ଗୃହ କେତ୍ରାଙ୍କ ପାଇଁ “ଓପୋନ୍ ଡୋର୍ସ’ର ଶୁଭାରମ୍ଭ କରିବା ପାଇଁ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ସ୍କୋୟାର୍ ୟାର୍ଡସ୍ ସହ ସହଯୋଗିତା ସ୍ଥାପନ
ଭୁବନେଶ୍ୱର: ଗୃହ କ୍ରେତାଙ୍କ ପାଇଁ ଏକ ପରିବ୍ୟବସ୍ଥା “ଓପୋନ୍ ଡୋର୍ସ’ର ଶୁଭାରମ୍ଭ କରିବା ଲାଗି ଭାରତର ଅଗ୍ରଣୀ ସମନ୍ୱିତ ରିଅଲ୍ ଇଷ୍ଟେଟ୍ ପ୍ଲାଟ୍ଫର୍ମ ସ୍କୋୟାର୍ ୟାର୍ଡସ୍ ସହ ଭାରତର ତୃତୀୟ ସର୍ବବୃହତ ବ୍ୟାଙ୍କ୍ ଆକ୍ସିସ୍ ବ୍ୟାଙ୍କ୍ ସହଯୋଗିତା ସ୍ଥାପନ କରିଛି । ଗ୍ରାହକଙ୍କ ନିଜର ସ୍ୱପ୍ନର ଘର ଅନୁସନ୍ଧାନ କରିବା ପ୍ରକ୍ରିୟାକୁ ଚିନ୍ତାମୁକ୍ତ, ପ୍ରଭାବଶାଳୀ ଓ ଉଲ୍ଲାସପୂର୍ଣ୍ଣ ଅନୁଭୂତିରେ ପରିଣତ କରିବାକୁ ଏହି ସ୍ୱତନ୍ତ୍ର ପ୍ଲାଟ୍୍ଫର୍ମ ନିଶ୍ଚିତ କରିବ ।
ଆବାସିକ ସଂପତି ପାଇଁ ଗ୍ରାହକମାନଙ୍କ ସବୁ ପ୍ରକାର ପ୍ରଶ୍ନର ସମାଧାନ ଲାଗି ସ୍ୱତନ୍ତ୍ର ଧରଣର ପ୍ଲାଟ୍ଫର୍ମ ଓପୋନ୍ ଡୋର୍ସକୁ ବିକଶିତ କରାଯାଇଛି । ଘର କିଣିବାକୁ ଚାହୁଁଥିବା ଗ୍ରାହକମାନେ ଏବେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଘର କିଣିବା ସହାୟତା, ବିଲଡର୍ଙ୍କ ସ୍ୱତନ୍ତ୍ର ଘରକୁ ଜାଣିବା, ଗୃହ ଋଣର ନିରବଚ୍ଛିନ୍ନ ପ୍ରକ୍ରିୟାକରଣ ଏବଂ ଅନ୍ୟାନ୍ୟ ସେବା ଯଥା ଭଡ଼ା ଓ ସଂପତି ପରିଚାଳନା, ହୋମ୍ ଫର୍ଣ୍ଣିସିଂ ଏବଂ ଆଇନଗତ ଓ ବୈଷୟିକ ସହାୟତା ଆଦି ସବୁ କିଛିକୁ ସୁଲଭ ମୂଲ୍ୟରେ ଗୋଟିଏ ଛାତ ତଳେ ପାଇପାରିବେ ।
ସ୍କୋୟାର ୟାର୍ଡସ୍ର ପ୍ରତିଷ୍ଠାତା ଓ ସିଇଓ ତନୁଜ ଶୋରି କହିଛନ୍ତି ଯେ “ସମସ୍ତ ଘର ସମ୍ପର୍କିତ ଆବଶ୍ୟକତାକୁ ଗୋଟିଏ ପ୍ଲାଟ୍ଫର୍ମରେ ଆଣିବା ଲାଗି ଆକ୍ସିସ୍ ବ୍ୟାଙ୍କ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଉଲ୍ଲସିତ । ଏକ ବର୍ଦ୍ଧିତ ଡିଜିଟାଲ୍ ବ୍ୟବସ୍ଥାରେ ଲୋକମାନଙ୍କୁ ସାମଗ୍ରିକ ଓ ସୁଲଭ ଆର୍ଥିକ ସମାଧାନ ପ୍ରଦାନ କରିବାରେ ଆକ୍ସିସ୍ ବ୍ୟାଙ୍କ ସର୍ବଦା ଅଗ୍ରଦୂତ ରହିଛି । ଗ୍ରାହକଙ୍କ ଅନୁଭୂତିରେ ଉନ୍ନତି ଆଣିବା ଲାଗି ଆମେ ଆକ୍ସିସ୍ ବ୍ୟାଙ୍କର ବ୍ୟାପକ ଭୌଗୋଳିକ ଉପସ୍ଥିତି ଓ ଆର୍ଥିକ ଉତ୍ପାଦର ବିବିଧ ପୋର୍ଟଫୋଲିଓକୁ ବ୍ୟବହାର କରିବୁ ।’’
ଏହି ସହଯୋଗିତା ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କ୍ର ଗ୍ରୁପ୍ କାର୍ଯ୍ୟନିର୍ବାହୀ ଓ ମୁଖ୍ୟ-ରିଟେଲ୍ ଲେଣ୍ଡିଂ ଓ ପେମେଂଟସ୍ ଶ୍ରୀଯୁକ୍ତ ସୁମିତ ବାଲି କହିଛନ୍ତି ଯେ, “ଓପୋନ୍ ଡୋର୍ସର ଉନ୍ମୋଚନ ସହ ଗୃହ କ୍ରେତାମାନଙ୍କ ଲାଗି ଏକ ଦୃଢ଼ ବ୍ୟବସ୍ଥା ଗଠନ କରିଛୁ ଯେଉଁଠାରେ ଗ୍ରାହକମାନେ ସହାୟତା ଲୋଡ଼ିପାରିବେ, ବ୍ୟାପକ ବ୍ରାଉଜ୍ କରିପାରିବେ, ଦ୍ରୁତ ଗତିରେ ଗୃହଋଣ ପାଇଁ ଆବେଦନ କରିପାରିବେ ଏବଂ ଘରକୁ ନିଜର ସ୍ୱପ୍ନର ବାସଗୃହରେ ରୂପାନ୍ତରିତ କରିବା ଲାଗି ଭେଣ୍ଡରମାନଙ୍କ ସହ ଯୋଡ଼ିହୋଇପାରିବେ । ସ୍କୋୟାର ୟାର୍ଡସ୍ ସହ ଆମର ସହଯୋଗିତାର ଲକ୍ଷ୍ୟ ହେଉଛି ଘର କିଣିବା ପ୍ରକ୍ରିୟାରେ ଆମ ଗ୍ରାହକମାନେ ସାମ୍ନା କରୁଥିବା ସମସ୍ୟାକୁ ସରଳ କରିବା । ସାରା ଭାରତରେ ଆମର ଦୃଢ ରିଟେଲ୍ ବ୍ୟାଙ୍କିଙ୍ଗ୍ ଉପସ୍ଥିତି ସହ ସବୁ ଗ୍ରାହକ ଯେଭଳି ସହଜରେ ଆମର ଗୃହ ଋଣ ପାଇପାରିବେ ତାହାକୁ ଆମେ ନିଶ୍ଚିତ କରିବୁ ।’’
ଓପୋନ୍ ଡୋର୍ସ ପ୍ଲାଟ୍ଫର୍ମରେ ପ୍ରଦର୍ଶିତ ହୋଇଥିବା ରିଅଲ୍ ଇଷ୍ଟେଟ୍ ସଂପତି ପାଇଁ ଉଭୟ ସ୍କୋୟାର ୟାର୍ଡସ୍ ଓ ଆକ୍ସିସ୍ ବ୍ୟାଙ୍କ୍ ପକ୍ଷରୁ ଘର କିଣା, ଗୃହ ଋଣ, ଇଟେଂରିୟର୍, ସଂପତି ପରିଚାଳନା ଓ ତତ୍ ସଂପର୍କିତ ସେବା ଆଦି ପାଇଁ ଯୁଗ୍ମ ଅଫର୍ ପ୍ରଦାନ କରାଯିବ ଯାହା ଗ୍ରାହକଙ୍କ ପାଇଁ ମୂଲ୍ୟ ସୃଷ୍ଟି କରିବା ସହ ଘର ମାଲିକାନାର ମୋଟ ଖର୍ଚକୁ ହ୍ରାସ କରିବ ।