କିସରେ ଆଜାଦୀ କା ଅମୃତ ମହୋତ୍ସବ

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପୀ ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ହର୍‍ ଘର୍‍ ତିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ୧୪ ତାରିଖରେ ବିଶ୍ୱର ସର୍ବ ବୃହତ ଜନଜାତି ଶିକ୍ଷାନୁଷ୍ଠାନ କିସ୍‍ର ୩୦ ହଜାର ଛାତ୍ରଛାତ୍ରୀ ଏକତ୍ରିତ ଭାବେ ଅତି ଆତ୍ମୀୟତାର ସହ ତ୍ରିରଙ୍ଗା ଉଡ଼ାଇ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିଥିଲେ । ପିଲାମାନେ ତ୍ରିରଙ୍ଗା ଉଡ଼ାଇବା ସହ ସମୂହ ଦେଶାତ୍ମବୋଧକ ଓ ଜାତୀୟ ସଂଗୀତ ଗାନ କରିଥିଲେ ।

କିସ୍‍ ପରିସରରେ ହର୍‍ ଘର ତିରଙ୍ଗା କାର୍ଯ୍ୟକ୍ରମ ଅବସରରେ ଏକ ଅନନ୍ୟ ପରିବେଶ ସୃଷ୍ଟି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦେଶର ଉଚ୍ଚାୟୁକ୍ତ ଓ ରାଷ୍ଟ୍ରଦୂତଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିମାନେ ଦୀର୍ଘ ୭୫ବର୍ଷ ପୂର୍ବେ ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ ସହ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସତ୍ୟମାର୍ଗ ଅନୁସରଣରେ କିପରି ବ୍ରିଟିଶ ହାତରୁ ଭାରତ ସ୍ୱାଧୀନ ହୋଇଥିଲା, ଏହି ଗୌରବ ଗାଥାର ସ୍ମୃତିଚାରଣ କରିଥିଲେ । ମହାତ୍ମା ଗାନ୍ଧୀ ଶିକ୍ଷା ମାଧ୍ୟମରେ ଜନଜାତିଙ୍କ ବିକାଶ ନେଇ ସେତେବେଳେ ଯେଉଁ ସ୍ୱପ୍ନ ଦେଖିଥିଲେ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦୀର୍ଘ ୩୦ ବର୍ଷ ପୂର୍ବରୁ କିସ୍‍ ଜରିଆରେ ଲକ୍ଷାଧିକ ଜନଜାତି ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍‍ କରି ସେହି ସ୍ୱପ୍ନକୁ ସାକାର କରିପାରିଥିବାରୁ ଅତିଥିମାନେ ଏହାର ଭୂୟସୀ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *