ବଡ଼ବିଲ ବିଜୟ ସଙ୍କଳ୍ପ ସମାବେଶରେ ଆସାମ ମୁଖ୍ୟ ମନ୍ତ୍ରୀ

ଯୋଡ଼ା:- କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପାଳିକା ଅନ୍ତର୍ଗତ ବିକାଶ ମହଲ ଠାରେ ଭାଜପାର ବିଜୟ ସଙ୍କଳ୍ପ ସମାବେଶରେ ଆସାମ ମୁଖ୍ୟ ମନ୍ତ୍ରୀ ହିମନ୍ତ ବିଶ୍ଵସର୍ମା ଷ୍ଟାର ପ୍ରଚାରକ ଥିଲେ। ତାଙ୍କ ସହିତ କେନ୍ଦ୍ର ଇସ୍ପାତ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ  ଫଗନ୍ ସିଂ କୁଲୁସ୍ତେ ଉପସ୍ଥିତ ଥିଲେ। ଶ୍ରୀ ବିଶ୍ୱସର୍ମା ବିଜେଡ଼ି ସରକାରଙ୍କୁ ସମାଲୋଚନା କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଗୋଟିଏ କାଠ ପୂତୁଳିର ଅକ୍ଷ୍ୟା ଦେଇ କହିଥିଲେ ଯେ ଆମ ମୂଖ୍ୟମନ୍ତ୍ରୀ ନିଜ ଇଛାରେ କୋଉଠିକି ଯାଇ ପାରିବେ ନାହିଁ, କିଛି କରି ପାରିବେ ନାହିଁ ଏମିତିକି ପାଣି ଗ୍ଲାସ୍ ଟିଏ ମଧ୍ଯ ପିଇ ପାରିବେ ନାହିଁ ଭି କେ ପାଣ୍ଡିଆନ ଯାହା କହିବେ ସେ ତାହା କହିବେ ଏବଂ କରିବେ। ଭିଡିଓ କନଫରେନ୍ସ ମାଧ୍ୟମରେ ଯେଉଁ ବାର୍ତ୍ତା ଦେଉଛନ୍ତି ତାହା ଆଟିଫିଶିଆଲ ଆପ୍ ମଧ୍ୟମରେ କରାଯାଉଛି, ସେ କେବେ ଏକା ଗଭର୍ଣ୍ଣର ଙ୍କ ସହିତ ମିଟିଂ କରି କୌଣସି ସନ୍ଦେସ ଓଡିଶାର ଜନସାଧାରଣଙ୍କୁ ଦେଖେଇ ପାରିବେକି? ଯାହା ଏବେ ଲୋକ ମାନଙ୍କୁ ସନ୍ଦେହ ହେଉଛି   ଆମ ମୂଖ୍ୟମନ୍ତ୍ରୀ ଠିକ୍ ଅଛନ୍ତି ତ? ସେ ଲୋକଙ୍କ ପାଖକୁ ଆସୁ ନାହାନ୍ତି କାହିଁକି, ଲୋକ ସମ୍ପର୍କରେ ଆସୁ ନାହାନ୍ତି କାହିଁକି, ସବୁଠି ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନ ନେଉଛନ୍ତି କାହିଁକି, ଏଠି ନବିନ ଶାସନ ନା ତାମିଲ ଶାସନ ଓଡ଼ିଶାର ମା, ଭଉଣୀ, ଯୁବା ବୁଝିସରିଲେଣି ତେଣୁ ୧୦ତାରିଖ ବିଜେପି ସରକାର ଗଠନ ପରେ ୧୧ତାରିଖରେ ପଣ୍ଡିଆନ୍ ଙ୍କୁ ତାମିଲ ନାଡୁ ପଠାଇବାକୁ ଟିକେଟ କାଟି ସାରିଲେଣି। ସରକାର ଗଠନ ପରେ ରତ୍ନ ଭଣ୍ଡାର ଚାବି ପାତଳରେ ରଖିଥିଲେବି ମୋଦିଜୀ ବାହାର କରିଦେବେ। ଚମ୍ପୁଆ ବିଜେଡ଼ି ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ଙ୍କୁ ଟାର୍ଗେଟ କରି କହିଥିଲେ ଯେ ଖଣିରୁ ୨୦୦ଟଙ୍କା କରି ଟନ୍ ପିଛା ନେ଼ଇ ଲୋକଙ୍କ ପଇସା ଯାହା ବ୍ୟାଙ୍କ୍ ରେ ରଖିଛନ୍ତି ତାକୁ ଆମେ କାଢି ଆଣିବୁ, ଲୋକଙ୍କ ପଇସା ହଡ଼ପ କରି ଭୋଟ ପାଇଁ ହଜାରେ ଟଙ୍କା ଦେଇ ଭୋଟ ମାଗୁଛନ୍ତି , ପଇସାକୁ ମନା କରିବେ ନାହିଁ,  ମତେବି ୧୦୦୦ଟଙ୍କା ଦେଲେ ମୁଁ ନେଇଯିବି, ପଇସା ନେବେ ହେଲେ ଭୋଟ ପଦ୍ମ ଫୁଲରେ ଦେବେ। ମା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ରେ ୫୦.୦୦୦ ଟଙ୍କା ର କ୍ୟସ୍ ଭାଉଚ୍ଚର୍ ଏବଂ ଭତା ଏକ ହଜାର ରୁ ତିନି ହାଜର କୁ ବୃଦ୍ଧି କରିବୁ କହି ଗୋଟିଏ ଭୋଟ ଏମ୍ ପି ଓ ଗୋଟିଏ ଭୋଟ ଏମ୍ ଏଲ୍ ଏ ରେ ଦେଇ ଡବଲ ଇଞ୍ଜିନ ସରକାର କରି ଓଡ଼ିଶାକୁ  ସମୃଦ୍ଧ କରିବାକୁ କହିଥିଲେ। ଆଜି ପ୍ରଚାର ର ଶେଷଦିନରେ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଆସାମ ମୁଖ୍ୟ ମନ୍ତ୍ରୀ ହିମନ୍ତ ବିଶ୍ବସର୍ମା, କେନ୍ଦ୍ର ମନ୍ତ୍ରୀ କୁଲୁସ୍ତେ, କେନ୍ଦୁଝର ରାଣୀ ସୁନନ୍ଦିନୀ ଭଞ୍ଜଦେଓ, ବିଜେପି ବିଧାୟକ ପ୍ରାର୍ଥୀ ମୁରଲି ଶର୍ମା, ଆର କେ ଦାସ, ଦିଲୀପ ମିଶ୍ରା, ପ୍ରକାଶ ମଲ୍ଲିକ, ଦେବ ପ୍ରସାଦ ମିଶ୍ର, ଶ୍ରଦ୍ଧାଞ୍ଜଳୀ କର , ବାବୁଲା ସାହୁ ଓ ଶୁଶାନ୍ତ ବେବର୍ତ୍ତା ପ୍ରମୁଖ ମଞ୍ଚାସିନ ଥିଲେ ତତ୍ ସହିତ ବିଜେପି କାର୍ଯ୍ୟକର୍ତ୍ତା,ହଜାର ହଜାର ସଂଖ୍ୟାର ଉପସ୍ଥିତ ଜନସାଧାରଣ ସଭା ସ୍ଥଳକୁ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ କରିଥିଲେ।

Leave a Reply

Your email address will not be published. Required fields are marked *