ସୁବର୍ଣ୍ଣପୁର ରେ ଆର୍ଟ ଅଫ ଗିଭିଙ୍ଗ କାର୍ଯକ୍ରମ

ବାଙ୍କୀ ,୧୮/୫: ଚଳିତ ବର୍ଷ ୧୨ ତମ ଆନ୍ତର୍ଜାତୀୟ ଆର୍ଟ ଅଫ ଗୀଭିଙ୍ଗ ଦିବସ ଭାବେ ପାଳିତ ହୋଇ ଯାଇଛି। କିଟ୍ କିସ ର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ ଙ୍କ ପରିକଳ୍ପନା ଦେବାର କଳା କୁ ଗ୍ରହଣ କରିବା ପାଇଁ ଆର୍ଟ ଅଫ ଗୀଭିଂ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।। ଚଳିତ ବର୍ଷ ପଡୋଶୀ ଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ସୁଖ ଦୁଃଖ ରେ ସାମିଲ ହେବାକୁ ପରିକଳ୍ପନା କରିଛନ୍ତି।କିଟ୍ ବିଶ୍ୱବିଦ୍ୟାଳୟର କର୍ମଚାରୀ ପ୍ରିୟରଞ୍ଜନ ପଣ୍ଡା ଙ୍କର ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବ ଯୋଗଦେଇ ରାଜ୍ୟ ସାମ୍ବାଦିକ ସଙ୍ଘ ( ଏସ ୟୁ ଜେ ) ସଂଗଠନ ସଂପାଦକ ଶୁଭେନ୍ଦୁ କୁମାର ମହାପାତ୍ର ଡ଼ଃ ସାମନ୍ତ ଙ୍କ ର ଚିନ୍ତାଧାରା କୁ ଭୂୟସୀ ପ୍ରଶଂସା କରିବା ସହିତ “ସେବା ହି ପରମ ଧର୍ମ” ଆର୍ଟ ଅଫ ଗିଭିଂଗ ର ମୂଳ ଲକ୍ଷ ବୋଲି ପ୍ରକାଶ କରିଥିଲେ। ସାରା ଦେଶ ର ବିଭିନ୍ନ ସ୍ଥାନରେ ଆର୍ଟ ଅଫ ଗିଭୀଙ୍ଗ କାର୍ଯକ୍ରମ କଟକ ଜିଲ୍ଲାର ବାଙ୍କୀ ବ୍ଲକ୍ ଅନ୍ତର୍ଗତ ସୁବର୍ଣ୍ଣପୁର ସ୍କୁଲ୍ ପରିସର ରେ ଅନୁଷ୍ଠିତ ହୋଇଯାଇଛି। କିଟ୍ ଅଧିକାରୀ ପ୍ରିୟ ରଂଜନ ପଣ୍ଡା ଙ୍କ ସଂଯୋଜନାରେ ବହୁ ଯୁବକ ମାନେ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ସାହୁ, ଓ କୁନି ବାଳକ ପ୍ରୀୟାଂଶୁ ରଞ୍ଜନ ପଣ୍ଡା ଯୋଗ ଦେଇ ସମସ୍ତ୍ ଙ୍କୁ ଡ଼କ୍ଟର ଅଚ୍ୟୁତ ସାମନ୍ତ ଙ୍କ ରଚିତ ଆର୍ଟ ଅଫ ଗିଭିଁ ବହି ସହିତ କଲମ ବଣ୍ଟନ କରିଥିଲେ। ପରେ ବାଙ୍କୀ ଥାନା ଆଈ ଆଇ ସି ଙ୍କୁ ଭେଟି ପ୍ରିୟାଂଶୁ ବହି ଓ କଲମ ଦେଈ ଆର୍ଟ ଅଫ ଗିଭିଂ ସମ୍ପର୍କ ରେ ସୂଚନା ଦେଇଥିଲେ ।କିଟ୍ ଓ କିସ୍ ପକ୍ଷରୁ ଅମୂଲ୍ଯ ଦଳେଇ ଓ ସୁଶାନ୍ତ କୁମାର ଦାଶ , ବିଚନ ଦଳେଇ , ଗୌରା ଦଳେଇ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *

You may have missed