କଟକ ମହାନଗର ନିଗମ 52 ନ ୱାର୍ଡରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

କଟକ:ଆଜି କଟକ ମହାନଗର ନିଗମ 52 ନ ୱାର୍ଡ ଅନ୍ତର୍ଗତ କଜିଦିହ ଏସ୍ଡ଼ିଏ କମିଟି ଓ ଜାଗାମିଶନ ର ମିଳିତ ସହଯୋଗରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ କାଜିଦିହରେ ନିର୍ମିତ ପରିଚୟ ସେଣ୍ଟର ରେ ଅନୁଷ୍ଠିତ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମ ରେ ୱାର୍ଡର କର୍ପୋରେଟର ଶ୍ରୀମତୀ ସୌଭାଗିନୀ ଜେନା ,ଗ୍ରାମର ଅଧିକାରୀ ଶ୍ରୀଯୁକ୍ତ ଗୌରାଙ୍ଗ ଦାସ,ମହନ୍ତ ଗୌତମ ଦାସ, ଯୁବକ ସଂଘ ସମ୍ପାଦକ ଦୁଃଶାସନ ଭୋଇ, ଏସଡିଏ କମିଟିର ସଭାପତି ହରେଶ ଦାସ, ସମାଜସେବୀ ଡ଼ଃ ବ୍ୟମୋକେଶ କାନୁନଗୋ , ସେବାଘର ସମ୍ପାଦକ ବିନୟ କେତନ ଚୌଧୁରୀ, ୱାର୍ଡ କଲ୍ୟାଣି କମିଟି ର ସମ୍ପାଦକ ବ୍ରହ୍ମାନନ୍ଦ ଭୋଇ ,ସମାଜ ସେବୀ ଲଳିତେନ୍ଦୁ ରାଏ, ମହାନଗର ନିଗମ ର co ସାସ୍ବତୀ ସ୍ୱାଇଁ ,ଏବଂ ଜାଗାମିଶନ ର ଅଧିକାରୀ ସୁବୋଧ ପାଇଟାଲ ସାର ,ଓ ୱାର୍ଡ ର 3ଟି ଏସ ଡିଏ କମିଟି ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ରେ କଟକ ମହାନଗର ନିଗମ ସହିତ ୱାର୍ଡ ଉନ୍ନୟନ କାର୍ଯ୍ୟ ନିମନ୍ତେ ଏକ ଚୁକ୍ତି ମାମା ସ୍ୱାକ୍ଷରିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ରେ ଓଡିଶା ସରକାରଙ୍କ ର ବସ୍ତି ବାସିନ୍ଦାଙ୍କ ପ୍ରତି ଜାରି କରାଯାଇଥିବା ସମସ୍ତ ଜନ ମଙ୍ଗଳ ଯୋଜନା ଉପରେ ଆଲୋଚନା କରାଯିବା ସହିତ ବସ୍ତି ଗୁଡିକର କିପରି ସମସ୍ତ ସମସ୍ୟା ସମାଧାନ କରାଯାଇ ପାରିବ ସେବାଵ ଦରେ ୱାର୍ଡ କର୍ପୋରେଟର ନିଜର ପ୍ରସ୍ତାବ ଦେଇଥିଲେ ।