ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଅଛି । ଏହି ସଭାରେ ଉପ-ସଭାପତି ଚିତ୍ତରଂଜନ କର, ସମ୍ପାଦକ ମଧୁସୁଦନ ସାହୁ, ଉପଦେଷ୍ଟା ନିର୍ମଳ କୁମାର ପତି, ସଦସ୍ୟ ଦେବପ୍ରିୟ ରଣା, ଅଶୋକ କୁମାର ମହାନ୍ତ, ଧରଣୀଧର ମହାନ୍ତ, ଡିମ୍ପଲ ସାଣ୍ଡିଲ ଏବଂ ରାକେଶ ବାଗ ପ୍ରମୁଖ ଉପସ୍ଥିତ ଥିବାବେଳେ ଗତ କାଲି ଘଟିଥିବା ପୁରୀ ଘଟଣାକୁ ତିବ୍ର ନିନ୍ଦା କରାଯିବା ସହ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରାଯିବା ନେଇ ସମ୍ପାଦକ ମଧୁସୁଦନ ସାହୁ ଦାବି କରିଥିଲେ ।
ପ୍ରକାଶ ଥାଉକି ଗତ ୨୦ ଜୁନ୍ ପୁରୀ ରଥଯାତ୍ରା ସମୟରେ ନୁ୍ୟଜ ୭ ର ୨ଜଣ ଜଣ ସାମ୍ବାଦିକ ଖବର ସଂଗ୍ରହ କରୁଥିବା ସମୟରେ କିଛି ବଙ୍ଗୀୟ ପର୍ଯ୍ୟଟକ ବିନା ପାସରେ ସେବାୟତଙ୍କୁ ଟଙ୍କା ଦେଇ ରଥ ଆଉଟଡୋର କର୍ଡନ ନିକଟରେ ହୋଇଥିବା ଅସ୍ଥାୟୀ ଟେଣ୍ଟ ରେ ବସିଥିବା ଖବର ପାଇଥିଲେ । ଏନେଇ ଉକ୍ତ ସାମ୍ବାଦିକ ଦ୍ୱୟ ଏହା ଉପରେ ଭିଜୁଏଲ ନେଉଥିବା ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ୨ଜଣ ସେବାୟତ ମାଧବ ମହାପାତ୍ର ଏବଂ ମାଧବ ପୂଜାପଣ୍ଡା ତାଙ୍କୁ ଆକ୍ରମଣ କରିଥିଲେ । ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହିତ ଏ ବିଷୟରେ ଖବର ପ୍ରସାରଣ ହେଲେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ତେବେ ଏନେଇ ପୁରୀ ସାମ୍ବାଦିକ ସଂଘ ପକ୍ଷରୁ ଘଟଣାର ନିନ୍ଦା କରିବା ସହିତ ସିଂହଦ୍ୱାର ଥାନାରେ ଏତଲା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରନ୍ତୁ ତଥା ଆକ୍ରମଣକାରୀଙ୍କ ବିରୁଦ୍ଧରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁବୋଲି ସଂଘ ଦାବି କରିଛି ।