ଆଷ୍ଟ୍ରୋ ସେମିନାର ଆଣ୍ଡ ଷ୍ଟାର ଆର୍ଚିଭ ଅୱାର୍ଡ 2025 ରେ “ଯ୍ୟୋତିଷ ରତ୍ନ” ସମ୍ମାନରେ ସମ୍ମାନିତ ହେଲେ ଯ୍ୟୋତିର୍ବିଦ୍ Dr. ଅଶ୍ୱିନୀ କୁମାର ପଣ୍ଡା

0
WhatsApp Image 2025-11-16 at 12.38.56_651517d5

ଦିଲ୍ଲୀ, ପ୍ରବାହ ନ୍ୟୁଜ୍ : ଜ୍ୟୋତିଷ କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅବଦାନ, ସତ୍ୟନିଷ୍ଠ କାର୍ଯ୍ୟଶୈଳୀ ଓ ଗବେଷଣାମୂଳକ ନିଷ୍ଠାକୁ ସମ୍ମାନିତ କରି, “ଆଷ୍ଟ୍ରୋ ସେମିନାର ଆଣ୍ଡ ଷ୍ଟାର ଆର୍ଚିଭ ଅୱାର୍ଡ 2025” ରେ ପ୍ରସିଦ୍ଧ ଯ୍ୟୋତିର୍ବିଦ୍ Dr. ଅଶ୍ୱିନୀ କୁମାର ପଣ୍ଡାଙ୍କୁ ‘ଯ୍ୟୋତିଷ ରତ୍ନ ଅୱାର୍ଡ’ ପ୍ରଦାନ କରାଯାଇଛି।

ଏହି ସମ୍ମାନକୁ ଅଧିକ ଗୌରବମୟ କରିଥିଲେ ବଲିଉଡ୍ ତାରକା, ସମାଜସେବୀ ଓ ଦେଶବ୍ୟାପୀ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ Sonu Sood, ଯିଏ ନିଜ ହାତରେ Dr. ପଣ୍ଡାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ।

କାର୍ୟକ୍ରମଟି ଦିଲ୍ଲୀର Precious Forever Banquet Hall ରେ ଉତ୍ସବମୟ ପରିବେଶରେ ଆୟୋଜିତ ହୋଇଥିଲା, ଯେଉଁଠାରେ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଉପସ୍ଥିତ ଥିଲେ। Dr. ପଣ୍ଡାଙ୍କ ସଠିକ୍ ହୋରୋସ୍କୋପ ବିଶ୍ଲେଷଣ, ପାରମ୍ପରିକ ଓ ବିଜ୍ଞାନମୂଳକ ଜ୍ୟୋତିଷ ତଥ୍ୟର ସମ୍ମିଳନ ବାବଦରେ ଉଚ୍ଚ ସ୍ତୁତି ହୋଇଥିଲା।

ସମ୍ମାନ ପ୍ରାପ୍ତି ପରେ Dr. ପଣ୍ଡା କହିଥିଲେ ଯେ, “ଏହି ଅୱାର୍ଡ ମୋ ପାଇଁ ଅଧିକ ଦାୟିତ୍ୱ ଓ ପ୍ରେରଣା। Sonu Sood ନିଜ ହାତରେ ସମ୍ମାନ ପାଇବା ମୋ ପାଇଁ ବିଶେଷ ସଫଳତାର ପଲ୍।”

Photo Caption (for Newspaper)
“ଆଷ୍ଟ୍ରୋ ସେମିନାର ଆଣ୍ଡ ଷ୍ଟାର ଆର୍ଚିଭ ଅୱାର୍ଡ 2025” ରେ Sonu Sood ଙ୍କୁ ଠାରୁ “ଯ୍ୟୋତିଷ ରତ୍ନ ଅୱାର୍ଡ” ଗ୍ରହଣ କରୁଥିବା Dr. ଅଶ୍ୱିନୀ କୁମାର ପଣ୍ଡା।

Leave a Reply

Your email address will not be published. Required fields are marked *