ଟାଟା ଷ୍ଟିଲ୍ ଏଫ୍ଏଏମ୍ଡିକୁ ଦୀର୍ଘସ୍ଥାୟୀ ପ୍ରଯୁକ୍ତିରେ ଅଭିନବତା ପାଇଁ ପୁରସ୍କାର

ଭୁବନେଶ୍ୱର: ପ୍ରବାହ ନ୍ୟୁଜ୍ : ବାର୍ଷିକ ସଷ୍ଟେନେବିଲିଟି ସିମ୍ପୋଜିୟମ୍ ଆଣ୍ଡ୍ ଏକ୍ସଲେନ୍ସ ଆୱାର୍ଡସ୍ ୨୦୨୪ର ଦ୍ୱିତୀୟ ସଂସ୍କରଣରେ ଦୀର୍ଘସ୍ଥାୟୀ ପ୍ରଯୁକ୍ତିରେ ଅଭିନବତା ପାଇଁ ଟାଟା ଷ୍ଟିଲ୍ର ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ସ ଡିଭିଜନ (ଏଫ୍ଏଏମ୍ଡି)କୁ ସମ୍ମାନିତ କରାଯାଇଛି । ମଙ୍ଗଳବାର ନୂଆଦିଲ୍ଲୀଠାରେ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି ।
ଇଣ୍ଡିଆ ଇଂଟରନ୍ୟାସନାଲ୍ ସେଂର୍ଟରେ ଆୟୋଜିତ ଏକ ଭବ୍ୟ ସମାରୋହରେ କମ୍ପାନି ତରଫରୁ ସୁରକ୍ଷା ମୁଖ୍ୟ (କଞ୍ଚା ମାଲ୍) ସରୋଜ କୁମାର ବାନାର୍ଜୀ ଓ ସୁକିନ୍ଦା କ୍ରୋମାଇଟ୍ ଖଣି ମୁଖ୍ୟ ଦେବରାଜ ତିୱାରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ଏହି ପୁରସ୍କାର ପାଇଁ ନିଜର ଖୁସି ବ୍ୟକ୍ତ କରି ଟାଟା ଷ୍ଟିଲର ଫେରୋ ଆଲଏଜ୍ ଓ ମିନେରାଲ୍ସ ଡିଭିଜନର ଏକଜିକ୍ୟୁଟିଭ ଇନଚାର୍ଜ ପଙ୍କଜ ସତିଜା କହିଛନ୍ତି ଯେ, “ପରିଚାଳନା କ୍ଷେତ୍ରଗୁଡ଼ିରେ ଅଭିନବ ଦୀର୍ଘସ୍ଥାୟୀ ପ୍ରଯୁକ୍ତି କାର୍ଯ୍ୟକାରୀ କରିବା ପାଇଁ ପୁରସ୍କୃତ ହୋଇଥିବାରୁ ପାଇଁ ଆମେ ବହୁତ ଖୁସି । ଏକ ଦାୟିତ୍ୱବାନ କର୍ପୋରେଟ୍ ସଂସ୍ଥା ଭାବେ ଆମେ ଆଖପାଖ ଲୋକମାନଙ୍କ ସହିତ ମିଳିତ ଭାବେ ଜୈବବିବିଧତା ଓ ଜଳ ସଂରକ୍ଷଣକୁ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛୁ ଏବଂ ଆଗକୁ ମଧ୍ୟ ଏହି ଦିଗରେ କାର୍ଯ୍ୟ ଜାରି ରଖିବୁ ।’’
କାରଖାନାରେ ଜଳର ବ୍ୟବହାର ଉପରେ ନଜର ରଖିବା ଲାଗି ସ୍ମାର୍ଟ ମିଟର ପରିଚାଳନା ବ୍ୟବସ୍ଥା, ଆଠଗଡ଼ ଫେରୋ ଆଲଏଜ୍ କାରଖାନାରେ ନଦୀ ବାଲିର ବ୍ୟବହାର କମ୍ କରିବା ଲାଗି ଫେରୋକ୍ରୋମ୍ ସ୍ଲାଗ୍ର ବ୍ୟବହାର ଏବଂଗୋପାଳପୁର ଫେରୋ ଆଲଏଜ୍ କାରଖାନାରେ ସଡ଼କ ନିର୍ମାଣ ପାଇଁଫେରୋକ୍ରୋମ ସ୍ଲାଗ୍ ଚିପ୍ର ବ୍ୟବହାର ପାଇଁ ଏହି କାର୍ଯ୍ୟକ୍ରମରେ ପ୍ରଶଂସା କରଯାଇଥିଲା ।
କମ୍ପାନି ଏହାର ପରିଚାଳନା କ୍ଷେତ୍ରର ପାରିପାଶ୍ୱିର୍କ ଅଂଚଳରେ ଜୈବ ବିବିଧତାର ସଂରକ୍ଷଣ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି । ପ୍ରଜାତୀୟ ଖାଦ୍ୟୋତ୍ସବ, ଜୈବକଳା ବିବିଧତା ଭଳି ଗୋଷ୍ଠୀ ସଚେତନତା କାର୍ଯ୍ୟକ୍ରମକୁ କମ୍ପାନି ପକ୍ଷରୁ ଆୟୋଜନ କରାଯାଉଥିବା ବେଳେ ସୁକିନ୍ଦା ଇକୋରେସ୍ ଭଳି ସ୍ଥାନୀୟ ସିଲ୍କ କୀଟର ସଂରକ୍ଷଣ, ବଟର ଫ୍ଲାଏ ଗାର୍ଡେନ ଏବଂ ସୁକିନ୍ଦା କ୍ରୋମାଇଟ୍ ଖଣିରେ ଔଷଧୀୟ ପାର୍କ ସ୍ଥାପନ ଭଳି ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି ।