ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସଚେତନତା ଅଭିଯାନ

ଭୁବନେଶ୍ୱର(ପ୍ରବାହ ନ୍ୟୁଜ୍‌) : ଏପ୍ରିଲ ୭ ତାରିଖକୁ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଦେଶର ଅଗ୍ରଣୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସ୍ଥାନୀୟ ପ୍ରଧାନ କାର୍ଯ୍ୟାଳୟ, ଭୁବନେଶ୍ୱର ଠାରେ ଏକ ଯୁମ୍ବା ଓ ଯୋଗ ଶିବିର, ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ମହାପ୍ରବଦ୍ଧକ, ଶ୍ରୀ ଦିନେଶ ପୁରୁଥିଙ୍କ ତତ୍ୱାବଧାନରେ ଆୟୋଜନ କରାଯାଇ ଅଛି । ଶ୍ରୀ ପରୁଥି ସମସ୍ତ କର୍ମଚାରୀଙ୍କୁ ନିଜ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ତାଲିମ ପ୍ରାପ୍ତ ପ୍ରଶିକ୍ଷକଙ୍କ ଦ୍ୱାରା ବିଭିନ୍ନ ପ୍ରକାର ବ୍ୟାୟମ ଅଭ୍ୟାସ କରାଯାଇଥିଲା । ପ୍ରାୟ ୫୦ ଜଣ କର୍ମଚାରୀ, ଉଚ୍ଚ ଅଧିକାରୀ ଏଥିରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମଟିକୁ ଶ୍ରୀ ମନୋଜ କୁମାର ସିଂହ, ମଣ୍ଡଳ ବିକାଶ ଅଧିକାର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *