ଆକ୍ସିସ୍ ବ୍ୟାଙ୍କ୍ ସପର୍ସ ଷ୍ଟପ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ଅଗ୍ରଣୀ ଫେସନ୍ ସ୍ଥଳ ସପର୍ସ ଷ୍ଟପ୍‌ସ ସହଯୋଗିତାରେ କୋ ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଆକ୍ସିସ୍ ବ୍ୟାଙ୍କ ସପର୍ସ ଷ୍ଟପ୍ କ୍ରେଡିଟ୍ କାର୍ଡର ଶୁଭାରମ୍ଭ କରାଯାଇଛି । ଏହି ସହଯୋଗିତା କାର୍ଡଧାରୀମାନଙ୍କୁ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍ ସପିଙ୍ଗରେ ସମୃଦ୍ଧ ଅନୁଭୂତି ପ୍ରଦାନ କରିବ ।
ଆକ୍ସିସ୍ ବ୍ୟାଙ୍କ ସପର୍ସ ଷ୍ଟପ୍ କ୍ରେଡିଟ୍ କାର୍ଡ ସହ ଆକ୍ସିସ୍ ବ୍ୟାଙ୍କର କ୍ରେଡିଟ୍ କାର୍ଡ ପୋର୍ଟଫୋଲିଓ ଓମ୍‌ନିଚ୍ୟାନେଲ୍ ସପିଙ୍ଗ କ୍ଷେତ୍ରକୁ ସମ୍ପ୍ରସାରିତ ହୋଇଛି । ଏହି ସହଯୋଗିତା ଆକ୍ସିସ୍ ବ୍ୟାଙ୍କର ଅଭିନବ ଆର୍ଥିକ ସମାଧାନ, ବ୍ୟାପକ ଶାଖା ନେଟ୍‌ୱର୍କ ଓ ଭୌଗୋଳିକ ଉପସ୍ଥିତି ଏବଂ ସପର୍ସ ଷ୍ଟପ୍‌ସର ଦୃଢ଼ ନେଟ୍‌ୱର୍କ ଏବଂ ୯.୮ ନିୟୁତ ଫାଷ୍ଟ୍ ସିଟିଜେନ୍ କ୍ଲବ୍ ସଦସ୍ୟମାନଙ୍କୁ ବ୍ୟବହାର କରିବ ।
ଏହି କୋ ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡରେ ଇନ୍ଧନ ସରଚାର୍ଜ ଛାଡ଼, ଡାଇନିଂ ଅନୁଭୂତି ଭଳି ଶିଳ୍ପର ଅନେକ ଶ୍ରେଷ୍ଠ ସୁବିଧା ପ୍ରଦାନ କରିବ । ଏଥିରେ ମାଗଣାରେ ସପର୍ସ ଷ୍ଟପ୍ ଫାଷ୍ଟ ସିଟିଜେନ୍ କ୍ଲବ୍ ଗୋଲ୍‌ଡେନ୍ ଗ୍ଲୋ ସଦସ୍ୟତା ମିଳିବ । ମୁମ୍ବାଇର ମଲାଡରେ ଥିବା ସପର୍ସ ଷ୍ଟପ୍ ଷ୍ଟୋର୍‌ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍‌-ରିଟେଲ୍ ଆସେଟ୍‌ସ, ପେମେଂଟ୍‌ସ ଆଣ୍ଡ୍ ଆଫ୍ଲୁଏଂଟ୍ ବ୍ୟାଙ୍କିଙ୍ଗ ଅର୍ଜୁନ ଚୌଧୁରୀ ଏବଂ ସପର୍ସ ଷ୍ଟପ୍‌ର କଷ୍ଟମର କେୟାର ଆସୋସିଏଟ୍ ଓ ମୁଖ୍ୟ ବିତ ଅଧିକାରୀ ଶ୍ରୀ କରୁଣାକରନ ଏମ୍ ନୂତନ କୋ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡକୁ ଉନ୍ମୋଚନ କରିଛନ୍ତି ।
