ଅରୁନ୍ଧତୀ ଜୁଏଲର୍ସକୁ ୨ ଜାତୀୟ ସମ୍ମାନ

ଭୁବନେଶ୍ୱର,ପ୍ରବାହ ନ୍ୟୁଜ୍ : ରାଜ୍ୟ ଅଳଙ୍କାର କ୍ଷେତ୍ରରେ ଉଲ୍ଲେଖନୀୟ ବଦାନ ପ୍ରଦାନ କରି ଜାତୀୟ ସ୍ତରରେ ଓଡ଼ିଶାର ଗୌରବ ବର୍ଜନ କରୁଥିବା ରୁନ୍ଧତୀ ଜୁଏଲର୍ସ ମୁମ୍ବାଇସ୍ଥିତ ଜିଓ ୱାର୍ଲ୍ କନ୍ଭେନ୍ସନ୍ ସେଣ୍ଟରରେ ଅଲ୍ ଇଣ୍ଡିଆ ଜମ୍ସ ଆଣ୍ଡ୍ ଜୁଏଲାରୀ ଡୋମେଷ୍ଟ୍ରିକ୍ କାଉନ୍ସିଲ୍ ତରଫରୁ ସମ୍ମାନୀୟ ‘ପ୍ରିଫର୍ଡ ଭିଟେଲର୍ ଅଫ୍ ଇଣ୍ଡିଆ -୨୦୨୫’ ଓମ୍ମାନରେ ସମ୍ମାନିତ ହୋଇଛନ୍ତି। ରୁନ୍ଧତୀ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ଏହି ସମାରୋହରେ ଯାଗଦାନ କରି ଏହି ସମ୍ମାନକୁ ଗ୍ରହଣ କରିଥିଲେ। ସମାନ୍ତରାଳ ଭାବେ ଅରୁନ୍ଧତୀ ଗ୍ରୁପ୍ର ନିର୍ଦ୍ଦେଶକ ଶ୍ରୀମାନ ପ୍ରତୀକ ମହେରଙ୍କୁ ସମ୍ମାନୀୟ ‘ଜିଜେସି ନେକ୍ସ ଜେନେରେସନ୍ ଫ୍ୟୁଚର ହତ କୁଏଲାରୀ ଇଣ୍ଡଷ୍ଟ୍ରୀ’ ସମ୍ମାନରେ ସମ୍ମାନିତ ହାଇଛନ୍ତି। ପ୍ରଥମଥର ପାଇଁ ଦୁଇଟି ଜାତୀୟ ସମ୍ମାନ ରେ ସମ୍ମାନିତ ସମ୍ମାନ ଅରୁନ୍ଧତୀକୁ ଦୀର୍ଘବର୍ଷ ଧରି ସ୍ନେହ, ଶ୍ରଦ୍ଧା, ଭଲ ପାଇବା ଦେଇ ବଳିଷ୍ଠ ହୋଇଥିବା ଓଡ଼ିଶାର ପ୍ରଥମ ବ୍ରାଣ୍ଡ ଭାବରେ ଅରୁନ୍ଧତୀ ଏହି ଗୌରବର ଅଧିକାରୀ ହୋଇପାରିଛି। ଏହି ଅବସରରେ ଅରୁନ୍ଧତୀ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର ପ୍ରକାଶ କରିଛନ୍ତି ଯେ, ପାଇଥିବା ଦୁଇଟି ଜାତୀୟ କରିଥିବା ପ୍ରତ୍ୟେକଟି ଓଡ଼ିଶାବାସୀଙ୍କୁ ସମର୍ପିତ।

ଦୀର୍ଘ ୨୫ ବର୍ଷ ଧରି ଗ୍ରାହକଙ୍କ ପ୍ରତି ବିନମ୍ର ସେବା ମନୋଭାବ, ଗ୍ରାହକଙ୍କ ଚାହିଦା ମୁତାବକ ନୂତନ ଡିଜାଇନର ଅଳଙ୍କାର ଯୋଗାଇଦେଇ ସର୍ବାଦୃତି ହୋଇଥିବା ଅରୁନ୍ଧତୀ ତା’ର ପ୍ରତ୍ୟେକ ବ୍ୟବସାୟିକ ପଦକ୍ଷେପରେ ସ୍ୱଚ୍ଛତା, ଗହଣା ମାନରେ ଶୁଦ୍ଧତା, ସୃଜନଶୀଳତା ଓ ଦୁରଦୃଷ୍ଟି ସମ୍ପନ୍ନ ଅଭିଜ୍ଞତା ପରିପୂର୍ଣ୍ଣ ବ୍ୟବସାୟ ଅରୁନ୍ଧତୀକୁ ଗୋଟିଏ ମଞ୍ଚରେ ଦୁଇ ଦୁଇଟି ପ୍ରତିଷ୍ଠିତ ଜାତୀୟ ପୁରସ୍କାର ଲାଭ କରିବାରେ ସହାୟକ ହୋଇଛି। ଆଗାମୀ ଦିନରେ ମଧ୍ୟ ଅରୁନ୍ଧତୀ ନିଷ୍ଠାପର ସେବା ଯୋଗାଇଦେବା ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ସଫଳତା ହାସଲ କରି ରାଜ୍ୟ ତଥା ରାଜ୍ୟବାସୀଙ୍କୁ ଗୌରବମଣ୍ଡିତ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖୁବ।