ଅଭିଶପ୍ତର ବିଳାପ

ଶ୍ରୀ ଲଗ୍ନଜିତ ବେହେରା
ଡାକ୍ତରଖାନା ବାରଣ୍ଡାରେ ଛଅମାସ ର କୁନି ଝିଅ ଟିକୁ ଧରି କାନ୍ଦୁ ଥିଲା ବିନି l ଝିଅଟି କିଛି କହୁନି କାହିଁକି l ନିତେଇ ଯାହା କମ୍ପାଉଣ୍ଡର ବାବୁ ଙ୍କୁ ଗୁହାରି କରୁଥିଲା, ଡାକ୍ତର ବାବୁ ଦେଖାଇବା ପାଇଁ l କମ୍ପାଉଣ୍ଡର ବାବୁ କହିଲେ, ଡାକ୍ତର ବାବୁ ୱାର୍ଡ ଯାଇଛନ୍ତି ଟିକେ ଆସନ୍ତୁ ଦେଖିବା, କ’ଣ ହୋଇଛି l ସକାଳୁ ଝିଅ ଖାଇ ସାରିଲା ପରେ ଶୁଆଇ ଦେଇଥିଲି l କାମ ସାରି ଆସି ଦେଖେ ତ ନିସ୍ତେଜ l ଏତକ କହୁ କହୁ ବିନି ମାତୃତ୍ବ ର ଵlସ୍ଚ୍ୟଲତl ରେ କୁନିଝିଅ ଟିକୁ ଜାବୁଡି କାନ୍ଦିବାକୁ ଲାଗିଲେ l ନିତେଇ ର ତ ମୁଣ୍ଡ କାମ କରୁ ନଥାଏ l କାମକୁ ଯିବା ପାଇଁ ବାହାରିଥିଲା, ବିନି ଝିଅ କୁ ଖୋଇ ଦେଇ ତା ପାଇଁ ପଖାଳ କଂଶାଏ ବlଢିଲା ବେଳକୁ ଝିଅକୁ କୋଳ ରେ ଧରି ଟିକେ ଗେଲ କରିଥିଲା l ଅବଶ୍ୟ ଦେହ ରେ ଟିକେ ତାତି ଥିଲା, ଭାବିଲା କାମରୁ ଫେରିଲେ ଡାକ୍ତର ଦେଖେଇ ନେବ l ତାପରେ ଶୁଆଇ ଦେଇ ଖାଇବାକୁ ଗଲା ଖାଇସାରି ଅଗଣାରେ ନଡ଼ିଆ କତା ରୁ ସୁତୁଲି ବାନ୍ଧିଲା l ବିନି ତାର ଘର ପାଇଟି କଲା l ବିନି ଆସିଲେ ସେ କାମକୁ ଯିବ l ବିନି କାମ ସାରି ଆସିଲା ବେଳକୁ ଝିଅ କୁ ଖାଇବା ଦେବା ପାଇଁ ଉଠାଏ ତ ଝିଅ ଉଠୁନି l ଭୟ ଓ ଆଶଙ୍କା ରେ ଦୁହେଁ ଝିଅକୁ ଡାକ୍ତରଖାନା ନେଇ ଆସିଲେ l ଡାକ୍ତରବାବୁ ୱାର୍ଡ ରୁ ଆସିଲେ ଦେଖିବେ l କିଛି ସମୟ ଉତ୍ତାରୁ ଡାକ୍ତରବାବୁ ଆସି ଦେଖିଲେ l ଛାତିରେ ଷ୍ଟେଥୋ ପକାଇଲେ, ହାତରେ ନlଡ଼ି ଦେଖିଲେ l ବିବ୍ରତ ହୋଇ ପଚାରିଲେ, ” ପିଲାର କ’ଣ ହୋଇଥିଲା, ଏତେ ଆଗରୁ ନ ଦେଖେଇ ଏ ସମୟ ରେ କାହିଁକି ଆଣିଲ ଯେ l” ନୀତେଇ କିଛି ନ ବୁଝି ବୋକା ଙ୍କ ଭଳି ପଚାରିଲା, “ବାବୁ ମୋ ଝିଅ…. I” ଡାକ୍ତରବାବୁ ଦୀର୍ଘ ନିଶ୍ୱାସ ଛାଡି କହିଲେ, “ସେ ଆଉ ନାହିଁ, ଏଠିକୁ ଆସିବା ପୂର୍ବରୁ ବୋଧେ…. I” ଏତକ ଶୁଣି ବିନି ମୋ ଝିଅଲୋ କହି ସେହି ବାରଣ୍ଡାରେ ବସି ପଡିଲା, ଆଖିରୁ ଝରିଯାଉଥlଏ ଧାର ଧାର ଲୁହ l ମା ମନ ତ ଛାତି ରେ ଜାବୁଡି ଧରି ଭୋ ଭୋ କାନ୍ଦି ଉଠୁଥାଏ l ନୀତେଇ ହାତ ଯୋଡି ଡାକ୍ତରବାବୁ ଙ୍କ ଗୋଡ ତଳେ ପଡିଗଲା l ଡାକ୍ତରବାବୁ ଭଲ କରି ଦେଖ, ମୋ ଝିଅ କୁ ବଞ୍ଚେଇଦିଅ ସାରେ l ଚାରି ବର୍ଷ ପରେ ଆମ କୋଳକୁ ଝିଅ ଟି ଆସିଛି l ଦେଖ ଟିକେ ସାରେ l ଏମିତି କହି ନୀତେଇ ବିଳାପ କରିବାକୁ ଲାଗିଲା l ଡାକ୍ତରବାବୁ କାଗଜପତ୍ର କରି କହିଲେ, ଏବେ ଆଉ କିଛି କରିହବ ନାହିଁ l ନିମୋନିଆ ହୋଇ ଫୁସଫୁସ ରେ ପାଣି ଜମି ଯିବାରୁ ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହୋଇଯାଇଛି l ଯାହା ହେବାର ତ ହେଲାଣି l ଏବେ ଆଉ ମନ ଦୁଃଖ କରି ଲାଭ ନାହିଁ l ଏଥର ଯାଅ l ବିନି ସେମିତି କୁନି ଝିଅ ଟିର ଦେହଟlକୁ ଜାବୁଡିଧରି କାନ୍ଦୁ ଥାଏ l କେତେ ପୂଜା କରି ଝିଅ ଟା କୋଳକୁ ଆସିଥିଲା l ତାକୁ ବି ଠାକୁର ନେଇଗଲେ l ନୀତେଇ ଏଥର ସାଷ୍ଟାଙ୍ଗ ହେଲା, ନାଇଁ ତାକୁ ଏଥର ବିନିକୁ ସମ୍ଭାଳି ବାକୁ ପଡିବ l ଦୁନିଆରେ ମା ଛଡା ପିଲାକୁ ଆଉ କିଏ ଵା ଅଧିକ ଵାତ୍ସଲ୍ୟ ମମତା ଅଜାଡି ଦବ l ବିନି ବି ସେମିତି ମା ଟିଏ l ତାର ଛାତି ଫଟା କାନ୍ଦଣlରେ ଦେଖଣାହାରୀଙ୍କ ଆଖିରେ ବି ଲୁହ ଆସିଯାଉଥିଲା l ଧୀରେଧୀରେ କୁନି ଝିଅଟାକୁ ବିନି ପାଖରୁ ଅଲଗା କଲା ନୀତେଇ l ଆଉ କହିଲା, ବିନି, ବ୍ୟସ୍ତ ହଅନା ଧନ l ଠାକୁରେ ନେଇଛନ୍ତି ତ ସେ ବିଚାର କରିବେ l ଚାଲ ଏଥର ଘରକୁ ଯିବl l ଆମ କପାଳ ରେ ଯାହା ଥିବ ସେଇଆ ହବ l ୟା ଭାଗ୍ୟ ରେ ଛଅ ମାସ ଲେଖା ଥିଲା l ସେ ଗଲା l ମରଣକୁ କେହି କ’ଣ ଅଟକେଇ ପାରିବ ତୁ ଚାଲ l ଆ l ଏତକ କହି ତା ଗାମୁଛାରୁ ଲୁହ ପୋଛିଦେଲା ନୀତେଇ ଆଉ ବିନି କୁ ଉଠେଇଲା l ଗୋଟିଏ କାନ୍ଧ ରେ କୁନି ଝିଅଟିର ନିସ୍ତେଜ ଶରୀର ଆଉ ଆର ହାତରେ ବିନି କୁ ଧରି ଗୋଟି ଗୋଟି ପାଦ ଆଗକୁ ବଢ଼ାଇଲା ନୀତେଇ l ଆଖିରେ ଆଖିଏ ଲୁହ l କଣ ଵା କରିପାରିବ ସେ, ନା ଏ ଲୁହ ତାକୁ ସମ୍ଭାଳିବାକୁ ହେବ l ଝିଅଟି ହେଲାପରେ କେତେ ଖୁସି ନଥିଲେ ସେମାନେ l ଛୋଟ ସଂସାରଟି ପୁରୀ ଉଠିଥିଲା ତାଙ୍କର l ମୂଲ ମଜୁରୀ ଲାଗି ଯାହା ମିଳିଯାଏ ସେଥିରେ ଚଳିଯାଏ ତାର ଛୋଟ ସଂସାର l ଏଇ ସନ ଲଗାଣ ବର୍ଷା ଯୋଗୁଁ ଘର ବାହାରେ ସବୁଆଡେ ପାଣି l କାମକୁ ବି ଯାଇ ପlରି ନଥିଲା l ନୀତେଇକୁ ଵା ବର୍ଷା ରେ କିଏ କାମ ଦବ l ଭଙ୍ଗା କୁଡ଼ିଆରେ ତ ହଜାରେ କଣା, ଛିଣ୍ଡାପlଲ ରେ ଢାଙ୍କିଲେ ବି ଘରେ ପାଣି ଗଳୁଛି l ମାଟିଘର ତଳ ବି ଶନ୍ତସନ୍ତିଆ l ଆଉ କୁନିଝିଅଟି ସେ ଵା କେମିତି ଏମିତିଆ ପରିବେଶରେ ରହିଥାନ୍ତା l ଟିକେ ଥଣ୍ଡା ହୋଇଥିବ ଭାବି ରହିଯାଇଥିଲା l ହେଲେ ହଠାତ କଣ ହୋଇଗଲା l
ଏମିତି ଭାବୁଭାବୁ ନୀତେଇ ଅନୁଭବ କଲା ବିନି ଧୀରେଧୀରେ ଚାଲିବାକୁ କଷ୍ଟ ଅନୁଭବ କରୁଛି l ବୋଧେ ମୁଣ୍ଡ ବୁଲାଉଛି ନା କ'ଣ, କ'ଣ କରିବ ସେ l ଗୋଟେ ଗଛମୂଳେ ବିନିକୁ ବସାଇ ତା ବ୍ୟାଗ ରେ ଝିଅଟାର ଶରୀରକୁ ରଖିଦେଲା l ଆଉ ବିନିକୁ ଟିକେ ଗାମୁଛା ରେ ବିଞ୍ଚିଦେଇ କହିଲା, ତୁ ଏଠି ବସିଥା ମୁଁ ପାଣି ଆଣି ଆସୁଛି l କାଳେ ବିନି କୁନି ଝିଅକୁ ଦେଖିଲେ ପୁଣି ବାଉଳି ଚାଉଳି ହବ l ସେ ବ୍ୟାଗଟାକୁ ବି ଧରିଆସିଲା l କିଛିବାଟ ପରେ ଗୋଟିଏ ଚାହା ଦୋକାନରେ ପାଣି ମାଗିଲା l ଦୋକାନୀ କହିଲା, ଆରେ ପାଣି ବୋତଲ କୋଡିଏ ଟଙ୍କା l ମାଗଣାରେ ପାଣି ପିଇବାର ଅଛି ତ ସେ ସପ୍ଲାଇ ପାଣିରୁ ପାଣି ପିଅ l ତରତର ରେ ଆସିଛି ବୋଲି କିଛି ଜାଗା ତ ନେଇ ଆସିନି ପାଣି ନେବି କେମିତି l ଦେଖିଲା ଲୁଙ୍ଗି ରେ କୋଡିଏ ଟଙ୍କା ଖୋସା ହୋଇଛି l କୋଡିଏ ଟଙ୍କାଟି ବାହାର କରିଦେଲା ଆଉ ପାଣି ବୋତଲଟା ଆଣିଲା l ପାଖରେ ସବୁ ଧୋବଧlଉଳିଆ ବାବୁମାନେ ଚାହା ପିଉଥାନ୍ତି l ଏ ମଳିମୁଣ୍ଡିଆ ଲୋକଟାର ପାଣି କିଣା ଦେଖି ଆଡେଇ ଆଡେଇ ଚାହୁଁଥାନ୍ତି l ସେଥିରୁ ଜଣେ ବାବୁ କହିଲେ, " ଆରେ ହମରା ଦେଶ ବଦଳ ରହl ହେ l ଲୋଗ ଆଜକଲ ମିନେରାଲ ୱାଟର ପି ରହେ ହେଁ l" ଏମିତି କହି ସମସ୍ତେ ଠୋ ଠୋ ହସିବାକୁ ଲାଗିଲେ l ନୀତେଇ କିଛି ନ କହି ଆଗକୁ ବଡ଼ିଲା l ବ୍ୟାଗ ଟିକେ ଚିରା ଥିଲା l ୟା ଭିତରେ କୁନି ଝିଅଟlର ଗୋଡ଼ ଟିକେ ଚିରାପଟ ବାହାରକୁ ଝୁଲିପଡ଼ିଥିଲା l ନିତେଇର ଆଉ ସେ ୟlଡକୁ ନଜର ନାହିଁ l ତା ମନ ଯାଇ ବିନି ପାଖରେ l ମା ତା ଛୁଆଟିକୁ ହରାଇ କି କଷ୍ଟ ପାଉଥିବ ସେ କଥା କେବଳ ଅନୁଭବୀ ହିଁ ବୁଝିପାରିବ l ତେଣୁ ଲମ୍ବଲମ୍ବ ପାହୁଣ୍ଡ ପକାଇବାକୁ ଆରମ୍ଭ କଲା ନୀତେଇ l କିନ୍ତୁ ଗୋଡ଼ଟା ବେଗରୁ ଟିକେ ବାହାରକୁ ବାହାରିଯିବା କାରଣରୁ ସେଇ କଥାକଥିତ ଚାହା ପିଅl ଖଟିରୁ କିଛି ଲୋକ ଦେଖିନେଲେ ଓ ନିତେଇକୁ ଅଟକେଇଲେ, " ଆରେ ଶୁଣ, ଶୁଣ, ଏ ବ୍ୟାଗରେ କ'ଣ ଅଛି ଦେଖା" କହି ଦୁଇ ଚାରିଜଣ ଖେପି ଆସିଲେ ତା ପାଖକୁ l ଜଣେ ତା ବେକକୁ ଗାମୁଛା ରେ ବାନ୍ଧି ଧରିଲା ଆଉ ଜଣେ ବ୍ୟାଗ ଖୋଲି ସମସ୍ତ ଙ୍କୁ ଦେଖାଇଲା l ବେକରେ ଗାମୁଛା ବନ୍ଧା ହୋଇଥିବା କାରଣରୁ ନୀତେଇ ଯେତେ ଯାହା କହିଲେ ବି କେହି ଜାଣିପାରିଲେ ନାହିଁ ଘଟଣା ଟି କ'ଣ ! ଆଉ ଯିଏ ଯେମିତି ପାରିଲା ସେମିତି ବିଧା ଗୋଇଠା ମାରି ଚାଲିଲା, ବିଚରା ନୀତେଇ କିଛି ବୁଝିନପାରି ଆକାରଣରେ ବହୁତ କଷ୍ଟ ସହି ଚାଲିଲା l ଶେଷରେ ଗାମୁଛାରେ ତା ବେକକୁ ଚାପି ଧରିଥିବା ଲୋକଟି ତା ମୁଣ୍ଡ କୁ ଗଛ ରେ ପିଟିଦେଲା l ଧାରଧାର ହୋଇ ରକ୍ତ ଝରିପଡୁଥlଏ ନୀତେଇ ମୁଣ୍ଡରୁ l ତାପରେ ସେ ଲୋକଟି ଗାମୁଛା ଛାଡ଼ିଦେବାରୁ ଲଥକିନା ବସି ପଡିଲା ସେଠାରେ l ସେମାନେ ତାକୁ ପଚାରିଲେ, "ଆବେ, କହବେ କାହାର ପାପସମ୍ପର୍କକୁ ଲୁଚାଇବା ପାଇଁ ଯାଉଥିଲୁ l ନା ତୁ ପିଲାଚୋରା, କହିବା ନା ଶଳା ଆହୁରି ଖାଇବୁ l" ବିଚରା ନୀତେଇ ନିଜେ ଏତେ କଷ୍ଟ ପାଉଥାଏ ଯେ କହିବାକୁ ବି ବଳ ନଥାଏ l ବିନି ପାଇଁ ଆଣିଥିବା ପାଣି ବୋତଲଟl ରାସ୍ତାରେ ପଡି ସବୁ ପାଣି ବୋହିଯାଇଥlଏ l ଦୂରରୁ ପୋଲିସ ଗାଡିର ସାଇରନ ତାକୁ ଶୁଭିଲା l ଧୀରେଧୀରେ ତା ଆଖି ବନ୍ଦ ହୋଇଯିବl ବେଳକୁ ସେ କହିଲା, ବିନି, ବିନି, ମୁଁ ଯାଉଛି ପାଣି ନେଇ କି l
ରାଜେନ୍ଦ୍ର ନଗର, କଟକ
ମୋ- 9438910777