ଆକ୍ସିସ ବ୍ୟାଙ୍କର କାର୍ଡ ଏବଂ ପେମେଂଟ୍‌ର ସଭାପତି ତଥା ମୁଖ୍ୟ ସଞ୍ଜୀବ ମୋଘେ କହିଛନ୍ତି ଯେ, “ଆକ୍ସିସ ବ୍ୟାଙ୍କରେ ଆମର ଏକ ସମ୍ପୂର୍ଣ୍ଣ ସୁଇଟ୍ କ୍ରେଡିଟ୍ କାର୍ଡ ପୋର୍ଟଫୋଲିଓ ରହିଛି ଏବଂ ଆମେ ସ୍ମାର୍ଟ ଏବଂ ଅନନ୍ୟ ପ୍ରଡକ୍ଟ ପ୍ରସ୍ତାବ ପ୍ରଦାନ କରିବା ପାଇଁ ନିରନ୍ତର ଅଭିନବ କାର୍ଯ୍ୟ କରୁଛୁ । ନୂତନ ଗ୍ରାହକ କ୍ଷେତ୍ରଗୁଡ଼ିକୁ ହାସଲ କରିବା ଏବଂ ସେମାନଙ୍କର ବିକଶିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆମେ ଆମର ସହଯୋଗିତା ନେତୃତ୍ୱାଧୀନ ମଡେଲକୁ ନିର୍ମାଣ କରିବା ଜାରି ରଖିଛୁ । ଏହି ପ୍ରୟାସରେ ଆମେ ସପର୍ସ ଷ୍ଟପ୍ ନାମକ ଏକ ବ୍ରାଣ୍ଡ ସହିତ ସହଯୋଗିତା ସ୍ଥାପନ କରି ଆନନ୍ଦିତ ଯାହା ଆମର ମୂଲ୍ୟବୋଧ ଅଂଶୀଦାର ଏବଂ ଗ୍ରାହକଅନୁଭୂତି ଉପରେ ଧ୍ୟାନ ଦେଉଛି । ଏହି ସହଯୋଗିତା ଆକ୍ସିସ୍ ବ୍ୟାଙ୍କକୁ ବଢୁଥିବା ଖୁଚୁରା ଉପଭୋକ୍ତା କ୍ଷେତ୍ରରେ ଅଧିକ ଉପଯୋଗ କରିବା ଏବଂ ସର୍ବୋତମ ଦେୟ ପ୍ରସ୍ତାବ ସେବା ପ୍ରଦାନ କରିବାର ସୁଯୋଗ ପ୍ରଦାନ କରିବ ।’’
ସପର୍ସ ଷ୍ଟପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ, କଷ୍ଟମର କେୟାର ଆସୋସିଏଟ୍ କବିନ୍ଦ୍ର ମିଶ୍ର କହିଛନ୍ତି ଯେ, “ସପର୍ସ ଷ୍ଟପ୍‌ରେ ଆମେ ପ୍ରତ୍ୟେକ ସପିଂକୁ ଏକ ଆନନ୍ଦଦାୟକ ଅନୁଭୂତିରେ ପରିଣତ କରିବା ଉପରେ ଦୃଢ଼ ବିଶ୍ୱାସ କରୁଛୁ । ଗ୍ରାହକମାନଙ୍କୁ ଏକ ଅତୁଳନୀୟ ସପିଂ ଅନୁଭୂତି ପ୍ରଦାନ କରିବାକୁ ସପର୍ସ ଷ୍ଟପ୍‌ରେ ଆମେ ଧ୍ୟାନ ଦେଉଛୁ ଯାହା ଉତମ ସପିଂ ଅନୁଭୂତି ପ୍ରଦାନ କରିବାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆକ୍ସିସ ବ୍ୟାଙ୍କ ସହିତ ଏହି ସହଯୋଗିତା ଶିଳ୍ପର ଦୁଇ ଅଗ୍ରଣୀ ସଂସ୍ଥାର ପ୍ରତିନିଧିତ୍ୱ କରୁଛି ଯେଉଁମାନେ ସଚ୍ଚୋଟତା, ଅଭିନବତା ଏବଂ ଗ୍ରାହକ କୈନ୍ଦ୍ରୀକ ଭଳି ସମାନ ମୂଲ୍ୟବୋଧ ଅଂଶୀଦାର ଅଟନ୍ତି । ଏହି ସହଯୋଗିତା ସହିତ ଆମେ ଆମର ମୂଲ୍ୟବାନ ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ରିୱାର୍ଡ ସୁବିଧା ଏବଂ ବ୍ୟାଙ୍କିଙ୍ଗସେବାର ଏକ ନିରବଚ୍ଛିନ୍ନ ମିଶ୍ରଣ ପ୍ରଦାନ କରି ସପିଂ ଅଭିଜ୍ଞତାକୁ ପୁନଃବ୍ୟାଖ୍ୟା କରିବାକୁ ଲକ୍ଷ୍ୟ ରଖିଛୁ । ଆମର ବିଶ୍ୱାସ ରହିଛି ଯେ ଏହି ସହଯୋଗିତା ସପିଂ ଅଭିଜ୍ଞତାକୁ ଅଧିକ ଲାଭଦାୟକ କରିବାରେ ସାହାଯ୍ୟ କରିବ ।’’

Leave a Reply

Your email address will not be published. Required fields are marked *